ଲକ୍ଷ୍ନୌ: ଉତ୍ତରପ୍ରଦେଶର କୋରୋନା ରୋଗୀଙ୍କ ସଂଖ୍ୟା ବଢି 348ରେ ପହଞ୍ଚିଛି । ଏଥିରେ 193ଜଣ ତବଲିଗୀ ଜମାତର ସଦସ୍ୟ । 31ଟି ନୂଆ ମାମଲା ମଧ୍ୟରୁ 25ଜଣ ତବଲିଗୀ ଜମାତରୁ ଫେରିଥିବା ଜଣାପଡିଛି । ସରକାରୀ ସୂତ୍ର ଅନୁସାରେ, ଆଗ୍ରାରେ ସର୍ବାଧିକ 10ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିରୁ 6ଜଣ ତବଲିଗୀ ଜମାତରୁ ଫେରିଛନ୍ତି । ଆଗ୍ରାରେ ବର୍ତ୍ତମାନ ମୋଟ 63ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଲକ୍ଷ୍ନୌରେ ଦେଖାଯାଇଥିବା ନୂଆ ମାମଲା ମଧ୍ୟ ଦିଲ୍ଲୀର ନିଜାମୁଦ୍ଦିନ ସହ ସମ୍ପୃକ୍ତ । ଲକ୍ଷ୍ନୌରେ ବର୍ତ୍ତମାନ ମୋଟ 24ଜଣ କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ 13ଜଣ ତବଲିଗୀ ଜମାତର ସଦସ୍ୟ । ବସ୍ତି ଜିଲ୍ଲାରେ ମଧ୍ୟ 3ଜଣ ଜମାତ ସଦସ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
@IANS