ETV Bharat / bharat

ଆଶିରି ଅମାନ ମନ୍ଦିର ପ୍ରାଙ୍ଗଣରେ ଲାଗି ହେଲା 400 କଦଳୀ କାନ୍ଦି - ସ୍ବତନ୍ତ୍ର ପୂଜାର୍ଚ୍ଚନା

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଲାଭେରୁ ମଣ୍ଡଳର ମହିଳାମାନେ ଆଶିରି ଅମାନ ଯଥରାକୁ ବଡ ଧୁମଧାମରେ ପାଳନ କରନ୍ତି। ଯେଉଁଥିରେ ଶହ ଶହ କଦଳୀ କାନ୍ଧି ମା' ଆଶିରି ଅମାନଙ୍କ ପାଖରେ ଭୋଗ ରୂପେ ଅର୍ପଣ କରାଯାଏ ।

ମନ୍ଦିର ପ୍ରାଙ୍ଗଣରେ ଲାଗିଛି 400 କଦଳୀ କାନ୍ଧି

author img

By

Published : Jan 24, 2021, 7:06 PM IST

ଶ୍ରୀକାକୁଲମ: ମନ୍ଦିର ପ୍ରାଙ୍ଗଣରେ ଭୋଗ ରୂପେ ଲଗାଯାଏ କଦଳୀ କାନ୍ଦି । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଲାଭେରୁ ମଣ୍ଡଳର ମହିଳାମାନେ ଆଶିରି ଅମାନ ଯଥରାକୁ ବଡ ଧୁମଧାମରେ ପାଳନ କରନ୍ତି। ଯେଉଁଥିରେ ଶହ ଶହ କଦଳୀ କାନ୍ଦି ମା' ଆଶିରି ଅମାନଙ୍କ ପାଖରେ ଭୋଗ ରୂପେ ଅର୍ପଣ କରାଯାଏ ।

ମନ୍ଦିର ପ୍ରାଙ୍ଗଣରେ ଲାଗିଛି 400 କଦଳୀ କାନ୍ଧି
ମନ୍ଦିର ପ୍ରାଙ୍ଗଣରେ ଲାଗିଛି 400 କଦଳୀ କାନ୍ଧି

ପ୍ରତିବର୍ଷ ଏହାକୁ ମକର ସଂକ୍ରାନ୍ତି ପରେ ପରେ ପଡୁଥିବା ପ୍ରଥମ ମଙ୍ଗଳବାରରେ ପାଳନ କରାଯାଏ । ଏହି ପରମ୍ପରା କାହିଁ କେତେ କାଳରୁ ଚାଲିଆସୁଥିବାବେଳେ ଏହାର ରୀତିନୀତି ମଧ୍ୟ ବହୁ ପୁରୁଣା । ଏହି ପରମ୍ପରାରେ ଗାଁର ପ୍ରତ୍ୟେକ ଝିଅ ଯୁବତୀମାନେ ଦେବୀ ଆଶିରିତାଲ୍ଲି ଅମାନଙ୍କ ପାଖରେ ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରନ୍ତି ।

ଆଶିରି ଅମାନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଆଉ ଏହି ପୂଜାର ସମାପନ ପରେ ପ୍ରତ୍ୟେକ ଝିଅ ଓ ଯୁବତୀମାନେ ମନ୍ଦିର ପରିସରରେ ଗୋଟେ କଦଳୀ କାନ୍ଧିକୁ ଭୋଗ ରୂପେ ମାଙ୍କୁ ଅର୍ପଣ କରନ୍ତି । ତେବେ ଚଳିତବର୍ଷ ଏହି ପୂଜା ଉତ୍ସବରେ ପାଖାପାଖି 400 କଦଳୀ କାନ୍ଧି ମନ୍ଦିର ପ୍ରାଙ୍ଗଣରେ ଟଙ୍ଗା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ପରଦିନ ଗାଁର ପ୍ରତ୍ୟେକ ଘରେ ଘରେ ବାଣ୍ଟି ଦିଆଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.