ହାଇଦ୍ରାବାଦ: ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦ ନେରେଡମେଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଆମ୍ବେଦକର ନଗରରେ । ଜଣେ 55 ବର୍ଷୀୟ ମହିଳା ସ୍ବାମୀଙ୍କ ମୃତ୍ୟୁର ଆଘାତ ସହ୍ୟ ନ କରି ପାରି ଶନିବାର ଦୁଇ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ସାଇନିକପୁରୀର ଆମ୍ବେଦକର ନଗରରେ ରହୁଥିବା ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇ ନିଜ ସ୍ତ୍ରୀ ସହିତ ପରିବାରରୁ ଅଲଗା ରହୁଥିଲେ । ସ୍ତ୍ରୀ ତାଙ୍କର ଯତ୍ନ ନେଉଥିଲେ । ଗୁରୁବାର ଦିନ ବ୍ୟକ୍ତି ଜଣକ କୋରୋନାରେ ପ୍ରାଣ ହରାଇଥିଲେ । ସ୍ବାମୀଙ୍କ ଦେହାନ୍ତରେ ଦୁଃଖରେ ଭାଙ୍ଗି ପଡିଥିଲେ ମହିଳା । ଏହି ଆଘାତ ସହି ନ ପାରି ଶନିବାର ସେ ରହୁଥିବା କୋଠାର ଦ୍ବିତୀୟ ମହଲାରୁ ଡେଇଁ ପଡିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ସେହି ଦମ୍ପତିଙ୍କ କୌଣସି ସନ୍ତାନ ନ ଥିବା ତାଙ୍କ ପଡୋଶୀଙ୍କ ଠାରୁ ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