ETV Bharat / bharat

ଲକ‌ଡାଉନ ପରେ କାହିଁକି ଭାରତୀୟ କିଣୁଛନ୍ତି ଛୋଟ କାର, ପୁରୁଣା କାର ଓ ଦୁଇ ଚକିଆ ଯାନ ?

author img

By

Published : Oct 29, 2020, 10:25 PM IST

ଏଇ କିଛି ମାସ ହେଲା, ସରକାରୀ କଟକଣା କୋହଳ ହେବା ପରେ ପରେ ଲୋକଙ୍କ ଖର୍ଚ୍ଚ କରିବା ଶୈଳୀ ପୁଣି ପୂର୍ବାବସ୍ଥାକୁ ଫେରୁଛି ଏବଂ କୋଭିଡ୍‌ ପୂର୍ବବର୍ତ୍ତୀ ସମୟର 80-90% ସ୍ତରରେ ଉପନୀତ ହୋଇସାରିଛି । ଭାରତୀୟମାନେ କିଣୁଛନ୍ତି ଛୋଟ କାର, ପୁରୁଣା କାର ଓ ଦୁଇଚକିଆ ଯାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତୀୟମାନେ କିଣୁଛନ୍ତି ଛୋଟ କାର
ଭାରତୀୟମାନେ କିଣୁଛନ୍ତି ଛୋଟ କାର

କୋଭିଡ୍‌-19 ଲକ୍‌ଡାଉନ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ, ଆଶାନୁରୂପ ଭାବରେ ଭାରତୀୟ ଉପଭୋକ୍ତାମାନଙ୍କର ଖର୍ଚ୍ଚ ଶୈଳୀରେ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ଏବଂ କେବଳ ଖାଦ୍ୟ ସାମଗ୍ରୀ ଓ ଔଷଧପତ୍ର କିଣାରେ ଅର୍ଥ ଖର୍ଚ୍ଚ କରାଯାଉଥିଲା । ଏଇ କିଛି ମାସ ହେଲା, ସରକାରୀ କଟକଣା କୋହଳ ହେବା ପରେ ପରେ ଲୋକଙ୍କ ଖର୍ଚ୍ଚ କରିବା ଶୈଳୀ ପୁଣି ପୂର୍ବାବସ୍ଥାକୁ ଫେରୁଛି ଏବଂ କୋଭିଡ୍‌ ପୂର୍ବବର୍ତ୍ତୀ ସମୟର 80-90% ସ୍ତରରେ ଉପନୀତ ହୋଇସାରିଛି ।

କିନ୍ତୁ, ଏବେ ବି କେବଳ ଭୂତାଣୁଜନିତ ସଂକଟର ସମାଧାନ ଦିଗରେ ଉପଲବ୍‌ଧ ସାମଗ୍ରୀ ଓ ସେବା ବାବଦରେ ହିଁ ଭାରତୀୟ ଉପଭୋକ୍ତାମାନେ ଅଧିକରୁ ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି ଜଣେ ଉଚ୍ଚପଦସ୍ଥ ବ୍ୟାଙ୍କ ଅଧିକାରୀ କହିଛନ୍ତି । କୋଭିଡ୍‌ ଭୂତାଣୁର ଗୋଷ୍ଠୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଏ ବର୍ଷ ମାର୍ଚ୍ଚରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଯାହାକୁ କି ବିଶ୍ବର ଯେ କୌଣସି ସ୍ଥାନରେ ଲାଗୁ କରାଯାଇଥିବା ଅନ୍ୟତମ କଠୋର ଲକ୍‌ଡାଉନ କଟକଣା ରୂପରେ ବର୍ଣ୍ଣନା କରାଯାଉଛି ।

