ETV Bharat / bharat

ବଢୁଛି ଲକଡାଉନ ଅବଧି, କମୁଛି ଇଣ୍ଟରନେଟ ଗତି

author img

By

Published : Apr 11, 2020, 6:16 PM IST

ଚଳିତବର୍ଷ ଆରମ୍ଭରୁ ହିଁ ଦେଶରେ ଉଭୟ ମୋବାଇଲ ଓ ଫିକ୍ସଡ ବ୍ରଡବ୍ୟାଣ୍ଡ ସ୍ପିଡ କ୍ରମଶଃ ଘଟିବାରେ ଲାଗିଛି । ଫଳରେ ବିଶ୍ବସ୍ତରରେ ଭାରତର ସ୍ଥାନ ଧିରେ ଧିରେ ତଳକୁ ଖସିବାରେ ଲାଗିଛି ।

internet speed in lockdown, internet, mobile broadband internet, fixed broadband internet, mobile internet, ଲକଡାଉନରେ ଇଣ୍ଟରନେଟ, ଇଣ୍ଟରନେଟ, ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ, ଫିକ୍ସଡ ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ, ମୋବାଇଲ ଇଣ୍ଡରନେଟ
ବଢୁଛି ଲକଡାଉନ ଅବଧି, କମୁଛି ଇଣ୍ଟରନେଟ ଗତି

ହାଇଦ୍ରାବାଦ: ଆଗାମୀ ଇତିହାସରେ 2020ବର୍ଷକୁ ନେଇ ରହିବ ସ୍ବତନ୍ତ୍ର ଅଧ୍ୟାୟ । ଏହି ବର୍ଷ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଇଣ୍ଟରନେଟ ମଧ୍ୟ ଏଥିମଧ୍ୟରୁ ଗୋଟିଏ ଦିଗ । ଚଳିତବର୍ଷ ଆରମ୍ଭରୁ ହିଁ ଦେଶରେ ଉଭୟ ମୋବାଇଲ ଓ ଫିକ୍ସଡ ବ୍ରଡବ୍ୟାଣ୍ଡ ସ୍ପିଡ କ୍ରମଶଃ ଘଟିବାରେ ଲାଗିଛି । ଫଳରେ ବିଶ୍ବସ୍ତରରେ ଭାରତର ସ୍ଥାନ ଧିରେ ଧିରେ ତଳକୁ ଖସିବାରେ ଲାଗିଛି ।

ଚଳିତବର୍ଷ ଆରମ୍ଭରେ ବ୍ରଡବ୍ୟାଣ୍ଡ ମିନ ଡାଉନଲୋଡ ସ୍ପିଡ 41.48 ଏମବିପିଏସ ରହିଥିବା ବେଳେ ଧିରେ ଧିରେ ଏହା 32.65 ଏମବିପିଏସକୁ ଖସି ମାର୍ଚ୍ଚ ମାସ ସୁଦ୍ଧା 35.98 ଏମବିପିଏସରେ ପହଞ୍ଚିଛି । ତେବେ ଜାନୁଆରୀ ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଏହି 5.5 ଏମବିପିଏସର କ୍ଷତି ଦର୍ଶାଉଛି କି ଲକଡାଉନ ଯୋଗୁଁ ଦେଶରେ ସୀମା ବାହାରେ ଇଣ୍ଟରନେଟର ବ୍ୟବହାର ହେଉଛି ।

ଏଥିସହିତ ମୋବାଇଲ ଇଣ୍ଟରନେଟର ସ୍ପିଡ ର୍ୟାଙ୍କ କ୍ଷେତ୍ରରେ ଭାରତ କିଛି ସ୍ଥାନ ତଳକୁ ଖସି 130ରେ ପହଞ୍ଚିଥିବା ବେଳେ ଫିକ୍ସଡ ବ୍ରଡବ୍ୟାଣ୍ଡ ଏରିନା କ୍ଷେତ୍ରରେ ଦୁଇ ସ୍ଥାନ ତଳକୁ ଖସି ଭାରତ 71ତମ ସ୍ଥାନରେ ପହଞ୍ଚିଛି । ସେପଟେ ଲୋକେ ନିଜର ସମସ୍ତ କାର୍ଯ୍ୟ ପାଇଁ ଏବେ ଇଣ୍ଟରନେଟ ଉପରେ ନିର୍ଭରଶୀଳ ଥିବାରୁ ଏହାର ସ୍ପିଡ ଆଗାମୀ ଦିନରେ ଆହୁରି କମିବା ନେଇ ଆଶଙ୍କା ରହିଛି ।

ବିଶ୍ବରେ କୋରୋନା ସ୍ଥିତି ପାଇଁ ଲୋକେ ଘରେ ବନ୍ଦୀ ଥିବା ବେଳେ ମୋବାଇଲ ବ୍ରୋଡବ୍ୟାଣ୍ଡ ସ୍ପିଡ ର୍ୟାଙ୍କରେ ମାର୍ଚ୍ଚ ମାସରେ ୟୁଏଇ 83.52ଏମବିପିଏସ ସହ ଶୀର୍ଷ ସ୍ଥାନରେ ରହିଛି । ସେପଟେ ଫିକ୍ସଡ ବ୍ରଡବ୍ୟାଣ୍ଡ ସ୍ପିଡରେ 197.26 ଏମବିପିଏସ ସହ ନିଜର ଟପ ସ୍ପଟ ବଜାୟ ରଖିଛି ସିଙ୍ଗାପୁର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.