ETV Bharat / bharat

ଚିଦାମ୍ବରମଙ୍କ ଠାରୁ ଟ୍ୟୁସନ ନିଅନ୍ତୁ ରାହୁଲ ଗାନ୍ଧୀ: ଜାଭେଦକର

ଦେଶର ବ୍ୟାଙ୍କଗୁଡିକ 50 ଟି ବଡ ୱିଲଫୁଲ୍ ଡିଫଲ୍ଟରଙ୍କ 68,607 କୋଟି ଟଙ୍କା ଋଣ ଛାଡ କରିବା ନେଇ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ । କଂଗ୍ରେସ ଅଭିଯୋଗ ଉପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି(ବୁଧବାର) ପ୍ରତିକ୍ରିୟା ଦେଇଛନ୍ତି।

prakash javedkar
ଜାଭେଦକର
author img

By

Published : Apr 29, 2020, 8:18 PM IST

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡିକ 50 ଟି ବଡ ୱିଲଫୁଲ୍ ଡିଫଲ୍ଟରଙ୍କ 68,607 କୋଟି ଟଙ୍କା ଋଣ ଛାଡ କରିବା ନେଇ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ । କଂଗ୍ରେସ ଅଭିଯୋଗ ଉପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି(ବୁଧବାର) ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କଠାରୁ ଟ୍ୟୁସନ ନେବା ଉଚିତ୍।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି, ‘ମୋଦି ସରକାର 65,000 କୋଟି ଟଙ୍କା କ୍ଷମା କରିଛନ୍ତି ବୋଲି ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ମୁଁ ପ୍ରତ୍ୟାଖ୍ୟାନ କରିଛି। ଗୋଟିଏ ପଇସା ମଧ୍ୟ କ୍ଷମା କରାଯାଇ ନାହିଁ। ରାଇଟିଂ ଅଫର ଅର୍ଥ ଋଣ ଛାଡ୍ କରିବା ନୁହେଁ ତେଣୁ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଠାରୁ ଟ୍ୟୁସନ୍ ନିଅନ୍ତୁ ରାହୁଲ’ ।

ଜାଭେଦକର କହିଛନ୍ତି, ରାଇଟିଂ ଅଫ୍ ପ୍ରକ୍ରିୟା ଜମାକାରୀଙ୍କ ସ୍ପଷ୍ଟ ଚିତ୍ରକୁ ଦର୍ଶାଇଥାଏ । କେବଳ ବାଲାନ୍ସ ସିଟ୍ କ୍ଲିଅର୍ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ । କିନ୍ତୁ ତାହାର ଅର୍ଥ ନୁହେଁ ଯେ ସମ୍ପୁର୍ଣ୍ଣ ଋଣ ଛାଡ୍ କରିଦିଆଯିବା । ବ୍ୟାଙ୍କ କୌଣସି ନା କୌଣସି ଉପାୟରେ ଋଣ ହାସିଲ କରିପାରିବ’।

ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଋଣ ପରିଶୋଧ କରି ନ ଥିବା ବ୍ୟାଙ୍କଗୁଡିକୁ ବିଭ୍ରାନ୍ତ କରିବାକୁ କଂଗ୍ରେସ ନେତାମାନେ ଜାଣିଶୁଣି ଚେଷ୍ଟା କରିଛନ୍ତି। 2009-10 ରୁ 2013-14 ମଧ୍ୟରେ ନିର୍ଦ୍ଧାରିତ ବାଣିଜ୍ୟିକ ବ୍ୟାଙ୍କଗୁଡିକ 145226 କୋଟି ଟଙ୍କାକୁ ରାଇଟିଂ ଅଫ୍ କରିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.