ETV Bharat / bharat

ମୋହନଙ୍କୁ କାହିଁକି ଦୁନିଆ ଡାକେ ମହାତ୍ମା ? - ମହାତ୍ମା

ଗାନ୍ଧୀ ଯଦିଓ ନାହାଁନ୍ତି, ହେଲେ ତାଙ୍କ ବିଚାର ଆଜି ବି ପୂରା ବ୍ରହ୍ମାଣ୍ଡ ଅନୁଭବ କରୁଛି  । ଯେତେବଳେ ବି କୌଣସି କୋଣରେ ବୋମା ଓ ବନ୍ଧୁକର କୋଳହଳ ଶ୍ବାସରୁଦ୍ଧ କରିଦିଏ ସେତେବଳେ ମନ ଆପେଆପେ ଶାନ୍ତିର ପ୍ରତୀକ ଅର୍ଦ୍ଧନଗ୍ନ ଫକୀର ଆଡକୁ ଚାଲିଯାଏ । ଯାହାକୁ ଦୁନିଆ କୁହେ ଗାନ୍ଧୀ । ହଁ ମହାତ୍ମା ଗାନ୍ଧୀ ।

ଡିଜାଇନ ଫଟୋ
author img

By

Published : Sep 20, 2019, 7:01 AM IST

‘ଭୁଲ କରିବା ଭୁଲ ନୁହେଁ, ହେଲେ ସେହି ଭୁଲକୁ ବାରମ୍ବାର ଦୋହରାଇବା ମସ୍ତବଡ ଭୁଲ ।’ ଯାହାକୁ ଗାନ୍ଧୀ କେବେ କରିନଥିଲେ । ଆଉ ଏହା ହିଁ ଥିଲା ତାଙ୍କ ନୈତିକ ପ୍ରଗତିର ପୁଞ୍ଜି । ଜୀବନର ପ୍ରତିଟି ସୋପାନରେ ସେ ଆତ୍ମ-ମୂଲ୍ୟାଙ୍କନ ପାଇଁ ପ୍ରସ୍ତୁତ ରହୁଥିଲେ । କଣ କରୁଛି ମୁଁ, ଯାହା କରୁଛି ତାହା କେତେ ଯୁକ୍ତିଯୁକ୍ତ, କଣ ରହିଛି ଦୋଷ ତ୍ରୁଟି, ନିଜର ପ୍ରତିଟି ପଦକ୍ଷେପକୁ ଗୋଟି ଗୋଟି କରି ନିରକ୍ଷଣ କରନ୍ତି, ଆଉ ଦୁର୍ବଳତାକୁ ସୁଧାରନ୍ତି ବାପୁ । ଏଇଥି ପାଇଁ ତ ସେ ଭିନ୍ନ ଏବଂ ମହାନ । ଆଉ ଏହି ମହାନ ବ୍ୟକ୍ତିଙ୍କୁ ମହାତ୍ମା କହି ବିଶ୍ବକୁ ନୂଆ ଗାନ୍ଧୀ ଦେଇଥିଲେ ରବୀନ୍ଦ୍ର ନାଥ ଠାକୁର ।

ସେ ବିଶ୍ବାସ କରୁଥିଲେ, ଯଦିଓ ନିଜ ବିଚାରରେ କିଛି ଭୁଲ କିମ୍ବା ପାପ ରହିଥାଏ । ତାହାକୁ ସର୍ବଶକ୍ତିମାନ ଇଶ୍ବର ଦେଖୁଛନ୍ତି । ଏଣୁ ଦୁନିଆ ସାମ୍ନାରେ ନିଜ ଭୁଲକୁ ମାନିବାକୁ କୁଣ୍ଠା କରନ୍ତି ନାହିଁ ବାପୁ । ଏହା ଜରିଆରେ ସେ ନିଜ ପାପର ପ୍ରାୟଶ୍ଚିତ ପାଇଁ ଗୋଟିଏ ସୁଯୋଗ ପାଇଯାଇଥାନ୍ତି । ଦକ୍ଷିଣ ଆଫ୍ରିକାର ଫୋନିକ୍ସ ଆଶ୍ରମରେ ବାପୁ ଗୋଟିଏ ଦିନର ଭୋଜନ ସହ ଲୁଣ ଛାଡିଦେଇଥିଲେ । ଆଉ ଏହାର କାରଣ ହେଉଛି ସେ ନିଜକୁ କୌଣସି ଏକ ଭୁଲ ପାଇଁ ଦଣ୍ଡିତ କରିବାକୁ ଚାହୁଁଥିଲେ । ଯାହାକି ପରବର୍ତ୍ତୀ ସମୟରେ ଅନିଶ୍ଚିତକାଳ ପାଇଁ ମଧ୍ୟ ଚାଲୁଥିଲା ।

