ETV Bharat / bharat

ଡିଏସପିଙ୍କ ଚାପୁଡାରେ ଅପମାନିତ ହୋଇ ମହିଳାଙ୍କ ଆତ୍ମହତ୍ୟା - Woman dies by suicide after slapped by DySP

ଛତିଶଗଡ ରାୟପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ଡିଏସପିଙ୍କ ଚାପୁଡା ଖାଇବା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ଡିଏସପିଙ୍କ ଚାପୁଡାରେ ଅପମାନିତ ମହିଳାଙ୍କ ଆତ୍ମହତ୍ୟା

author img

By

Published : Jul 19, 2020, 12:09 PM IST

ରାୟପୁର : ଡିଏସପିଙ୍କ ଚାପୁଡାରେ ଅପମାନିତ ହୋଇ ମହିଳାଙ୍କ ଆତ୍ମହତ୍ୟା । 40 ବର୍ଷୀୟ ସୁଖୱିନ୍ଦ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଛତିଶଗଡର ରାୟପୁର ଠାରୁ 30 କିମି ଦୂର ଭିଲାଇରେ ଘଟିଛି ।

ବିଳମ୍ବିତ ରାତିରେ ସୁଖୱିନ୍ଦ ରୋଷେଇ ଘରେ ପଶି ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ ନୋଟ ମଧ୍ୟ ଛାଡି ଦେଇଥିଲେ । ପରେ ପରିବାର ଲୋକେ ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ମୃତ ମହିଳାଙ୍କ ପରିବାର ଅଭିଯୋଗ କ୍ରମେ, ଡିଏସପି ଅନାମିକା ଜୈନ ସେମାନଙ୍କ ଘରକୁ ଯାଇଥିଲେ । ଏହି ସମୟରେ ପୋଲିସ କର୍ମଚାରୀ ଜଣକ ପଚରାଉଚରା କରିବା ପରେ ସୁଖୱିନ୍ଦଙ୍କୁ ଚାପୁଡା ମାରିଥିଲେ । ପରିବାର ସଦସ୍ୟଙ୍କ ସମ୍ମୁଖରେ ଏଭଳି ମାଡ ଖାଇବା ଦ୍ବାରା ସୁଖୱିନ୍ଦ ନିଜକୁ ଅପମାନିତ ଅନୁଭବ କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ, ସୁଖୱିନ୍ଦ ଛାଡି ଯାଇଥିବା ସୁଇସାଇଡ ନୋଟରେ ତାଙ୍କର ଏଭଳି ଚରମ ନିଷ୍ପତ୍ତି ପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରିନାହାଁନ୍ତି । ତେବେ ସୁଖୱିନ୍ଦଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ଘଟଣାରେ ପୋଲିସ ଡିଏସପିଙ୍କୁ ମଧ୍ୟ ପଚରାଉଚୁରା କରିବ ।

ସୂତ୍ର ଅନୁସାରେ, ଅଭିଯୁକ୍ତ ମହିଳା ପୋଲିସ ଅଧିକାରୀଙ୍କ ସ୍ବାମୀଙ୍କ ସହ ସୁଖୱିନ୍ଦଙ୍କ ଅନୈତିକ ସମ୍ପର୍କ ରହିଥିଲା । ଯାହାକୁ ନେଇ ଡିଏସପି ଅନାମିକା ସୁଖୱିନ୍ଦରଙ୍କୁ ଧମକ ଚକମ ଦେବା ସହ ତାଙ୍କୁ ମାଡ ମାରିଥିଲେ । ଏଥିର ଅପମାନିତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ସୁଖୱିନ୍ଦର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.