ହାଇଦ୍ରାବାଦ: ବିଶ୍ବରେ ଏମତି ଅନେକ ଦେଶ ରହିଛି ଯେଉଁଠି ଭିଗ ମାଗିବା ଅପରାଧିକ ଶ୍ରେଣୀର ଅର୍ନ୍ତଭୁକ୍ତ ହୋଇଥାଏ । କିନ୍ତୁ ଏହା ପରେ ମଧ୍ୟ ବିଶ୍ବରେ ଅନେକ ସଂଖ୍ୟକ ଭିକାରୀ ଦେଖିବାକୁ ମିଳିଥା'ନ୍ତି । ଆଉ ନିକଟରେ ଏମିତି ଜଣେ ମହିଳା ଭିକାରୀ ଚର୍ଚ୍ଚାକୁ ଆସିଛନ୍ତି । ଏହି ମହିଳା ଭିକାରୀଙ୍କ ଆକାଉଣ୍ଟରେ ଏତେ ଟଙ୍କା ରହିଛି ଯେ, ଯାହାକୁ ଦେଖି ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ତେବେ ସମୂର୍ଣ୍ଣ ଘଟଣା କିଛି ଏପରି ରିହିଛି । ଏହି ଭିକାରୀ ମହିଳା ଜଣଙ୍କ ହେଉଛନ୍ତି ଲେବନାନର ବାସିନ୍ଦା ବାଫା ମହମ୍ମଦ । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରହିଛି ପ୍ରାୟ 6.37 କୋଟି ଟଙ୍କା । ଏହାର ଖବର ସେତେବେଳେ ମିଳିଥିଲା ଯେତେବେଳେ ସେ ନିଜ ଆକାଉଣ୍ଟ ଟଙ୍କାକୁ ଅନ୍ୟ ଏକ ବ୍ୟାଙ୍କକୁ ଟ୍ରାନ୍ସଫର କରିବାକୁ ବ୍ୟାଙ୍କରେ ପହଞ୍ଚିଥିଲେ ।
ମିଡିଆ ରିପୋର୍ଟ ଅନୁସାରେ, ଯେତେବେଳେ ମହିଳାଜଣଙ୍କ ଟଙ୍କା ଟ୍ରାନ୍ସଫର କରିବା ପାଈଁ ବ୍ୟାଙ୍କରେ ଆବେଦନ କରିଥିଲେ ସେତେବେଳେ ବ୍ୟାଙ୍କ୍ କର୍ମଚାରୀଙ୍କ ହୋସ ଉଡିଯାଇଥିଲା ।
ତେବେ ମହିଳାଙ୍କର ଏହି ଚେକ୍ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ 30 ସେପ୍ଟେମ୍ବର 2029ର ତାରିଖ ରହିଛି । କୁହାଯାଉଛି ଯେ, ଏହି ମହିଳା ଜଣଙ୍କ ସ୍ବିଡେନର ନିବାସୀ । ସେଠାରେ ସେ ଏକ ନାମୀଦାମୀ ଡାକ୍ତରଖାନା ସାମ୍ନାରେ ବସି ସାରାଦିନ ଭିକ୍ଷା ମାଗିଥା'ନ୍ତି ।
ସେଠାର ଜଣ ନର୍ସଙ୍କ କହିବା ଅନୁସାରେ, ମହିଳାଜଣଙ୍କ ଦୀର୍ଘ 10 ବର୍ଷ ହେବ ସେହି ଗେଟ୍ ସାମ୍ନାରେ ବସି ଭିକ୍ଷାବୃତ୍ତି କରୁଛନ୍ତି ।