ଏହା ଫଳରେ ଅଳ୍ପ କେତୋଟି କ୍ଷେତ୍ରକୁ ଛାଡ଼ି ସଂପୂର୍ଣ୍ଣ ଅର୍ଥବ୍ୟବସ୍ଥା ପୂର୍ଣ୍ଣତଃ ଠପ୍‌ ହୋଇଯାଇଥିଲା ଏବଂ ଅଧିକାଂଶ ଲୋକେ ନିଜ ନିଜ ଘର ଭିତରେ ରହିବାକୁ ବାଧ୍ୟ ହୋଇଥିଲେ । ଲକ୍‌ଡାଉନ୍‌ ଯୋଗୁଁ ଭାରତୀୟ ଉପଭୋକ୍ତାମାନଙ୍କର, ବିଶେଷତଃ ଅର୍ଥନୈତିକ ଅନିଶ୍ଚିତତା ଆଶଙ୍କାରେ ଘରେ ନଗଦ ଟଙ୍କା ରଖୁଥିବା ମଧ୍ୟମ ବର୍ଗ ଲୋକମାନଙ୍କର, ଖର୍ଚ୍ଚ କରିବା ଶୈଳୀ ସଂପୂର୍ଣ୍ଣ ବଦଳି ଯାଇଥିଲା । ଫେଡେରାଲ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶାଳିନୀ ୱାରିଅର କହନ୍ତି, “ଆମେ ଲକ୍ଷ୍ୟ କଲୁ ଯେ, ଲକ୍‌ଡାଉନ୍‌ ଜାରି ହେବାର ପ୍ରଥମ କେଇ ଦିନରେ ଉପଭୋକ୍ତାମାନେ କେବଳ ଖାଦ୍ୟ ସାମଗ୍ରୀ, ଔଷଧପତ୍ର ଏବଂ ଅନ୍ୟ କେତେକ ସୀମିତ ଭାବରେ ଉପଯୋଗୀ ସାମଗ୍ରୀ କିଣିବାରେ ଅର୍ଥ ଖର୍ଚ୍ଚ କଲେ ।” ବ୍ୟାଙ୍କର ରିଟେଲ୍‌ ବିଜନେସ୍‌ ବିଭାଗ ମୁଖ୍ୟ ୱାରିଅର କହନ୍ତି, ସରକାର ଲକ୍‌ଡାଉନ୍‌ କଟକଣା କୋହଳ କରିବା ପରେ ହିଁ ଗତ ତିନି ମାସରେ ଉପଭୋକ୍ତାମାନଙ୍କର ଖର୍ଚ୍ଚ ବୃଦ୍ଧି ପାଇଛି ।

ଅର୍ଥ ନେଣଦେଣ ସେବା ପ୍ରଦାନ ଏବଂ ଏଟିଏମ୍‌ ପରିଚାଳନା କରୁଥିବା ମୁମ୍ବାଇର ଇପିଏସ୍‌ ଇଣ୍ଡିଆ ନାମକ ସଂସ୍ଥା ପକ୍ଷରୁ ଆୟୋଜିତ ‘ବିଜ୍‌ନେସ ଆଣ୍ଡ ବ୍ୟାଙ୍କିଙ୍ଗ’ ଶୀର୍ଷକ ଅଲୋଚନାରେ ଉପସ୍ଥିତ ଶ୍ରୋତାମାନଙ୍କୁ ସମ୍ବୋଧନ କରି ଶାଳିନୀ ୱାରିଅର୍‌ କହିଲେ, ‘ଅର୍ଥବ୍ୟବସ୍ଥା ଉନ୍ମୁକ୍ତ ହେବା ସହିତ ଲୋକଙ୍କ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ବାସ୍ତବରେ, ଜାନୁଆରୀ ମାସ ତୁଳନାରେ କ୍ରେଡିଟ୍‌ କାର୍ଡ ଏବଂ ଡେବିଟ୍‌ କାର୍ଡ ଜରିଆରେ ଖର୍ଚ୍ଚ ପରିମାଣ 80-90% ହୋଇଛି ଏବଂ ଏକ ଅଗ୍ରଗାମୀ ବଜାରର ଅଭିବୃଦ୍ଧି କ୍ଷେତ୍ର ନିମନ୍ତେ ଏହା ଏକ ଶୁଭ ସଂକେତ । ଇଟିଭି ଭାରତର ଏକ ପ୍ରଶ୍ନର ଉତ୍ତରରେ ୱାରିଅର କହିଲେ ଯେ ଯଦିଓ ଲୋକଙ୍କ ଖର୍ଚ୍ଚ ପରିମାଣ କୋଭିଡ୍‌ ପୂର୍ବବର୍ତ୍ତୀ ସମୟ ସ୍ତରର ପାଖାପାଖି ହେଲାଣି, ତଥାପି ଖର୍ଚ୍ଚ କରିବାର ଶୈଳୀରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି ।’

