ETV Bharat / bharat

ଦେଶରେ ଗୋଟିଏ ଦିନରେ 75,809 ସଂକ୍ରମିତ, 43 ଲକ୍ଷ ପାଖେଇଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Sep 8, 2020, 10:37 AM IST

ଗୋଟିଏ ଦିନରେ 75,809 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ 43 ଲକ୍ଷ ପାଖେଇଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢ଼ନ୍ତୁ...

new covid-19 cases in india, indias covid-19 tally,  total number of corona cases, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 75809 ନୂଆ କୋରୋନା ଆକ୍ରାନ୍ତ, ଦେଶରେ କୋରୋନା ସ୍ଥିତି, ମୋଟ କୋରୋନା ମାମଲା
43 ଲକ୍ଷ ପାଖେଇଲା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ପୁଣି ଦେଶରେ ଚିହ୍ନଟ ହୋଇଛନ୍ତି 75,809 କୋରୋନା ଆକ୍ରାନ୍ତ । ଯାହାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 42,80,423କୁ ବୃଦ୍ଧି ପାଇଛି । ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଗୋଟିଏ ଦିନରେ କୋରୋନା ନେଇଛି 1133 ମୁଣ୍ଡ । ମୃତ୍ୟୁ ସଂଖ୍ୟା 72,775ରେ ପହଁଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି 33,23,951 କୋରୋନା ସଂକ୍ରମିତ । 8,83,697ଟି ସକ୍ରିୟ ମାମଲା ରହିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ସେପଟେ କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରେ ଏଯାବତ ମହାରାଷ୍ଟ୍ର ଆଗରେ ରହିଛି । ସୋମବାର ମହାରାଷ୍ଟ୍ରରେ 16,429 କୋଭିଡ-19 ମାମଲା ଚିହ୍ନଟ ହୋଇଥିଲା । ଯାହାପରେ ଏଠାରେ ମୋଟ ମାମଲା 9,23,641କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ବିଭାଗର ସୂଚନା ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ 6,59,322 ଜଣ ସୁସ୍ଥ ହୋଇଥିବା ବେଳେ 27027 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । 2,36,934ଟି ରହିଛି ସକ୍ରିୟ ମାମଲା । ସେପଟେ ଦେଶର ରାଜଧାନୀରେ ମଧ୍ୟ କୋରୋନା ସ୍ଥିତିରେ ଆସୁନି ସୁଧାର । 2077 ଟି ନୂଆ ମାମଲା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା 1,93,526 ରେ ପହଁଞ୍ଚିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ କହିଛି ।

ଦେଶରେ ସେପ୍ଟେମ୍ବର 7 ତାରିଖ ପର୍ଯ୍ୟନ୍ତ 5,06,50,128ଟି କୋରୋନା ପରୀକ୍ଷା କରାଯାଇଛି । ଯେଉଁଥିରେ କେବଳ ସୋମବାର 10,98,621 ନମୁନା ପରୀକ୍ଷା ହୋଇଛି ବୋଲି ଆଇସିଏମଆର (Indian Council of Medical Research) ସୂଚନା ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.