ETV Bharat / bharat

କମେଣ୍ଟ ମାରି ଫସିଗଲେ ଆଣ୍ଟି - delhi

ଆଜିକାଲି ଛୋଟ କପଡା ପିନ୍ଧିବା ଯୁବପିଢିଙ୍କ ଫ୍ୟାସନ। କିଏ ଛୋଟ ଡ୍ରେସରେ କନଫର୍ଟେବଲ ତ ଆଉ କିଏ ଷ୍ଟାଇଲିସ ଲୁକ ପାଇଁ ପିନ୍ଧିଥାଏ ଏହିଛୋଟ ଛୋଟ ପୋଷାକ। ତେବେ ରାଜଧାନୀ ଦିଲ୍ଲୀରେ କିଛି ଯୁବତୀଙ୍କ ଛୋଟ କପଡା ପିନ୍ଧାକୁ କମେଣ୍ଟ କରି ଏବେ ଚର୍ଚ୍ଚାରେ ମହିଳା।

ଫାଇଲ ଫଟୋ
author img

By

Published : May 1, 2019, 4:48 AM IST

ନୂଆଦିଲ୍ଲୀ: ଆଜିକାଲି ଛୋଟ କପଡା ପିନ୍ଧିବା ଯୁବପିଢିଙ୍କ ଫ୍ୟାସନ। ତେବେ କିଛି ଯୁବତୀଙ୍କ ଛୋଟ କପଡା ପିନ୍ଧାକୁ କମେଣ୍ଟ କରି ଏବେ ଚର୍ଚ୍ଚାରେ ମହିଳା। ଦିଲ୍ଲୀର ଏକ ରେସ୍ତୋରାଁରେ ଏହି ମହିଳା ଆଉ କିଛି ଯୁବତୀଙ୍କ ମଧ୍ୟ ହୋଇଥିଲା ଜୋରସୋର ଲଢେଇ।

ଯିଏ ଛୋଟ କପଡା ପିନ୍ଧୁଛି ତାଙ୍କୁ ବଳାତ୍କାର କରିବା ଉଚିତ ବୋଲି କହି ଫସିଯାଇଛନ୍ତି ଦିଲ୍ଲୀର ଏହି ଆଣ୍ଟି। ସାଙ୍ଗମାନଙ୍କ ସହ ଖାଇବା ପାଇଁ ରେସ୍ତୋରାଁ ଯାଇଥିଲେ ଯୁବତୀ। ହେଲେ ସେଠାରେ ପୂର୍ବରୁ ଥିବା ଜଣେ ମଧ୍ୟ ବୟସ୍କା ମହିଳା ତାଙ୍କ ପୋଷାକକୁ ନେଇ କମେଣ୍ଟ କରିଥିଲେ। ଆଉ ସେଠାରୁ ଚାଲିଆସିଥିଲେ। ତେବେ ମହିଳା ଜଣକଙ୍କୁ ପିଛା କରିଥିଲେ କିଛି ଯୁବତୀ।

ରେସ୍ତୋରାଁ ନିକଟ ସପିଂ ମଲରେ ମହିଳାଙ୍କର ବନିଥିଲା ଭିଡିଓ। ତାଙ୍କର ମନ୍ତବ୍ୟ ପାଇଁ କ୍ଷମାମାଗିବା ପାଇଁ ମଧ୍ୟ କୁହାଯାଇଥିଲା। ହେଲେ ସେ ତାଙ୍କର ମନ୍ତବ୍ୟ ପାଇଁ ଦୁଃଖ କରିନଥିଲେ। ବରଂ ସେହି କଥା ବାରମ୍ବାର ଦୋହରାଉଥିଲେ। କମେଣ୍ଟ ମାରିଥିବା ଯୁବତୀ ପୋଲିସ ଡାକିବା ପାଉଁ ସପିଂ ମଲ କର୍ମଚାରୀଙ୍କୁ ଜଣାଇଥିଲେ। ଏଥିରେ ଟିକେ ଭୟ କରିନଥିଲେ ମହିଳା ଜଣକ। ଯାହା ଇଚ୍ଛା କର ବୋଲି ପାଲଟା ଉତ୍ତର ଦେଇଥିଲେ।

ଅନ୍ୟପଟେ ମଲରେ ଥିବା ଅନ୍ୟଜଣେ ମହିଳା ମଧ୍ୟ ଉକ୍ତ ମଧ୍ୟବସ୍କା ମହିଳାଙ୍କୁ କ୍ଷମା ମାଗିବାକୁ କହିଥିଲେ। ହେଲେ ସେ ତାଙ୍କ କଥାକୁ ମଧ୍ୟ ଶୁଣିନଥିଲେ। ଏହି ଭିଡିଓକୁ ନେଇ ଧିରେ ଧିରେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢୁଛି। ବର୍ତ୍ତମାନ ସୁଦ୍ଧା ଇନଷ୍ଟାଗ୍ରାମରେ 1 ମିଲିଅନ,ଫେସବୁକରେ 32,000 ଲୋକ ଦେଖିସାରିଲେଣି।

Intro:Body:

shreemayee

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.