ETV Bharat / bharat

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା

author img

By

Published : Oct 24, 2020, 3:12 PM IST

ପ୍ରେମିକ ସହ ମିଶି ପତ୍ନୀ ଘଟାଇଛି ଜଘନ୍ୟ ହତ୍ୟାକାଣ୍ଡ । ନିଜ ହାତରେ ପୋଛିଛି ନିଜ ମଥାର ସିନ୍ଦୂର । ଏଭଳି ଘଟଣା ଗତ ଶନିବାର କର୍ଣ୍ଣାଟକ ବେଙ୍ଗାଲୁରୁର ଅନେକଲ ଅଞ୍ଚଳରେ ଘଟିଥିଲା । ହତ୍ୟାକାଣ୍ଡ ଘଟାଇଥିବା ମହିଳା ପୋଲିସ ସମ୍ମୁଖରେ ନିଜ ଦୋଷ ସ୍ବୀକାର କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

wife killed husband by joining with her lover
ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା

ବେଙ୍ଗାଲୁରୁ: ପରକୀୟା ପ୍ରୀତିରେ ଲିପ୍ତ ହୋଇ ପତ୍ନୀ ଘଟାଇଛି ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକ ସହ ମିଶି ନିଜ ସ୍ବାମୀକୁ ପଥର ମାରି ନିର୍ଦ୍ଦୟ ଭାବରେ ହତ୍ୟା କରିଛି । ଏଭଳି ଘଟଣା ଗତ ଶନିବାର କର୍ଣ୍ଣାଟକ ବେଙ୍ଗାଲୁରୁର ଅନେକଲ ଅଞ୍ଚଳରେ ଘଟିଛି ।

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା

ମୃତକ ମଦେଶ ତାମିଲନାଡୁର ଅଧିବାସୀ ଅଟନ୍ତି । କର୍ଣ୍ଣାଟକର ଜିଗାନି ନିକଟରେ ହାରାଗଡ୍ଡେରେ ଏକ ସିଲାଇ ଦୋକାନ କରି ପରିବାର ଚଳାଉଥିଲେ । କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ ଲାଗୁ ହେବା ପରେ ସେ ତାମିଲନାଡୁକୁ ଫେରି ଆସିଥିଲେ । ତେବେ ଏହାରି ମଧ୍ୟରେ ମଦେଶଙ୍କ ପତ୍ନୀ ପ୍ରେମାଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ମହିଳା ଜଣକ ପ୍ରେମିକ କାରିୟା ସହ ଜୀବନ ବିତାଇବା ପାଇଁ ସ୍ଥିର କରିଥିଲେ ।

ମହିଳାଙ୍କ ଏଭଳି ଇଚ୍ଛାରେ ବାଧକ ସାଜିଥିବା ନିଜ ସ୍ବାମୀକୁ ରାସ୍ତାରୁ ହଟାଇବା ପାଇଁ ଚିନ୍ତା କରିଥିଲେ । ଏଣୁ ଗତ ଶନିବାର ମହିଳା ଜଣକ ନିଜ ପ୍ରେମିକ କାରିୟା ଓ ପ୍ରେମିକଙ୍କ ବନ୍ଧୁ ମଲ୍ଲେଶଙ୍କ ସହ ମିଶି ମଦେଶଙ୍କ ମୁଣ୍ଡକୁ ପଥର ପକାଇ ହତ୍ୟା କରିଥିବାର ଜଣାପଡିଛି । ଏହି ଘଟଣାକୁ ମହିଳା ଜଣକ ଜିଗାନି ପୋଲିସ ସମ୍ମୁଖରେ ନିଜ ଦୋଷକୁ ସ୍ବୀକାର କରିଥିବାର ଜିଗାନି ଇନସପେକ୍ଟର କେ ବିଶ୍ବନାଥ ସୂଚନା ଦେଇଛନ୍ତି ।

ମୃତକ ମଦେଶ ଓ ହତ୍ୟାକାଣ୍ଡ ଘଟାଇଥିବା ମହିଳା 2ବର୍ଷ ପୂର୍ବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏହି ବିବାହ ଏକ ପ୍ରେମ ବିବାହ ଥିଲା । ମୃତକ ମଦେଶ ଓ ପ୍ରେମାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.