ଶ୍ରୀନଗର: କାଶ୍ମୀରରେ ପ୍ରଥମ ଥର ପାଇଁ ଡ୍ୟୁଟିରେ ନିୟୋଜିତ ମହିଳା ଯବାନ କିଛି ଦିନ ମଧ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବାରେ ସଫଳ ହୋଇଛି ବୋଲି ଆସାମ ରାଇଫଲ୍ସ ଟ୍ବିଟ କରି କହିଛନ୍ତି । ତେବେ ସ୍ଥାନୀୟ ଲୋକଙ୍କର ହସ ହସ ମୁହଁ, ଯାହା ଆସାମ ରାଇଫଲ୍ସର ମହିଳା ଯବାନଙ୍କ ଦକ୍ଷତାର ପ୍ରମାଣ ଦେଇଥାଏ ।
ଯେତେବେଳେ ଦେଶ ଉପରେ ବିପଦ ପଡ଼ିଥାଏ ସେନାର ପୁରୁଷ କର୍ମୀଙ୍କ ସହିତ ମହିଳା ବି କାନ୍ଧକୁ କାନ୍ଧ ମିଳାଇ ଶତ୍ରୁକୁ କଡ଼ା ଜବାବ ଦେଇଥିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ସେନାରେ ସାମିଲ ହୋଇ ଦେଶର ରକ୍ଷା କରିଛନ୍ତି ଏବଂ ସେନା ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ମହିଳା ଯବାନ ହେଉଛିନ୍ତି ଆସାମ ରାଇଫଲ୍ସର ଏକ ଅଂଶ, ଯାହା ଭାରତର ସର୍ବ ପୁରାତନ ସାମରିକ ବାହିନୀ ଅଟେ ।
@ ANI