ETV Bharat / bharat

ଦେଶରେ 24 ଘଣ୍ଟା ମଧ୍ୟରେ 1718 ନୂଆ କୋରୋନା ପଜିଟିଭ ଓ 67 ମୃତ୍ୟୁ ରେକର୍ଡ

With 1718 new cases & 67 deaths in the last 24 hours, the total number of COVID19 positive cases in India rises to 33050
ଦେଶରେ 24 ଘଣ୍ଟା ମଧ୍ୟରେ 1718 ନୂଆ କୋରୋନା ପଜିଟିଭ ଓ 67 ମୃତ୍ୟୁ ରେକର୍ଡ
author img

By

Published : Apr 30, 2020, 9:17 AM IST

08:44 April 30

ଦେଶରେ 24 ଘଣ୍ଟା ମଧ୍ୟରେ 1718 ନୂଆ କୋରୋନା ପଜିଟିଭ ଓ 67 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 1718ଟି ନୂଆ କୋରୋନା ପଜିଟିଭ ଓ 67 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 33050କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1074ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମୋଟ 33050ମାମଲା ମଧ୍ୟରୁ 23651 ଜଣ ଚିକିତ୍ସିତ ହେଉଥିବା ବେଳେ 8325 ଜଣ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ 1074 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 9915 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 4082, ଦିଲ୍ଲୀରେ 3439, ରାଜସ୍ଥାନରେ 2438, ଉତ୍ତରପ୍ରଦେଶରେ 2134, ତାମିଲନାଡୁରେ 2162, ଆନ୍ଧ୍ରପ୍ରଦେଶରେ 1332,  ତେଲେଙ୍ଗାନା 1012, କର୍ଣ୍ଣାଟକରେ 535 ଓ କେରଳରେ 495 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 432 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 197, ମଧ୍ୟପ୍ରଦେଶରେ 129, ଦିଲ୍ଲୀରେ 56, ତେଲେଙ୍ଗାନାରେ 26, ତାମିଲନାଡୁରେ 27, କର୍ଣ୍ଣାଟକରେ 21 ଓ ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.