ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପି ଜାରି ରହିଛି ବିରୋଧ ପ୍ରଦର୍ଶନ । ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଶହଶହ ମହିଳା ସିଏଏ ଓ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଲିଛି । ସେମାନଙ୍କ ଦାବି ରହିଛି ଯେ ସିଏଏକୁ ରଦ୍ଧ କରାଯାଉ ଓ ଏନଆରସିକୁ ଲାଗୁ କରା ନଯାଉ ।
ଏହି ପ୍ରଦର୍ଶନରେ ଜଣେ ବି ପୁରୁଷ ସାମିଲ ହୋଇନଥିବା ବେଳେ କେବଳ ମହିଳାମାନେ ହାତରେ ପତାକା ଧରି ରାଜରାସ୍ତାରେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି। ଇନ୍ଦ୍ରଲୋକ ମସଜିଦରୁ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଏହି ବିରୋଧ ପ୍ରଦର୍ଶନ କରାଯାଉଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ସରକାରଙ୍କ ନାଗରିକତା ଆଇନ ଓ ସରକାରଙ୍କ ବିରୋଧରେ ମହିଳାମାନେ ନାରାବାଜି ଦେଉଥିବା ଦେଖିବାକୁ ମିଳିଛି ।