ଲକ୍ଷ୍ନୌ: ଲୁଟେରାଙ୍କୁ ମହଙ୍ଗା ପଡିଲା ଲୁଟ । ଶେଷରେ ଲୁଟ୍ କରି ନିଜର ଅଙ୍ଗୁଳି ହରାଇଛନ୍ତି ଲୁଟେରା ଜଣଙ୍କ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ତଂବୌର ଥାନା ନିକଟସ୍ଥ ବସନ୍ତାପୁରଠାରେ ।
ସୂଚନା ଅନୁଯାୟୀ, ରମାଦେବୀ ନାମକ ଜଣେ ମହିଳା ବୁଧବାର ବାହାରକୁ ଯାଇଥିଲେ । ଏହି ସମୟରେ ପଛପଟୁ ସାଇକେଲ ଯୋଗେ ଆସୁଥିବା ଜଣେ ଯୁବକ ମହିଳାଙ୍କୁ ଆକ୍ରମଣ କରିଥିଲେ । ଏଥିସହ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ ବେକରେ ପଡିଥିବା ଏକ ଚେନ୍ ଛିଣ୍ଡାଇବା ପାଇଁ ଚେଷ୍ଟା କରିଥିଲେ ।
ସେହି ସମୟରେ ମହିଳା ଜଣଙ୍କ ଲୁଟେରାଙ୍କ ହାତକୁ ଧରି ଦାନ୍ତରେ ଆଙ୍ଗୁଠିକୁ ଛିଣ୍ଡାଇ ଅଲଗା କରିଦେଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୋଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପଟେ ଲୁଟେରା ଫେରାର ଥିବା ଜଣାପଡିଛି ।