ETV Bharat / bharat

ବାଲ୍ମିକୀ ଟାଇଗର ରିଜର୍ଭ ପାର୍କରେ ପଶିଲା ବନ୍ୟା ପାଣି, ଜନବସତି ମୁହାଁ ବନ୍ୟପ୍ରାଣୀ - ବିହାର ନ୍ୟୁଜ

କ୍ରମାଗତ ଭାବେ ବର୍ଷା ହେବା କାରଣରୁ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଅବସ୍ଥିତ ବାଲ୍ମିକୀ ଟାଇଗର ରିଜର୍ଭ ପାର୍କରେ ମଧ୍ୟ ବନ୍ୟାଜଳ ପଶିଛି । ଫଳରେ ବନ୍ୟପ୍ରାଣୀମାନେ ନିକଟସ୍ଥ ଜନବସତି ମୁହାଁ ହେଉଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବାଲ୍ମିକୀ ଟାଇଗର ରିଜର୍ଭ ପାର୍କରେ ପଶିଲା ବନ୍ୟା ପାଣି,  ଜନବସତି ମୁହାଁ ବନ୍ୟପ୍ରାଣୀ

author img

By

Published : Jul 14, 2020, 12:46 PM IST

Updated : Jul 14, 2020, 12:58 PM IST

ପାଟନା: ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ଅନେକ ଜିଲ୍ଲା ବନ୍ୟା ଜଳ ଘେରରେ ରହିଛି । ତେବେ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଅବସ୍ଥିତ ବାଲ୍ମିକୀ ଟାଇଗର ରିଜର୍ଭ ପାର୍କରେ ମଧ୍ୟ ବନ୍ୟାଜଳ ପଶିଛି । ଫଳରେ ବନ୍ୟଜନ୍ତୁମାନେ ପ୍ରାଣ ବଞ୍ଚାଇବା ପାଇଁ ନିକଟତର ଜନବସତି ମୁହାଁ ହୋଇଛନ୍ତି ।

ବାଲ୍ମିକୀ ଟାଇଗର ରିଜର୍ଭ ପାର୍କରେ ପଶିଲା ବନ୍ୟା ପାଣି, ଜନବସତି ମୁହାଁ ବନ୍ୟପ୍ରାଣୀ

ବାଲ୍ମିକୀନଗର ଅନ୍ତର୍ଗତ ବିସହା ଗାଁରେ ଏକ ବିଶାଳକାୟ ଅଜଗର ପଶି ଶମ୍ଭୁ ସିଂହଙ୍କ କୁକୁଡାକୁ ଖାଇ ଦେଇଛି । ଗ୍ରାମବାସୀ ଏହି ଖବର ବନବିଭାଗକୁ ଜଣାଇବା ପରେ ବନକର୍ମଚାରୀମାନେ ଅଜଗରକୁ ଧରି ବିଟିଆର ଜଙ୍ଗଲରେ ଛାଡି ଦେଇଛନ୍ତି ।

ସେହିପରି ଖରପୋଖରା ଓ ନରଇପୁର ଗାଁରେ ଏକ କୁମ୍ଭୀରକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ଉଠିଥିଲେ । ନରଇପୁରରେ ସେହି କୁମ୍ଭୀର 2ଟି ଛେଳିର ଶିକାର କରିଥିଲା । ତା'ର ଆକ୍ରମଣରେ 2ଜଣ ସ୍ଥାନୀୟ ବାସିନ୍ଦା ବି ଆହତ ହୋଇଥିଲେ ।

କେବଳ ସେତିକି ନୁହେଁ ବାଲ୍ମିକୀ ଟାଇଗର ରିଜର୍ଭର ଜଙ୍ଗଲରୁ ଭାଲୁ, କଲରାପତରିଆ ବାଘ, ବିଷାକ୍ତ ସାପ ନିକଟସ୍ଥ ଜନବସତି ଆଡକୁ ଚାଲି ଆସୁଥିବାର ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 14, 2020, 12:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.