ETV Bharat / bharat

ପାକିସ୍ତାନର ଏଫ୍-16 ବିମାନ ଦୁର୍ଘଟଣାଗ୍ରସ୍ତ, ୱିଙ୍ଗ କମାଣ୍ଡର ନୋମାନ ଶହୀଦ - ପାକିସ୍ତାନର ଏଫ୍-16 ବିମାନ ଦୁର୍ଘଟଣାଗ୍ରସ୍ତ

23 ମାର୍ଟ୍ଟ ପରେଡର ରିହରସଲ ସମୟରେ ଇସଲାମାବାଦର ଶାକରପିଆନରେ ପାକିସ୍ତାନର ବାୟୁସେନାର ଏଫ୍-16 ବିମାନ ଦୁର୍ଘଟଣାଗ୍ରସ୍ତ । ଏଥିରେ ୱିଙ୍ଗ କମାଣ୍ଡର ନୋମାନ ଆକ୍ରାମ ଶହୀଦ ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

Wing Commander Nauman Akram
ପାକିସ୍ତାନର ଏଫ୍-16 ବିମାନ ଦୁର୍ଘଟଣାଗ୍ରସ୍ତ, ୱିଙ୍ଗ କମାଣ୍ଡର ନୋମାନ ଶହୀଦ
author img

By

Published : Mar 11, 2020, 2:02 PM IST

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ପାକିସ୍ତାନ ବାୟୁସେନାର ଏଫ୍-16 ବିମାନ । 23 ମାର୍ଟ୍ଟ ପରେଡର ଅଭ୍ୟାସ ସମୟରେ ଇସଲାମାବାଦରେ ଏପରି ଅଘଟଣ ଘଟିଛି । ତେବେ ଏନେଇ ଫୋର୍ସର ମୁଖପାତ୍ର ବୁଧବାର ସୂଚନା ଦେଇ କହିଛନ୍ତି ।

ପିଏଏଫ୍ ମୁଖପାତ୍ର ୱିଙ୍ଗ କମାଣ୍ଡର ନୋମାନ ଆକ୍ରାମ ଏହି ଘଟଣାରେ ଶହୀଦ ହୋଇଛନ୍ତି । ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ସେ କହିଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା, ସେନେଇ ଏୟାର ହେଡକ୍ବାର୍ଟରର ଏକ ଅନୁସନ୍ଧାନକାରୀ ଦଳକୁ ତଦନ୍ତ ପାଇଁ ପଠାଯାଇଛି ବୋଲି ପିଏଏଫ୍ ମୁଖପାତ୍ର ବିବୃତ୍ତି ରଖିଛନ୍ତି ।

ସୂଚନା ଅନୁସାରେ, ଗତ ମାସରେ ପାକିସ୍ତାନ ବାୟୁସେନାର ଏକ ଟ୍ରେନର ବିମାନ ମର୍ଡାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହିପରି ଏକ ସପ୍ତାହ ପୂର୍ବରୁ ମିରାଜ ବିମାନ ପଞ୍ଜାବର ୱାଙ୍ଗ ଜିଲ୍ଲାର ଶର୍କୋଟ ସହ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏପଟେ ଜାନୁୟାରୀ ମାସରେ, ମିଆନୱାଲିର ଏମ୍ ଆଲାମ ବେସ ନିକଟରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ 2 ଜଣ ପିଏଏଫ୍ ପାଇଲଟ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.