ଶିମଲା: ନିର୍ବାଚନ ବୈତରଣୀ ପାର ହେବାକୁ ନେତା ମାଳ ମାଳ ପ୍ରତିଶୃତି ଦେଉଛନ୍ତି। କିଏ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚାଷୀଙ୍କ ଉପରେ ଫୋକସ୍ କରୁଛି ତ ପୁଣି କିଏ ଗରିବୀଙ୍କୁ। କିନ୍ତୁ ହିମାଚଳ ପ୍ରଦେଶରେ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମହିଳା କାର୍ଡ ଖେଳିଛନ୍ତି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରାଜୀବ ସେଜଲ୍ ଘୋଷଣା କରିଛନ୍ତି ଯଦି ବିଜେପି ସରକାର ପୁଣି ଆସେ, ତେବେ ମହିଳାଙ୍କୁ ସାନିଟାରୀ ନାପକିନ୍ ମାତ୍ର 1 ଟଙ୍କାରେ ଯୋଗାଇ ଦିଆଯିବ ।
ଚଳିତ ଥର ନିର୍ବାଚନ ପାଇଁ ବିଜେପି ଏଠାରେ ମହିଳା ଓ ଶିଶୁଙ୍କ ଉପରେ ଅଧିକ ଦେଇଛି। କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢାଓ’ ନାରା ଦେଉଛନ୍ତି । ମହିଳା କିପରି ଶିକ୍ଷା କ୍ଷେତ୍ରରେ ଆହୁରି ଆଗକୁ ବଢିବେ ସେଥିପାଇଁ ବିଜେପି ସରକାର କାମ କରିବ ବୋଲି ରାଜିବ କହିଛନ୍ତି । ଏପରିକି ମହିଳା ସଶସ୍ତ୍ରୀକରଣ କରାଯାଇ ମହିଳା କୃଷକଙ୍କ କ୍ଷମତା ବୃଦ୍ଧି କରିବା ଓ ତାଙ୍କୁ ଶକ୍ତ କରାଯିବ । ଖାଲି ସେତିକି ନୁହେଁ ଆସନ୍ତା 2022 ସୁଦ୍ଧା ଶିଶୁ ଯତ୍ନ ସେଣ୍ଟର ସଂଖ୍ୟା 3 ଗୁଣା ବୃଦ୍ଧି କରାଯିବ ବୋଲି ବିଜେପି ପ୍ରତିଶୃତି ଦେଇଛି ।