ETV Bharat / bharat

ନାଗରିକ ସଂଶୋଧନ ବିଲ୍କୁ ବିରୋଧ, ଏନଡିଏରୁ ଓହରିପାରେ ଏନପିପି

ନାଗରିକ ସଂଶୋଧନ ବିଲକୁ ନେଇ ଜାରି ରହିଛି ବିବାଦ । ମୁଖ୍ୟତଃ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଥିବା ଦଳ ଗୁଡିକ ଏହି ବଲକୁ ଜୋରଦାର ବିରୋଧ କରୁଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଏବେ ଏନପିପି ରାଜ୍ୟସଭାରେ ବିଲକୁ ବିରୋଧ କରିବ ବୋଲି ଚେତାବନୀ ଦେଇଛନ୍ତି ।

author img

By

Published : Feb 6, 2019, 11:15 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ସିଲଂ: ଯଦି ନାଗରିକ ସଂଶୋଧନ ବିଲ୍ ରଦ୍ଦ ନହୁଏ ତାହେଲେ ଏନଡିଏରୁ ଓହରି ପାରେ ନ୍ୟାସନାଲ ପିପୁଲସ ପାର୍ଟି (ଏନପିପି) । ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଏ ନେଇ ସରକାରରେ ଥିବା ସହଯୋଗୀ ଦଳ ବିଜେପିକୁ ଚେତାବନୀ ଦେଇଛନ୍ତି । ତେବେ ଏନଡିଏ ମେଣ୍ଟରେ ଏନପିପି ରହିବ କି ନାହିଁ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି । ଉତ୍ତର-ପୂର୍ବରେ ଥିବା ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ନାଗରିକ ସଂଶୋଧନ ବିଲକୁ ବିରୋଧ କରିବା ପାଇଁ ଏନପିପିକୁ ପରାମର୍ଶ ଦେଇଛନ୍ତି ।

ନାଗରିକ ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ଏନପିପିର କଣ ରହିବ ଆଭିମୁଖ୍ୟ ଏ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଯାହାର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଏହି ପ୍ରତିକ୍ରିୟା ରଖିଛନ୍ତି । ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ବିଜେପି ସରକାରକୁ ଏନପିପି ସମର୍ଥନ କରୁଛି । ମେଘାଳୟରେ କିନ୍ତୁ ଏନପିପି ସରକାର କରିଛି, ବିଜେପି ସମର୍ଥନ କରୁଛି ।

ଜାନୁଆରୀ 8ରେ ଏହି ନାଗରିକ ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଏହି ବିଲକୁ ବିରୋଧ କରୁଥିବା ଦଳ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଦଳଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରୁଥିବା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି ।

ନାଗରିକ ସଂଶୋଧନ ବିଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ସମୟ ମାଗିଥିବା କହିଛନ୍ତି । ହେଲେ ସମୟ ଓ ତାରିଖ ଏଯାଏଁ ପ୍ରଧାନମନ୍ତ୍ରୀ ଦେଇ ନଥିବା କହିଛନ୍ତି କନରାଡ ।

undefined

Intro:Body:

ନାଗରିକ ସଂଶୋଧନ ବିଲ୍କୁ ବିରୋଧ, ଏନଡିଏରୁ ଓହରିପାରେ ଏନପିପି

ସିଲଂ: ଯଦି ନାଗରିକ ସଂଶୋଧନ ବିଲ୍ ରଦ୍ଦ ନହୁଏ ତାହେଲେ ଏନଡିଏରୁ ଓହରି ପାରେ ନ୍ୟାସନାଲ ପିପୁଲସ ପାର୍ଟି (ଏନପିପି) । ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଏ ନେଇ ସରକାରରେ ଥିବା ସହଯୋଗୀ ଦଳ ବିଜେପିକୁ ଚେତାବନୀ ଦେଇଛନ୍ତି । ତେବେ ଏନଡିଏ ମେଣ୍ଟରେ ଏନପିପି ରହିବ କି ନାହିଁ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି । ଉତ୍ତର-ପୂର୍ବରେ ଥିବା ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ନାଗରିକ ସଂଶୋଧନ ବିଲକୁ ବିରୋଧ କରିବା ପାଇଁ ଏନପିପିକୁ ପରାମର୍ଶ ଦେଇଛନ୍ତି ।

ନାଗରିକ ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ଏନପିପିର କଣ ରହିବ ଆଭିମୁଖ୍ୟ ଏ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଯାହାର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଏହି ପ୍ରତିକ୍ରିୟା ରଖିଛନ୍ତି ।

ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ବିଜେପି ସରକାରକୁ ଏନପିପି ସମର୍ଥନ କରୁଛି । ମେଘାଳୟରେ କିନ୍ତୁ ଏନପିପି ସରକାର କରିଛି, ବିଜେପି ସମର୍ଥନ କରୁଛି ।

ଜାନୁଆରୀ 8ରେ ଏହି ନାଗରିକ ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଏହି ବିଲକୁ ବିରୋଧ କରୁଥିବା ଦଳ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଦଳଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରୁଥିବା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି ।

ନାଗରିକ ସଂଶୋଧନ ବିଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ସମୟ ମାଗିଥିବା କହିଛନ୍ତି । ହେଲେ ସମୟ ଓ ତାରିଖ ଏଯାଏଁ ପ୍ରଧାନମନ୍ତ୍ରୀ ଦେଇ ନଥିବା କହିଛନ୍ତି କନରାଡ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.