ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା: 40ରୁ ଊର୍ଦ୍ଧ୍ବ ଆଇନଜୀବୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ - ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମକୁ ନେଇ ଦେଶବ୍ୟାପୀ ବିରୋଧ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି(ଗୁରୁବାର) 40ରୁ ଊର୍ଦ୍ଧ୍ବ ମହିଳା ଆଇନଜୀବୀ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ହାଥରସ ଗଣଦୁଷ୍କର୍ମ
ହାଥରସ ଗଣଦୁଷ୍କର୍ମ
author img

By

Published : Oct 1, 2020, 7:20 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମକୁ ନେଇ ଦେଶବ୍ୟାପୀ ବିରୋଧ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି(ଗୁରୁବାର) 40ରୁ ଊର୍ଦ୍ଧ୍ବ ମହିଳା ଆଇନଜୀବୀ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଦୁଷ୍କର୍ମକାରୀଙ୍କୁ କଠିନରୁ କଠିନ ଦଣ୍ଡ ଏବଂ ତୁରନ୍ତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରି ମହିଳା ଆଇନଜୀବୀମାନେ ଏହି ଅଭିଯୋଗ କରିଥିବା ଜଣାପଡିଛି ।

ପୋଲିସର ଚଞ୍ଚକତାକୁ ନେଇ ମଧ୍ୟ ମହିଳା ଆଇନଜୀବୀମାନେ ପ୍ରଶ୍ନ ଉଠାଇବା ସହ ଡାକ୍ତରଖାନା କତ୍ତୃପକ୍ଷଙ୍କ ଅବହେଳାକୁ ବିରୋଧ କରିଛନ୍ତି । ତେବେ ପୋଲିସ ଯେଉଁଭଳି ଭାବେ ପୀଡିତାଙ୍କ ପରିବାରବର୍ଗଙ୍କ ବିନା ଅନୁପସ୍ଥିତିରେ ରାତିଅଧିଆ ଅନ୍ତିମ ସଂସ୍କାର କରିଦେଇଥିଲା ତାକୁ ନେଇ ଆଇନଜୀବୀମାନେ ଦୃଢ ନିନ୍ଦା କରିଥିବା ଦେଖିବାକୁ ମିଳିଛି । ପୋଲିସର ଏଭଳି ପଦକ୍ଷେପ ଦ୍ବାରା ପୀଡିତା ଏବଂ ତାଙ୍କ ପରିବାରର ମାନବ ଅଧିକାର ଓ ସମାନତା ଅଧିକାର କ୍ଷୁର୍ଣ୍ଣ ହୋଇଥିବା ସେମାନେ ଦର୍ଶାଇଛନ୍ତି । ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ବାରା ଏଭଳି କିଛି ଆଇନ କରାଯାଉ ଯେମିତିକି ଆଗାମୀ ଭବିଷ୍ୟତରେ ଅନ୍ୟ କୌଣସି ପୀଡିତା କିମ୍ବା ତାଙ୍କ ପରିବାରକୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡିବନି ।

ଅନ୍ୟପଟେ ଘଟଣାର ତଦନ୍ତ ଦାବି କରି ବୁଧବାର ସୁପ୍ରିମକୋର୍ଟରେ ଆଉ ଏକ ଜନହିତ ଯାଚିକା ବା ପିଆଇଏଲ ଦାଖଲ କରାଯାଇଛି । ଏହି ଯାଚିକା ତେହେସୀନ ପୁନାଓ୍ବାଲା ଏବଂ ଦିଲ୍ଲୀ ମହିଳା କମିଶନଙ୍କ ପକ୍ଷରୁ କରାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.