ହାଇଦ୍ରାବାଦ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ମଧ୍ୟରେ ଭାରତ ନିଜ ସେନାକୁ ମଜବୁତ କରିବାକୁ ଚାହେଁ । 4000 କିଲୋମିଟର ଲମ୍ବ ଭାରତ-ଚୀନ ସୀମାର ସୁରକ୍ଷା ପାଇଁ ମିସାଇଲର ଆବଶ୍ୟକତା ରହିଛି । ଚୀନ ସହିତ ଏଲଏସି ଉପରେ ବିବାଦ ଗଭୀର ହେଉଥିବା ବେଳେ ଭାରତ ଏସ-400 (ବାୟୁ ପ୍ରତିରକ୍ଷା ପ୍ରଣାଳୀ)ର ଶୀଘ୍ର ପ୍ରଦାନ ପାଇଁ ଋଷକୁ କହିଛି । ଏହାର ସମ୍ପୂର୍ଣ୍ଣ ନାମ ହେଉଛି S-400 Triumph ଯାହା ନାଟୋ ଦେଶଗୁଡିକରେ SA-21 ଗ୍ରୋଲ୍ଡର୍ ଭାବରେ ଜଣାଶୁଣା ।
S-400 Triumph ଋଷର ଦୀର୍ଘତମ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ ଭାବରେ ବିବେଚନା କରାଯାଏ । ଏହି ଚୁକ୍ତି ସେବେ ସ୍ବାକ୍ଷରିତ ହୋଇଥିଲା ଯେଉଁ ସମୟରେ ଆମେରିକା ତରଫରୁ ଋଷର ଅସ୍ତ୍ରଶସ୍ତ୍ର କ୍ରୟକୁ Counting Americans Advertising Through Sessions Act (CAATSA) ଅନୁଯାୟୀ ନିଷେଧ କରାଯିବାର ଥିଲା ।
ଏହି ମିସାଇଲ୍ ସହିତ 48N6 ସିରିଜ୍ କ୍ଷେପଣାସ୍ତ୍ର ମଧ୍ୟ ଉତକ୍ଷେପଣ କରାଯାଇପାରିବ, ଯାହା ବଡ ଧ୍ବଂସର କାରଣ ହେବ । S-400 ପ୍ରଥମେ 2007 ମସିହାରେ ବ୍ୟବହୃତ ହୋଇଥିଲା, S-300ର ଏହା ଆଧୁନିକ ସଂସ୍କରଣ । ଏକାଧିକ ସିଷ୍ଟମ ଏକାସାଙ୍ଗରେ ମାଉଣ୍ଟ ହୋଇଥିବାରୁ ଏହି ଏକକ କ୍ଷେପଣାସ୍ତ୍ର ପ୍ରଣାଳୀରେ ଏକ ଦୃଢ କୌଶଳ କ୍ଷମତା ବୋଲି ବିବେଚନା କରାଯାଉଛି ।
ଭାରତ-ଋଷ ସମ୍ପର୍କ
ଚୁକ୍ତି ସ୍ବାକ୍ଷରର ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତ-ଋଷର ବନ୍ଧୁତା ଅତୁଳନୀୟ। ଏହି ଚୁକ୍ତି ପରେ ଋଷ ରାଷ୍ଟ୍ରପତି ପୁତିନଙ୍କ ପ୍ରତିବଦ୍ଧତା ଏହି ସମ୍ପର୍କକୁ ଅଧିକ ଶକ୍ତି ଯୋଗାଇବ ।
ଚୀନ ପ୍ରଥମେ କିଣିଥିଲା S-400-
ଋଷରୁ S-400 ମିସାଇଲ୍ ସିଷ୍ଟମ କିଣିଥିବା ପ୍ରଥମ ଦେଶ ହେଉଛି ଚୀନ । 2014ରେ ଚୀନ ଓ ଋଷ ମଧ୍ୟରେ ଏହି ଚୁକ୍ତିନାମା ହୋଇଥିଲା। ଋଷ ମଧ୍ୟ ଚାଇନାକୁ S-400 କ୍ଷେପଣାସ୍ତ୍ର ଯୋଗାଇବା ଆରମ୍ଭ କରିଛି ।
ଚୀନ ଓ ପାକିସ୍ତାନ ପ୍ରତି ବିପଦ-
S-400 ହେଉଛି ଏପରି ସିଷ୍ଟମ ଯାହା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିଥାଏ । ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଆକାଶରେ ଚିହ୍ନଟ କରି ଖସାଇ ଦେଇଥାଏ । ଏହି କ୍ଷେପଣାସ୍ତ୍ର 5 ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଯାଏ ।
ମେରିଟ୍-
1. ଏହି କ୍ଷେପଣାସ୍ତ୍ର ଏକାସାଙ୍ଗରେ 36ଟି ଟାର୍ଗେଟ କରିପାରିବ ।
2. 100-300 ଏୟାର ଟାର୍ଗେଟ ଡିଟେକ୍ଟ କରିପାରିବ ।
3. 600 କିଲୋମିଟର ଯାଏଁ ଏହା ଟାର୍ଗେଟ ଡିଟେକ୍ଟ କରିପାରିବ ।
4. 30 କିଲୋମିଟର ଉଚ୍ଚତାରେ ରହି ମଧ୍ୟ ସେ ଶତ୍ରୁକୁ ଟାର୍ଗେଟ କରିପାରିବ ।
5. ଆମେରିକାର ମଡର୍ନ ଏୟାରକ୍ରାଫ୍ଟ ଏଫ-35କୁ ମାରିବାର ସାମର୍ଥ୍ୟ ରଖିଛି S-400 ।
ସାମଗ୍ରୀ-
1. ପ୍ରତ୍ୟେକ S-400 8ଟି ଲଞ୍ଚ୍ କରିପାରିବ ।
2. 2ଟି ରାଡର୍ ଓ ଗୋଟିଏ କମାଣ୍ଡ ସେଣ୍ଟର ରହିଛି ।
3. ଗୋଟିଏ ମିସାଇଲରେ 72ଟି ମିସାଇଲର କ୍ଷମତା ରହିଛି ।
Countering America’s Adversaries through Sanctions Act (CAATSA) ମାଧ୍ୟମରେ ଇରାନ, ଋଷ ଓ ଉତ୍ତର କୋରିଆ ଦ୍ବାରା ହୋଇଥିବା ଆକ୍ରୋଶକୁ ପ୍ରତିହତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅଧିନିୟମ ମୁଖ୍ୟତଃ ଋଷର ସ୍ବାର୍ଥ ଉପରେ ପ୍ରତିବନ୍ଧକ ଲଗାଇଥାଏ ଯେପରିକି ଏହାର ତୈଳ, ଗ୍ୟାସ ଶିଳ୍ପ, ପ୍ରତିରକ୍ଷା, ସୁରକ୍ଷା କ୍ଷେତ୍ର ଓ ଆର୍ଥିକ ପ୍ରତିଷ୍ଠାନ ।