ଶାଳିନୀ ୱାରିଅର କହିଲେ, “ଭ୍ରମଣ, ହୋଟେଲ ଏବଂ ଅତିଥି ସେବା କ୍ଷେତ୍ରରେ ଖର୍ଚ୍ଚ ବହୁତ କମ୍‌ ହେଉଛି । ସେସବୁ କ୍ଷେତ୍ର ତୁଳନାରେ ଅନ୍ୟ କ୍ଷେତ୍ରରେ, ଲୋକଙ୍କ ଘର ପାଇଁ ଆବଶ୍ୟକ ସାମଗ୍ରୀ କିଣିବାରେ, ଲୋକେ ଅଧିକ ଖର୍ଚ୍ଚ କରୁଛନ୍ତି । ନିଜର ଗାଡ଼ି କିଣିବାକୁ କୋଭିଡ୍‌ ଲୋକଙ୍କୁ ବାଧ୍ୟ କଲା ଡାଟା ଆନାଲିଟିକ୍‌ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ପ୍ରୟୋଗରେ ତାଙ୍କ ବ୍ୟାଙ୍କ ଗ୍ରାହକମାନଙ୍କର ଖର୍ଚ୍ଚ ଶୈଳୀର ନିବିଡ଼ ଅନୁଧ୍ୟାନ କରୁଥିବା ଶାଳିନୀ ୱାରିଅର କହନ୍ତି ଯେ, ଲୋକେ ସେହି ସବୁ ସାମଗ୍ରୀ ଉପରେ ଖର୍ଚ୍ଚ କରୁଛନ୍ତି, ଯାହା ସେମାନଙ୍କୁ କୋଭିଡ୍‌-19 ସହ ସଂପର୍କିତ ସମସ୍ୟାରୁ ଦୂରେଇ ରଖିବାରେ ସହାୟକ ହେବ ।

ଇଟିଭି ଭାରତକୁ ୱାରିଅର କହିଲେ, “ଆମେ ଏହା ବି ଲକ୍ଷ୍ୟ କରିଛୁ ଯେ, ଲୋକେ ଛୋଟ ଧରଣର କାର, ପୁରୁଣା କାର୍‌, ଦୁଇଚକିଆ ଗାଡ଼ି ପ୍ରଭୃତି କିଣିବାକୁ ଆଗଭର ହୋଇଛନ୍ତି । ଏ କ୍ଷେତ୍ରରେ କିଛିଟା ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି । ମୁଁ ଭାବୁଛି, ସାର୍ବଜନୀନ ପରିବହନ କ୍ଷେତ୍ରରେ ରହିଥିବା ବିପଦ ଆଶଙ୍କାକୁ ଟାଳିବା ଲକ୍ଷ୍ୟରେ ହିଁ ଲୋକେ ଏହା କରୁଛନ୍ତି ।”

ପୁରୁଣା ଗାଡ଼ି ହେଉ କି ଦୁଇଚକିଆ ଗାଡ଼ି, ବ୍ୟକ୍ତିଗତ ଗାଡ଼ି କିଣା ବୃଦ୍ଧି ପଛରେ ଦୁଇଟି କାରଣ ରହିଛି । ପ୍ରଥମଟି ହେଲା ଲକ୍‌ଡାଉନ କଟକଣା ଯୋଗୁଁ ମେଟ୍ରୋ ସେବା ଏବଂ ସହରାଞ୍ଚଳ ଟ୍ରେନ୍‌ ସେବାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି । ଦ୍ବିତୀୟରେ, ସାରା ବିଶ୍ବରେ 11 ଲକ୍ଷ 70 ହଜାର ଏବଂ ଭାରତରେ 1,20,000ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା ଅତି ସଂକ୍ରାମକ କୋଭିଡ୍‌-19 ଭୂତାଣୁ ସଂକ୍ରମଣ ଆଶଙ୍କାରେ ସାଧାରଣ ପରିବହନ ବ୍ୟବସ୍ଥାର ଉପଯୋଗକୁ ଲୋକେ ଏବେ ବି ନିରାପଦ ମଣୁନାହାନ୍ତି ।

ପାର୍ବଣ ଋତୁର ପ୍ରଭାବ ଅକ୍‌ଟୋବର ମାସରେ ନବରାତ୍ରୀ (ନଅଟି ରାତିର ପର୍ବ) ପାଳନରୁ ଆରମ୍ଭ ହୋଇ ପରବର୍ତ୍ତୀ ବର୍ଷ ମାର୍ଚ୍ଚ ଯାଏ ଚାଲୁଥିବା ପାର୍ବଣ ଋତୁ ଆରମ୍ଭରୁ ଭାରତୀୟ ଉପଭୋକ୍ତାମାନେ ପ୍ରଚୁର ପରିମାଣରେ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି । ଏହି ସମୟକୁ ଶୁଭ ବୋଲି ବିଚାର କରାଯାଉଥିବାରୁ ବହୁସଂଖ୍ୟକ ଭାରତୀୟ ନୂଆ ଗାଡ଼ି, ଘର, ସୁନା ଓ ରୁପା ଭଳି ବହୁମୂଲ୍ୟ ଧାତୁ, ଅଳଙ୍କାର ଏବଂ ଲୁଗାପଟା ସହିତ ଆହୁରି ଅନେକ କିଛି କିଣାକିଣି କରନ୍ତି ଏବଂ ନୂତନ ଭାବେ ପୁଞ୍ଜିନିବେଶ ମଧ୍ୟ କରନ୍ତି । ବ୍ୟାଙ୍କର ଏହି ଉଚ୍ଚପଦସ୍ଥ ଅଧିକାରୀ ଜଣକ ଆହୁରି କହିଲେ, “ଆଗକୁ ପାର୍ବଣ ଋତୁ ରହିଥିବାରୁ ବିଭିନ୍ନ କ୍ଷେତ୍ରରେ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି । ଆମେ ସମସ୍ତେ ଦେଖିଛୁ ଯେ, ବିଭିନ୍ନ ଉପକରଣ, ମୋବାଇଲ ଫୋନ୍‌ ଇତ୍ୟାଦି ବିକ୍ରିରେ ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଈ-କମର୍ସ କମ୍ପାନୀ ଖୁବ ଭଲ କାରବାର କରିଛନ୍ତି ।”

