ETV Bharat / bharat

ସନ୍ଧ୍ୟା 6ଟାରେ ଘୋଷଣା ହେବ 2021 ଜେଇଇ ମେନ ପରୀକ୍ଷା ତାରିଖ - JEE Main 2021

ଆଜି ସନ୍ଧ୍ୟା 6ଟାରେ ଘୋଷଣା ହେବ 2021 ଜେଇଇ ମେନ ପରୀକ୍ଷା ତାରିଖ । ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ’ନିଶଙ୍କ’ । ଅଧିକ ପଢନ୍ତୁ...

ସନ୍ଧ୍ୟା 6ଟାରେ ଘୋଷଣା ହେବ 2011 ଜେଇଇ ମେନ ପରୀକ୍ଷା ତାରିଖ

author img

By

Published : Dec 16, 2020, 4:57 PM IST

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା 6ଟାରେ ଘୋଷଣା ହେବ 2021 ଜେଇଇ ମେନ ପରୀକ୍ଷା ତାରିଖ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ’ନିଶଙ୍କ’ ନିଜର ଅଫିସିଆଲ ଟ୍ବିଟର ସାଇଟରେ ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି । ପରୀକ୍ଷା ତାରିଖ ସମେତ ପରୀକ୍ଷା ସମ୍ପର୍କୀତ ଅନ୍ୟ ବିଷୟରେ ମଧ୍ୟ ହେବ ଘୋଷଣା ।

ଏହା ସହିତ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ହୋଇଥିବା ନୂତନ ପରୀକ୍ଷା ପ୍ରଣାଳୀ ଓ 2021 ପାଇଁ ଜେଇଇ ମେନ ପରୀକ୍ଷାର ତାରିଖକୁ ପ୍ରତ୍ୟାହାର କରି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଡିସେମ୍ବର 10 ତାରିଖରେ ଶିକ୍ଷାମନ୍ତ୍ରୀ ଏକ ୱେବିନାର ଆୟୋଜନ କରିଥିଲେ । ଏଠାରେ ସେ ସୂଚନା ଦେଇ କହିଥିଲେ ଏକାଧିକ ଅଧିବେଶନରେ ଜେଇଇ ମେନ ପରୀକ୍ଷା ପରିଚାଳନାର ସମ୍ଭାବନାକୁ ନେଇ ମନ୍ତ୍ରୀମାନେ ସମୀକ୍ଷା କରୁଛନ୍ତି ।

ଏହା ପୂର୍ବରୁ ସେ ଆହୁରି କହିଥିଲେ ଯେ, ପ୍ରବେଶିକା ପରୀକ୍ଷା ଅଧିକ ଆଞ୍ଚଳିକ ଭାଷାରେ ମଧ୍ୟ କରାଯିବ । ଏହି ଭାଷାଗୁଡିକ ମଧ୍ୟରେ ହିନ୍ଦୀ, ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ, ମରାଠୀ ଅନ୍ତର୍ଭୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.