ETV Bharat / bharat

ଦେଶରେ କୋରୋନା ସଂକ୍ରମଣ 45 ଲକ୍ଷ ପାର, 24 ଘଣ୍ଟାରେ 96,551 ମାମଲା - corona update

ଦେଶରେ ବଢିଚାଲିଛି କୋରୋନା ସଂକ୍ରମଣ। ଏହା ଭିତରେ ତାଳ ଦେଇ ରେକର୍ଡ କରୁଛି ସୁସ୍ଥହାର। ତେବେ ସର୍ବକାଳୀନ ରେକର୍ଡ ଭାଙ୍ଗି ଶୁକ୍ରବାର ଦିନକରେ 96 ହଜାର 551 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ କୋରୋନା ସଂକ୍ରମଣ 45 ଲକ୍ଷ ପାର, 24 ଘଣ୍ଟାରେ 96,551 ମାମଲା

author img

By

Published : Sep 11, 2020, 10:26 AM IST

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ସଂକ୍ରମଣ। ଏହା ଭିତରେ ତାଳ ଦେଇ ରେକର୍ଡ କରୁଛି ସୁସ୍ଥହାର। ତେବେ ସର୍ବକାଳୀନ ରେକର୍ଡ ଭାଙ୍ଗି ଶୁକ୍ରବାର ଦିନକରେ 96 ହଜାର 551 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି 24 ଘଣ୍ଟାରେ 1209 ନୂଆ ମୃତ୍ୟୁ ମାମଲା ଚିହ୍ନଟ ହୋଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ବର୍ତ୍ତମାନ ଦେଶରେ କୋଭିଡ୍ 19 ମାମଲା 45,62,415ରେ ପହଁଞ୍ଚିଛି। ସମଗ୍ର ଦେଶରେ ଏହି ରୋଗ ହେତୁ ମୃତ୍ୟୁହାର 76,271 ରହିଛି।

ସଂକ୍ରମଣ ଦ୍ୱାରା ମହାରାଷ୍ଟ୍ର ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ 2,53,100 ସକ୍ରିୟ ମାମଲା, 6,86,462 ରୋଗୀଙ୍କୁ ସୁସ୍ଥ ଏବଂ ଡିସଚାର୍ଜ ଏବଂ 27,787 ମୃତ୍ୟୁ ରିପୋର୍ଟ କରିଛି।

97,271 ସକ୍ରିୟ ମାମଲା ଥିବା ଆନ୍ଧ୍ରପ୍ରଦେଶ ମଧ୍ୟ କୋଭିଡ୍- 19 ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 4,25,607 ରୋଗୀ ଆରୋଗ୍ୟ ହୋଇଥିବାବେଳେ ଏହି ରୋଗ ହେତୁ 4,634 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ 23,773 ସକ୍ରିୟ ମାମଲା, 1,72,763 ଆରୋଗ୍ୟ ରୋଗୀ ଏବଂ ସଂକ୍ରମଣ ହେତୁ 4,638 ମୃତ୍ୟୁ ରେକର୍ଡ କରାଯାଇଛି। ଏହି ସମୟରେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ, କୋଭିଡ୍ 19 ପାଇଁ 11,63,542 ନମୁନା ପରୀକ୍ଷା କରାଯାଇଛି ଯାହା ଦେଶରେ ଏହି ରୋଗ ପାଇଁ କରାଯାଇଥିବା ମୋଟ ପରୀକ୍ଷାକୁ 5,40,97,975 ପର୍ଯ୍ୟନ୍ତ ନେଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.