ETV Bharat / bharat

ଖୁବ୍‌ ଶୀଘ୍ର ତାଲିବାନ ନେତାଙ୍କୁ ଭେଟିବି: ଟ୍ରମ୍ପ

author img

By

Published : Mar 1, 2020, 8:49 AM IST

ତାଲିବାନ ସହ ହୋଇଥିବା ଐତିହାସିକ ଶାନ୍ତି ଚୁକ୍ତି ପରେ ତାଲିବାନ ନେତାଙ୍କ ସହ ବ୍ୟକ୍ତିଗତ ରୂପରେ ସାକ୍ଷାତ କରିବାର ଇଚ୍ଛା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...

trump
ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ଶନିବାର ତାଲିବାନ ସହ ହୋଇଥିବା ଐତିହାସିକ ଶାନ୍ତି ଚୁକ୍ତିର ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଲିବାନ ନେତାଙ୍କ ସହ ବ୍ୟକ୍ତିଗତ ରୂପରେ ସାକ୍ଷାତ କରିବାର ଇଚ୍ଛା ପ୍ରକାଶ କରିଛନ୍ତି ସେ । ଏହା ସହିତ କୌଣସି ଦୁଷ୍ଟାନ୍ତମୂଳକ କାର୍ଯ୍ୟ ନକରିବାକୁ ତାଲିବାନକୁ ଚେତାବନୀ ମଧ୍ୟ ଦେଇଛନ୍ତି ଟ୍ରମ୍ପ ।

ଆମେରିକା-ତାଲିବାନ ଶାନ୍ତି ଚୁକ୍ତିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଏହି ଚୁକ୍ତିକୁ ନେଇ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆମେ ଏହି ଚୁକ୍ତିରେ ସମୟ ନଷ୍ଟ କରୁନାହୁଁ । କାରଣ ତାଲିବାନ କିଛି କରିବାକୁ ଚାହୁଁଛି ବୋଲି ମୁଁ ପ୍ରକୃତରେ ବିଶ୍ବାସ କରୁଛି । କିନ୍ତୁ ଯଦି କିଛି ଖରାପ ଘଟଣା ଘଟେ ବା ତାଲିବାନ କୌଣସି ଦୁଷ୍ଟାନ୍ତମୂଳକ କାର୍ଯ୍ୟ କରେ,ତାହେଲେ ଆମ ସେନା ପୁଣିଥରେ ଆଫଗାନିସ୍ତାନକୁ ଫେରିଯିବେ । ମୁଁ ଆଶା କରୁଛି ଏପରି କିଛି ଘଟିବ ନାହିଁ ।'

ଏହା ସହିତ ତାଲିବାନ ନେତାଙ୍କ ସହ ସାକ୍ଷାତକାର କରିବାପର ଇଚ୍ଛା ପ୍ରକାଶ କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି, 'ଭବିଷ୍ୟତରେ ମୁଁ ତାଲିବାନ ନେତାଙ୍କ ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବି। ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ନିହତ କରିବାରେ ଆମକୁ ବହୁତ ସଫଳତା ମିଳିଛି । ​​କିନ୍ତୁ ବର୍ତ୍ତମାନ ଶାନ୍ତିର ସମୟ ଆସିଛି । ଆମ ଲୋକଙ୍କୁ ଘରକୁ ଫେରାଇ ଆଣିବାର ସମୟ ଆସିଛି ।' ଆଫଗାନିସ୍ତାନରେ ସହାୟତା କରିଥିବାରୁ ଟ୍ରମ୍ପ ଜାତିସଂଘ ଏବଂ ନାଟୋକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଟ୍ରମ୍ପ କହିଛନ୍ତି, ' ଏହି ଯୁଦ୍ଧରେ ସମସ୍ତେ ଥକି ଯାଇଛନ୍ତି । ଏଥିରେ ଅନେକ ଜୀବନ ଯାଇଛି । ମୁଁ ଆମର ଆହତ ସୈନ୍ୟମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। '

ସୂଚନାଯୋଗ୍ୟ ଯେ, ଶନିବାର ବହୁ ପ୍ରତିକ୍ଷୀତ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଆମେରିକାର ରାଷ୍ଟ୍ରଦୂତ ଜଲମେ ଖଲିଲଜାଦ ଏବଂ ତାଲିବାନର ଉପନେତା ମୁଲ୍ଲାହ ଅବଦୁଲ ଘନିଙ୍କ ମଧ୍ୟରେ କତାର ସ୍ଥିତ ଦୋହାରରେ ଏହି ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ମଧ୍ୟ ଏହି ଚୁକ୍ତିର ସାକ୍ଷୀ ରହିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.