ଲକ୍ଷ୍ନୌ: ଉତ୍ତରପ୍ରଦେଶର ଇଟାୱାରେ ମାନବିକତାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି । ୨୫ ବର୍ଷୀୟ କନଷ୍ଟେବଳ ୧୨ ଦିନ ପରେ ନବ ଜନ୍ମିତ ଶିଶୁ କନ୍ୟାର ଫଟୋଚିତ୍ର ଦେଖିବାକୁ ସମୟ ପାଇଲେ । ବର୍ତ୍ତମାନ ତାଙ୍କ ୧୨ଦିନର ଶିଶୁ କନ୍ୟାକୁ ଦେଖୁଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରମାକାନ୍ତ ନଗରଙ୍କୁ ଯେତେବେଳେ ଘରକୁ ଯିବା କଥା ପଚରାଗଲା ସେ କହିଲେ, ଯିବାକୁ ଇଚ୍ଛା ଅଛି । ହେଲେ ଯେତେବେଳେ ମୋ ଭଳି ଅନେକ ଭାଇଭଉଣୀଙ୍କୁ କାମ କରିବାର ଦେଖୁଛି, ଯିବା ପାଇଁ ଇଚ୍ଛା ଥିଲେ ବି କର୍ତ୍ତବ୍ୟକୁ ଆଗ ଧ୍ୟାନ ଦେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଘରକୁ ଯିବା ସ୍ବପ୍ନ । ସମସ୍ତେ ମିଶି କୋରୋନା ମୁକାବିଲା କରିବାକୁ ତତ୍ପର ହେବା ଆବଶ୍ୟକ ।