ଗୌହାଟୀ : ନା ଅଛି ହାତ, ନା ଅଛି ଗୋଡ । କେବଳ ରହିଛି ଗୋଟିଏ ଲାଞ୍ଜ । ଦେଖିବାକୁ ଠିକ ମାଛ ଭଳି । ଏଭଳି ଏକ ଶିଶୁ ଜନ୍ମ ନେଇଛି ଆସାମର ହୋଜାଇ ଜିଲ୍ଲାରେ ।
ଝରଣା ଚନ୍ଦ୍ରା ନାମକ ଜଣେ ମହିଳା ଜନ୍ମ ଦେଇଛନ୍ତି ଏହି ମତ୍ସ୍ୟ ଶିଶୁକୁ । ଚନ୍ଦ୍ରା ତାଙ୍କର ଚେକଅପ ପାଇଁ ଡାକ୍ତରଙ୍କ ପାଖକୁ ଆସୁଥିବା ବେଳେ ଡାକ୍ତର ଶିଶୁଟିର ଅବସ୍ଥା ସଠିକ ନଥିବା ଜଣାଇଥିଲେ । ଏହାସହ ଗର୍ଭପାତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଗର୍ଭପାତ ପରେ ପେଟରୁ ବାହାରିଥିଲା ମାଛ ଭଳି ଶିଶୁ । ଯାହାର ଲିଙ୍ଗ ଚିହ୍ନିବା କଷ୍ଟକର ଥିଲା । ସେ ପୁଅ କି ଝିଅ ଜଣାପଡୁନଥିଲା । କାରଣ ଗୋଡ ଯାଗାରେ ଥିଲା ଲାଞ୍ଜ ।