ନୂଆଦିଲ୍ଲୀ: 1975 ମସିହା ଜୁନ 25 । ଭାରତ ଇତିହାସରେ ଏକ କଳାଦିନ ଭାବେ ଜଣାଶୁଣା। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ କାଳରାତ୍ରି । ସ୍ବାଧିନତାର 28 ବର୍ଷ ପରେ ତୃତୀୟ ଥର ପାଇଁ ଆଜି ଜାରି ହୋଇଥିଲା ଜାତୀୟ ଜରୁରୀକାଳୀନ ପରିସ୍ଥିତି । ଆଉ ଏହାର ପ୍ରଭାବ ଦୀର୍ଘ 19 ବର୍ଷ ଧରି ସମଗ୍ର ଦେଶ ଅନୁଭୂତ କରିଥିଲା ।
ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ଥିବା ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ନେଇ ଉପୁଜିଥିଲା ବିବାଦ । 1975ରେ ଉତ୍ତର ପ୍ରଦେଶର ରାଏବରେଲୀ ଲୋକସଭା ଆସନରୁ ଇନ୍ଦିରା ଗାନ୍ଧୀଙ୍କ ବାଜିମାତକୁ ଅବୈଧ ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଇନ୍ଦିରା । ଏହାର ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ଇନ୍ଦିରାଙ୍କୁ କ୍ଷମତାରେ ରହିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହାପରେ ବିରୋଧୀ ଇନ୍ଦିରାଙ୍କ ଇସ୍ତଫା ଦାବି କଲେ । ଜୟପ୍ରକାଶ ନାରାୟଣ ଇନ୍ଦିରାଙ୍କ ବିରୋଧରେ ନାରା ଦେଇଥିଲା । ସମ୍ପୂର୍ଣ୍ଣ ଦେଶ ଅଶାନ୍ତ ହେବାକୁ ଲାଗିଲା ।
ଏହାକୁ ଥମାଇବାକୁ ଇନ୍ଦିରା ସମ୍ବିଧାନର ଧାରା 352 ଅଧିନରେ ଜରୁରୀକାଳୀନ ଘୋଷଣା କରିଥିଲେ । ଏହା ଫଳରେ ନିର୍ବାଚନ ସ୍ଥଗିତ ହେବା ସହ ନାଗରିକ ଅଧିକାରକୁ ଶେଷ କରିବା ପାଇଁ ମନମୁଖୀ ଶାସନ ଚଳାଇଲେ ଇନ୍ଦିରା । ପରେ ପୁଣି ସମ୍ବିଧାନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ପରାମର୍ଶ ପରେ 6 ମାସକୁ ଥରେ 1977 ପର୍ଯ୍ୟନ୍ତ ଜରୁରୀକାଳୀନ ଅବଧିକୁ ବଢାଇ ଚାଲିଲେ ।
ଶେଷରେ 1977 ଜାନୁଆରୀ 18ରେ ଇନ୍ଦିରା ଲୋକସଭା ଭଙ୍ଗ କରି ସାଧାରଣ ନିର୍ବାଚନର ଘୋଷଣା କରିଥିଲେ । ଜରୁରୀକାଳୀନ ସମୟରେ ଜେଲରେ ଭର୍ତ୍ତି ହୋଇଥିବା ସବୁ ନେତାଙ୍କୁ ମୁକ୍ତ କରାଗଲା । ମାର୍ଚ୍ଚ 23ରେ ଜରୁରୀକାଳୀନ ପରିସ୍ଥିତି ଉପରେ ପୂର୍ଣ୍ଣଛେଦ ପଡିଥିଲା ।