ETV Bharat / bharat

ମହିଳାଙ୍କ ପ୍ରସବ ପାଇଁ ଦେଢ ଘଣ୍ଟା ଅଟକିଲା ଟ୍ରେନ୍ - ନୂଆଦିଲ୍ଲୀ- ରାଞ୍ଚି ରାଜଧାନୀ ଏକ୍ସପ୍ରେସ ଟ୍ରେନ

ଝାଡ଼ଖଣ୍ଡର ବରକାକାନା ରେଳ ଷ୍ଟେସନରେ ଜଣେ ମହିଳାଙ୍କ ପ୍ରସବ ପାଇଁ ଟ୍ରେନ ଦେଢ ଘଣ୍ଟା ସମୟ ଅଟକିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Woman delivered in Newdelhi-Ranchi rajdhani express train in Ramgarh
ଦେଢ ଘଣ୍ଟା ଅଟକିଲା ଟ୍ରେନ୍‌, ଶିଶୁକୁ ଜନ୍ମ ଦେଲେ ମହିଳା
author img

By

Published : Jan 3, 2021, 7:35 PM IST

ରାଞ୍ଚି: ଝାଡ଼ଖଣ୍ଡ ରାମଗଢ ଜିଲ୍ଲାର ବରକାକାନା ରେଳ ଷ୍ଟେସନରେ ଦେଢ ଘଣ୍ଟା ଅଟକି ରହିଲା ନୂଆଦିଲ୍ଲୀ- ରାଞ୍ଚି ରାଜଧାନୀ ଏକ୍ସପ୍ରେସ ଟ୍ରେନ । ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ତାଙ୍କ ପ୍ରସବ ପାଇଁ ଟ୍ରେନ ଅଟକିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଗର୍ଭବତୀ ମହିଳାଙ୍କ ପ୍ରସବ ସମୟ ଆଉ ଏକ ମାସ ମଧ୍ୟରେ ଥିବାରୁ ସେ ନିଜ ପୈତୃକ ଘର ରାଞ୍ଚି ଜିଲ୍ଲା ଗୁମଲା ଅଞ୍ଚଳର ବିଶୁନପୁରକୁ ଟ୍ରେନରେ ଯାତ୍ରା କରୁଥିଲେ । ତେବେ ଏହି ସମୟରେ ତାଙ୍କୁ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ସେଠାରେ କାର୍ଯ୍ଯରତ ଥିବା ଆରପିଏଫ ଯବାନ ବରକାକାନା ଷ୍ଟେସନର ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଟ୍ରେନ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ସେଠାରେ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଥିଲେ । ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଡାକ୍ତରୀ ଦଳ ଟ୍ରେନ ମଧ୍ୟରେ ମହିଳାଙ୍କ ପ୍ରସବ କରାଇଥିଲେ ।

ମହିଳାଙ୍କ ପ୍ରସବ ପାଇଁ ସେଠାରେ ଟ୍ରେନ 1 ଘଣ୍ଟା 35 ମିନିଟ ରହିଥିଲା । ନବଜାତ ଶିଶୁର ଜନ୍ମ ପରେ ଯାତ୍ରୀମାନେ ତାଳି ମାରି ଶିଶୁକୁ ସ୍ବାଗତ କରିଥିଲେ । ବରକାକାନା ଷ୍ଟେସନର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ମହିଳା ଓ ଶିଶୁକୁ ରାମଗଢର ସଦର ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ଟ୍ରେନରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେଠାରେ ହିଁ ତାଙ୍କର ପ୍ରସବ କରାଯାଇଥିବା ଡାକ୍ତର ଦୀପ୍ତି ଝା କହିଛନ୍ତି । ସ୍ବାଭାବିକ ଭାବରେ ବରକାକାନା ରେଳ ଷ୍ଟେସନରେ ଟ୍ରେନ୍‌ 5 ମିନିଟ ରହୁଥିବା ବେଳେ ମହିଳାଙ୍କ ପ୍ରସବ ପାଇଁ ଦେଢ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.