ବାପୁ, ସେ ମହାତ୍ମା । ସେ ରାଷ୍ଟ୍ରପିତା । ହଁ ଏଇ କେଇ ଶବ୍ଦରେ ଯେମିତି ପୂରା ଦୁନିଆ ବସିଯାଏ । ଥରେ ଆଲବର୍ଟ ଆଇନଷ୍ଟାଇନ କହିଥିଲେ , ଆଗମୀ ପୀଢୀ ବୋଧେ ବିଶ୍ବାନ କରି ନ ପାରେ ଯେ, ହାଡ ମାଂସର ଏପରି ଏକ ମଣିଷ ଯିଏ ସତରେ ଏଇ ଧରିତ୍ରୀରେ ରହିଥିଲା । ଗାନ୍ଧୀଙ୍କ ପାଇଁ ଏହି ମହାତ୍ମା ଉପାଧି ଅନାତ୍ମ ଥିଲା । କେହି ତାଙ୍କୁ ମହାତ୍ମା ବୋଲି ଡାକିଲେ ସେ ପ୍ରଶ୍ନ ଘେରକୁ ଆସିଯାଉଥିଲେ । ଗାନ୍ଧୀଜୀ ଅନ୍ୟ ସାଧାରଣଙ୍କ ମଣିଷଙ୍କ ଭଳି ନିଜକୁ ଭାବୁଥିଲେ । ହେଲେ ତାଙ୍କର ଅନ୍ତର୍ନିହିତ ଚରିତ୍ର ଆଜି ତାଙ୍କୁ ମହାନ ଭାବେ ଚୀର ନମନୀୟ କରି ରଖିଛି ।

ଗାନ୍ଧୀ ସର୍ବଦା ଧାର୍ମିକ ଲିପି ଓ ସନ୍ଥଙ୍କ ବାଣୀଙ୍କୁ ସମ୍ମାନ କରୁଥିଲେ । ସେ ଭାବୁଥିଲେ ଏହି ସବୁ ମହତ ଶବ୍ଦ ମହାନ ବିଚାର ଓ ଅନୁଭବର ଗୋଟିଏ ଗୋଟିଏ ଉପାଦନ । ତେବେ ହେଲେ ବି ସେ ତର୍କରେ ଲାଗୁ ହେଉଥିବା ଲିପିଗୁଡିକର କଥୋପକଥନ ଉପରେ ପରୀକ୍ଷା କରୁଥିଲେ । ଆଉ ପରିକ୍ଷାରେ ଯାହାର ଯାହା ଉତ୍ତୀର୍ଣ୍ଣ ହେଉନଥିଲା ତାକୁ ସେ ଖାରଜ କରିଦେଉଥିଲେ । ଏଥିଯୋଗୁଁ ସେ କହିଥିଲେ , ଯଦି ବେଦରେ ‘ଅସ୍ପୃଶ୍ୟତା’କୁ ନେଇ କୌଣସି ମଞ୍ଜୁରୀ ରହିଥିବା କୌଣସି ହିନ୍ଦୁ ବିଦ୍ବାନ ପ୍ରମାଣ କରିଦିଏ, ତେବେ ସେ ଏଭଳି ଶାସ୍ତ୍ରକୁ ନିନ୍ଦା କରିବେ । ଆଉ ଏ ନେଇ ସ୍ବର ତେଜିବା ସମୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ପ୍ରତିଟି କଠୋରତାକୁ ପାର କରୁଥିଲେ ବାପୁ । ଏପରିକି ନିଜ ପରିବାର ବିରୋଧରେ ଯିବାକୁ ମଧ୍ୟ ସଙ୍କୋଚ କରିନଥିଲେ । କେବଳ ସତ୍ୟ ଓ ଧର୍ମର ସାଥ ଦେଇଥିଲେ ।

