ETV Bharat / bharat

ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିିଥିବା ମହିଳାଙ୍କ ମୃତ୍ୟୁ, କଂଗ୍ରେସ ନେତା ଗିରଫ

ମଙ୍ଗଳବାର ବିଧାନସଭା ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Oct 15, 2020, 3:55 PM IST

ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିିଥିବା ମହିଳାଙ୍କ ମୃତ୍ୟୁ, କଂଗ୍ରେସ ନେତା ଗିରଫ
ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିିଥିବା ମହିଳାଙ୍କ ମୃତ୍ୟୁ, କଂଗ୍ରେସ ନେତା ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି । ମୃତକ ହେଲେ ଅଞ୍ଜନା ତିଓ୍ବାରୀ । ଅଞ୍ଜନାକୁ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଲକ୍ଷ୍ନୌ ପୋଲିସ ରାଜସ୍ଥାନର ପୂର୍ବତନ ରାଜ୍ୟପାଳଙ୍କ ପୁଅ ଆଲୋକ ପ୍ରସାଦଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ମହାରାଜଗଞ୍ଜରେ ରହୁଥିବା ଅଞ୍ଜନା ତାଙ୍କ ସ୍ବାମୀ ଅଖିଳେଶ ତିଓ୍ବାରୀଙ୍କ ସହ ଛାଡ଼ପତ୍ର ପରେ ଆସିଫ ନାମକ ଏକ ଯୁବକକୁ ପ୍ରେମ କରୁଥିଲେ । ଆସିଫଙ୍କୁ ବିବାହ କରିବାକୁ ସେ ଇସଲାମ ଧର୍ମ ମଧ୍ୟ ଗ୍ରହଣ କରିଥଲେ । ଆସିଫ ଚାକିରୀ ବ୍ୟାପାରରେ ସାଉଦିଆରବ ଯାଇଥିବାବେଳେ ତାଙ୍କ ପରିବାର ଲୋକ ଅଞ୍ଜନାଙ୍କୁ ନାନା ନିର୍ଯାତନା ଦେଇ ଆସୁଥିଲେ ।

ଏହାପରେ ଅଞ୍ଜନା ମଙ୍ଗଳବାର ବିଧାନସଭା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଅଞ୍ଜନାକୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପ୍ରାୟ 85 ଭାଗ ପୋଡ଼ି ଯାଇଥିବା ଡାକ୍ତର କହିଥିଲେ । ଶେଷରେ ବୁଧବାର ରାତିରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଞ୍ଜନା ।

ଘଟଣାରେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ଶୁକଦେବ ପ୍ରସାଦଙ୍କ ପୁଅ ତଥା କଂଗ୍ରେସ ନେତା ଆଲୋକ ପ୍ରସାଦ ଅଞ୍ଜନାକୁ ଆତ୍ମହତ୍ୟା ପାଇଁ ଅଯଥା ଉସକାଉଥିବା ଜଣାପଡ଼ିଛି । ଘଟଣା ଘଟିବା ସମୟରେ ଆଲୋକଙ୍କୁ ବିଧାନସଭା ପରିସରରେ ମିଳିଥିଲା । ଏହି ମାମଲାରେ ସଂପୃକ୍ତ ଆଲୋକଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି । ତେବେ ଏହା 'ପ୍ରେମ ଜିହାଦ' ସଂପର୍କିତ ମାମଲା କି ନାହିଁ, ଏ ଯାଏଁ ଜଣା ପଡ଼ିନାହିଁ । ପୋଲିସ ଏ ସଂକ୍ରାନ୍ତରେ ଅନୁସନ୍ଧାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.