ETV Bharat / bharat

ଦେଶରେ 24 ଘଣ୍ଟା ମଧ୍ୟରେ 1813 ନୂଆ କୋରୋନା ପଜିଟିଭ ,71 ମୃତ୍ୟୁ ରେକର୍ଡ

author img

By

Published : Apr 29, 2020, 6:31 PM IST

ଭାରତରେ ଗତ 24 ଘଣ୍ଟା ମଧ୍ୟରେ 1813ଟି ନୂଆ କୋରୋନା ପଜିଟିଭ ଓ 71 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 31787କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1008ରେ ପହଞ୍ଚିଛି । ଅଧିକ ପଢନ୍ତୁ...

With 1813 new cases & 71 deaths reported in the last 24 hours, COVID19 positive cases in India rises to 31787
ଦେଶରେ 24 ଘଣ୍ଟା ମଧ୍ୟରେ 1813 ନୂଆ କୋରୋନା ପଜିଟିଭ ,71 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 1813ଟି ନୂଆ କୋରୋନା ପଜିଟିଭ ଓ 71 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 31787କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1008ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମୋଟ 31787 ମାମଲା ମଧ୍ୟରୁ 22982 ଜଣ ଚିକିତ୍ସିତ ହେଉଥିବା ବେଳେ 7797ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ 1008 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 9318 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 3744, ଦିଲ୍ଲୀରେ 3314, ରାଜସ୍ଥାନରେ 2364, ଉତ୍ତରପ୍ରଦେଶରେ 2115, ତାମିଲନାଡୁରେ 2058, ଆନ୍ଧ୍ରପ୍ରଦେଶରେ 1332, ତେଲେଙ୍ଗାନା 1012, କର୍ଣ୍ଣାଟକରେ 532 ଓ କେରଳରେ 486 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 400 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 181, ମଧ୍ୟପ୍ରଦେଶରେ 119, ଦିଲ୍ଲୀରେ 54, ତେଲେଙ୍ଗାନାରେ 26, ତାମିଲନାଡୁରେ 25, କର୍ଣ୍ଣାଟକରେ 20 ଓ ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.