ETV Bharat / bharat

କୋରୋନା ସ୍ଥିତିରେ ସୁଧାର, 24 ଘଣ୍ଟାରେ 50129 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Oct 25, 2020, 10:29 AM IST

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, 24 ଘଣ୍ଟାରେ ଦେଶରେ 50,129 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 578 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 78 ଲକ୍ଷ 64 ହଜାର 811ରେ ପହଞ୍ଚିଛି ।

24 ଘଣ୍ଟାରେ 50,129 ନୂଆ ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ 50,129 ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କୋରୋନା ମହାମାରୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଦେଶରେ ହ୍ରାସ ପାଉଛି କୋରୋନା ମାମଲା । ଯାହା ଦେଶବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର । କିନ୍ତୁ ଯେପର୍ଯ୍ୟନ୍ତ କୋରୋନା ଟିକା ନ ଆସିଛି ସେପର୍ଯ୍ୟନ୍ତ ଲୋକଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, 24 ଘଣ୍ଟାରେ ଦେଶରେ 50,129 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 578 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 78 ଲକ୍ଷ 64 ହଜାର 811ରେ ପହଞ୍ଚିଛି ।

24 ଘଣ୍ଟାରେ 62,077 ଆକ୍ରାନ୍ତ ସୁସ୍ଥ ସହ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 70 ଲକ୍ଷ 78 ହଜାର 123ରେ ପହଞ୍ଚିଛି । ସେହିପରି ଗୋଟିଏ ଦିନରେ 12,526 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ ଦେଶରେ ଏଯାବତ୍ 6 ଲକ୍ଷ 68 ହଜାର 154 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 18 ହଜାର 534 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.