ETV Bharat / bharat

ରାଜସ୍ଥାନ ରାଜନୈତିକ ସଙ୍କଟ, ରାଷ୍ଟ୍ରପତି ଭବନ ଯିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ

ଆବଶ୍ୟକ ହେଲେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଆମେ ରାଷ୍ଟ୍ରୀୟ ଭବନକୁ ଯିବୁ। ଯଦି ଆବଶ୍ୟକ ହୁଏ, ତେବେ ଆମେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି।

ବୈଠକ
ବୈଠକ
author img

By

Published : Jul 25, 2020, 6:36 PM IST

ଜୟପୁର: ରାଜସ୍ଥାନରେ ରାଜନୈତିକ ବିବାଦ ଜାରି ରହିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସ ସରକାରକୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଗେହଲଟ୍ ଶନିବାର ବିଧାୟକ ଦଳର ଏକ ବୈଠକ ମଧ୍ୟ କରିଥିଲେ । ଆବଶ୍ୟକ ସ୍ଥଳେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ମଧ୍ୟ ଯିବେ ବୋଲି ବୈଠକରେ ବିଧାୟକଙ୍କୁ କହିଛନ୍ତି ।

ବିଧାୟକ ଦଳର ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି, ଆପଣମାନେ ପ୍ରସ୍ତୁତ ରୁହନ୍ତୁ। କଂଗ୍ରେସ ଦଳକୁ ଯଦି ରାଷ୍ଟ୍ରପତିଙ୍କୁ ଭେଟିବାକୁ ପଡିବ ତାହେଲେ ଦଳ ଭେଟିବ । ଆବଶ୍ୟକସ୍ଥଳରେ ରାଜସ୍ଥାନରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ।

ଜୟପୁରର ଫେୟାରମେଣ୍ଟ ହୋଟେଲରେ ଆୟୋଜିତ ହୋଇଥିବା କଂଗ୍ରେସ ବିଧାନସଭା ପାର୍ଟି (ସିଏଲପି) ବୈଠକରେ ରାଜ୍ୟପାଳ କାଲରାଜ ମିଶ୍ର ତୁରନ୍ତ ଏକ ବିଧାନସଭା ଅଧିବେଶନ ଡାକିବା ନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ଗେହଲଟ୍ କହିଛନ୍ତି, ଆବଶ୍ୟକ ହେଲେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଆମେ ରାଷ୍ଟ୍ରୀୟ ଭବନକୁ ଯିବୁ। ଯଦି ଆବଶ୍ୟକ ହୁଏ, ତେବେ ଆମେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବୁ।

ସେପଟେ ଶନିବାର ଗେହଲଟ୍‌ ପୁଣିଥରେ ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଭେଟି ଏବାବଦରେ ତାଙ୍କ ସହ ଆଲୋଚନା କରିବେ। ସେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳଙ୍କ ନିକଟରେ ନୂତନ ପ୍ରସ୍ତାବ ଦାଖଲ କରିବେ। ଅନ୍ୟପକ୍ଷରେ ରାଜସ୍ଥାନ ବିଜେପି ପ୍ରତିନିଧି ଦଳ ମଧ୍ୟ ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଭେଟିବେ। ସେମାନେ ରାଜ୍ୟରେ କୋରୋନା ପରିସ୍ଥିତିକୁ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.