ପିଏମ୍‌ଆଇ ତଥ୍ୟ ଅନୁସାରେ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଜାରି ରହିଛି ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପାର୍ବଣ ଋତୁରେ ବିଭିନ୍ନ ଉପଭୋକ୍ତା ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି ଏବଂ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର କ୍ଷେତ୍ରରେ ଏହା ସହାୟକ ସାବ୍ୟସ୍ତ ହେବ । ଲଣ୍ଡନର ଅର୍ଥନୈତିକ ସେବା ପ୍ରଦାନକାରୀ ସଂସ୍ଥା ଆଇଏଚ୍‌ଏସ୍‌ ମାର୍କିଟ୍‌ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସୀତାରମଣ କହିଲେ ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ପାଖାପାଖି 24% ହ୍ରାସ ପାଇ ଯେଉଁ ଗୁରୁତର ସ୍ଥିତି ଉପୁଜିଥିଲା, ବର୍ତ୍ତମାନର ଚାହିଦା ବୃଦ୍ଧି ଯୋଗୁଁ ସେଥିରୁ ନିସ୍ତାର ମିଳିପାରିବ ।

ଆଇଏଚ୍‌ଏସ୍‌ ମାର୍କିଟ୍‌ ସଂସ୍ଥାର ପର୍ଚେଜିଂ ମ୍ୟାନେଜର୍‌ସ ଇଣ୍ଡେକ୍‌ସ (ପିଏମ୍‌ଆଇ) ଦ୍ବାରା ସଂକଳିତ ତଥ୍ୟ ଅନୁସାରେ ଏ ବର୍ଷ ସେପ୍‌ଟେମ୍ବର ମାସରେ ଭାରତର ଫ୍ୟାକ୍‌ଟରୀ ଉତ୍ପାଦନ ଅତି ଦ୍ରୁତ ହାରରେ ବୃଦ୍ଧି ପାଇଥିଲା, ଯାହା କି ଗତ 8 ବର୍ଷରୁ ଅଧିକ ସମୟ ଭିତରେ ସର୍ବାଧିକ ହାର । ବଡ଼ ବଡ଼ କମ୍ପାନୀର ଶୀର୍ଷସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଭିତ୍ତିରେ, ଲଣ୍ଡନର ଆଇଏଚ୍‌ଏସ୍‌ ମାର୍କିଟ୍‌ ଗ୍ରୁପ୍‌ ବିଶ୍ବର 40ଟି ବୃହତ୍‌ ଅର୍ଥବ୍ୟବସ୍ଥାରେ ପରିଚାଳିତ କମ୍ପାନୀଗୁଡ଼ିକର ଉତ୍ପାଦନ ସଂପର୍କିତ ତଥ୍ୟ ସଂକଳନ କରିଥାଏ । କୌଣସି ଦେଶର ଅର୍ଥବ୍ୟବସ୍ଥାର ସ୍ଥିତି ଆକଳନ କ୍ଷେତ୍ରରେ ଆଇଏଚ୍‌ଏସ୍‌ ମାର୍କିଟ୍‌ର ପିଏମ୍‌ଆଇ ତଥ୍ୟକୁ ଏକ ଗୁରୁତ୍ବପୂର୍ଣ୍ଣ ସୂଚକ ଭାବରେ ବିବେଚନା କରାଯାଏ । ଶାଳିନୀ ୱାରିଅର୍‌ କହିଲେ, “ପୂର୍ବାପେକ୍ଷା ଏବେ ସ୍ଥିତି ଖୁବ୍‌ ଭଲ ।”

ଜଣେ ଉଚ୍ଚପଦସ୍ଥ ବ୍ୟାଙ୍କ ଅଧିକାରୀଙ୍କ ମତାମତ

କ୍ରିଷ୍ଣାନନ୍ଦ ତ୍ରିପାଠୀ, ଇତଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.