ETV Bharat / bharat

ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଚାମ୍ବରରେ ମହିଳାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

author img

By

Published : Jun 23, 2020, 7:18 PM IST

କୋର୍ଟ ଚାମ୍ବରରେ ମହିଳାଙ୍କୁ ଦୁଷ୍କର୍ମ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରୁ । ଏନେଇ ଦିଲ୍ଲୀ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ଚାମ୍ବରରେ ମହିଳା ସହ ଦୁଷ୍କର୍ମ

ନୂଆଦିଲ୍ଲୀ: କୋର୍ଟ ଚାମ୍ବରରେ ମହିଳାଙ୍କ ସହ ଦୁଷ୍କର୍ମ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରୁ । ତେବେ ତାଙ୍କୁ କୋର୍ଟ ଚାମ୍ବର ଭିତରେ ଦୁଷ୍କର୍ମ କରାଯାଇଥିଲା ବୋଲି ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ଦିଲ୍ଲୀ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

ଦିଲ୍ଲୀ ପୋଲିସର ସୂଚନାନୁସାରେ ପୀଡିତା କୋର୍ଟରେ କାର୍ଯ୍ୟ କରୁଥିବା ଅର୍ଦ୍ଦଳୀ ଉପରେ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତଙ୍କ ନାମ ରାଜେନ୍ଦ୍ର ସିଂ, ଯିଏ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳର ବାସିନ୍ଦା ।ପୋଲିସର ସୂଚନାନୁସାରେ, ଦୁହେଁ ଏକ ଘଟଣାରେ ସାକ୍ଷାତ ହେବା ପରେ ପରସ୍ପର ବନ୍ଧୁ ହୋଇ ଯାଇଥିଲେ। ପ୍ରକୃତରେ କୋରୋନା ମହାମାରୀ ଯୋଗୁଁ ଦିଲ୍ଲୀର ସମସ୍ତ କୋର୍ଟ ବନ୍ଦ ରହିଛି। କେବଳ ଗୁରୁତ୍ୱପୂର୍ଣ୍ଣ ମାମଲା କୋର୍ଟ ଭିତରେ ଶୁଣାଣି ହେଉଛି।

ତେବେ ପୀଡିତାଙ୍କ ଡାକ୍ତରୀ ମାଇନା ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.