ସେହିପରି ଜୀବନକୁ ମଧ୍ୟ ସେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ଭେଦଭାବ, ବିଭାଜନରେ ସେ ବିଶ୍ବାସ କରୁନଥିଲେ । ଯେତେବଳେ କି ଦୁନିଆର ବହୁ ଅର୍ଥଶାସ୍ତ୍ରୀ ଅର୍ଥନୀତିକୁ ଏକ ବିଜ୍ଞାନ ବୋଲି ମାନନ୍ତି । ଯାହାକି ନୈତିକତା ସହ ଆଦୌ ସମ୍ପୃକ୍ତ ନୁହେଁ । ଏଥିଯୋଗୁଁ ସେ ନା ରାଜନୀତିଜ୍ଞ ହୋଇଥିଲେ ନା କୌଣସି ଧର୍ମବିତ୍ତ । ସାର୍ବଜନିକ ଜୀବନ ଓ ରାଜନୀତି ମଧ୍ୟରେ ସେ କୌଣସି ପ୍ରଭେଦ କରୁନଥିଲେ । ଏଥିପାଇଁ ବହୁ ଉଚ୍ଚ ରାଜନୈତିକ ପଦବୀକୁ ବି ସେ ଗୋଡରେ ଆଡେଇଦେଇଥିଲେ । କିନ୍ତୁ ରାଜନୈତିକ ମୁଦ୍ଦାରେ ରୁଚି ରଖୁଥିବାରୁ ତାଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରୁଥିଲେ । କାରଣ ସେ ଦୁନିଆକୁ ଏକ ଭିନ୍ନ ନଜରରେ ଦେଖୁଥିଲେ । ଏଥିଲାଗି ସେ କେବେ ସୁଦ୍ଧା ଶିକ୍ଷା, ଆର୍ଥନୀତି , ମୁହଁ , ରଙ୍ଗ, ଜାତି ଦ୍ବାରା କାହାରିକୁ ବିଚାର କରନ୍ତି ନାହିଁ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସେ ସମସ୍ତଙ୍କୁ ସମାନ ଭାବନ୍ତି । ଖାସ ଏଥିପାଇଁ ସେ ସମସ୍ତଙ୍କ ହୃଦୟକୁ ଛୁଇଁଯାଆନ୍ତି ।

ବାପୁ ଜଣେ ମହାନ ସ୍ରୋତା ଥିଲେ । ତାଙ୍କ ଓଜସ୍ବୀ ଭାଷଣରେ ଆବାଳ ବୃଦ୍ଧ ବନିତା ବିମୋହିତ ହୋଇପଡୁଥିଲେ । ସେ କେବେ ହେଲେ ଭାଷଣ ପୂର୍ବରୁ ନିଜକୁ ପ୍ରସ୍ତୁତ କରୁନଥିଲେ । ନିଜର ଚିନ୍ତାଧାରାକୁ ସେ ଅତି ସୁନ୍ଦର ଢଙ୍ଗରେ ଲୋକଙ୍କ ସମ୍ମୁଖରେ ରଖୁଥିଲେ ।

‘କୌଣସି କାମ ଛୋଟ କିମ୍ବା ବଡ ନୁହେଁ ’ । ସବୁ ବ୍ୟକ୍ତିଙ୍କୁ ସମାନ ବ୍ୟବହାର କରିବା ଆବଶ୍ୟକ । ଏ ନେଇ ଜନ ରସ୍କିନଙ୍କ ଏକ ପୁସ୍ତକ ‘‘Unto the last’’ ଗାନ୍ଧୀଜୀଙ୍କୁ ପ୍ରଭାବିତ କରିଥିଲା । ଏହାକୁ ସେ ନିଜ ଜୀବନରେ ମଧ୍ୟ ପ୍ରୟୋଗ କରିଥିଲେ । ଅନ୍ୟକୁ କୌଣସି ଉପଦେଶ ଦେବା ପୂର୍ବରୁ ସେ ପ୍ରଥମେ ନିଜ ଉପରେ ତାହାକୁ ଲାଗୁ କରୁଥିଲେ । ଏହି କ୍ରମରେ ସେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ଯାହାର ଆରମ୍ଭ ସେ ନିଜ ଶୌଚାଳୟରୁ କରିଥିଲେ । ଅନ୍ୟଙ୍କୁ ସଫା ବସ୍ତ୍ର ପିନ୍ଧିବା ପାଇଁ ପରାମର୍ଶ ଦେଇ ନିଜେ ଧୋତି ପିନ୍ଧିଥିଲେ ।

ଗାନ୍ଧୀ ଯଦିଓ ନାହାଁନ୍ତି, ହେଲେ ତାଙ୍କ ବିଚାର ଆଜି ବି ପୂରା ବ୍ରହ୍ମାଣ୍ଡ ଅନୁଭବ କରୁଛି । ଯେତେବଳେ ବି କୌଣସି କୋଣରେ ବୋମା ଓ ବନ୍ଧୁକର କୋଳହଳ ଶ୍ବାସରୁଦ୍ଧ କରିଦିଏ ସେତେବଳେ ମନ ଆପେଆପେ ଶାନ୍ତିର ପ୍ରତୀକ ଅର୍ଦ୍ଧନଗ୍ନ ଫକୀର ଆଡକୁ ଚାଲିଯାଏ । ଯାହାକୁ ଦୁନିଆ କୁହେ ଗାନ୍ଧୀ । ହଁ ମହାତ୍ମା ଗାନ୍ଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.