ETV Bharat / bharat

ମହିଳାଙ୍କ ବିବାହ ବୟସ ବୃଦ୍ଧି ପ୍ରସ୍ତାବକୁ ବିରୋଧ - women’s age of marriage to 21 is a superficial idea

ମହିଳାଙ୍କ ବିବାହ ଯୋଗ୍ୟ ସବର୍ନିମ୍ନ ବୟସ ୧୮ରୁ ୨୧ ବର୍ଷକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରସ୍ତାବ ଅଦ୍ଭୁତ ଲାଗୁଛି । ଏହା ଦ୍ୱାରା ବିଶେଷ କିଛି ଫାଇଦା ହେବ ନାହିଁ । ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ଏହା ବିଶେଷ ଭାବେ ସହାୟକ ହେବ ନାହିଁ । ଅଧିକ ପଢନ୍ତୁ...

ମହିଳାଙ୍କ ବିବାହ ବୟସ ବୃଦ୍ଧି ପ୍ରସ୍ତାବକୁ ବିରୋଧ

author img

By

Published : Aug 26, 2020, 7:17 PM IST

ନୂଆଦିଲ୍ଲୀ: ମହିଳାଙ୍କ ବିବାହ ଯୋଗ୍ୟ ସବନିମ୍ନ ବୟସ ୧୮ରୁ ୨୧ ବର୍ଷକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରସ୍ତାବ ଅଦ୍ଭୁତ ଲାଗୁଛି । ଏହା ଦ୍ୱାରା ବିଶେଷ କିଛି ଫାଇଦା ହେବ ନାହିଁ । ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ଏହା ବିଶେଷ ଭାବେ ସହାୟକ ହେବ ନାହିଁ । ବିବାହ ବୟସ ବୃଦ୍ଧି ହେଲେ ଯୌନ କାର୍ଯ୍ୟ୍ୟକଳାପର ଅପରାଧୀକରଣ ହେବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସେମାନଙ୍କ ମତରେ ଫିଆଟ୍ ଦ୍ୱାରା ବିବାହ ଆଇନ ସଂଶୋଧନ କଲେ ଲିଙ୍ଗଗତ ସମାନତା, ମହିଳାଙ୍କ ଅଧିକାର ବା ସଶକ୍ତିକରଣ ଦୃଢ ହୋଇପାରିବ ନାହିଁ । ମହିଳାଙ୍କ ସବ ର୍ନିମ୍ନ ବିବାହ ବୟସରେ ସଂଶୋଧନ ପାଇଁ ସରକାରଙ୍କ ପ୍ରସ୍ତାବରେ ଦେଶବ୍ୟାପୀ ମହିଳା ଓ ଶିଶୁ ଅଧିକାର ବିଶେଷଜ୍ଞମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ସଂଶୋଧନ ପ୍ରସଙ୍ଗରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ଟାସ୍କଫୋର୍ସ ଜୁନ ମାସଠାରୁ ହିଁ ନାଗରିକ ସମାଜ ସଦସ୍ୟଙ୍କ ସହ ପରାମର୍ଶ କରିଆସୁଛି । ତେବେ ପ୍ରସ୍ତାବିତ ସଂଶୋଧନରେ ଉଦବେଗ ପ୍ରକାଶ କରି କିଶୋର ଓ ଯୁବକଙ୍କ ଉପରେ ବ୍ୟାପକ ଗବେଷଣାର ଅଭିଜ୍ଞତା ଥିବା ୧୦୦ରୁ ଅଧିକ ନାଗରିକ ସମାଜ ସଂଗଠନ, ମହିଳା ଓ ଶିଶୁ ଅଧିକାର ସଂଗଠନଗୁଡିକ ଟାସ୍କ ଫୋର୍ସକୁ ନିଜର ମତାମତ ଦେଇଛନ୍ତି ।

ବିବାହ ବୟସ୧୮ରୁ ୨୧କୁ ବୃଦ୍ଧି କରାଯିବା ଗ୍ରହଣୀୟ ନୁହେଁ ବୋଲି ମତାମତ ଦେଇଛି ନାଗରିକ ସମାଜ । ଏକ ମିଳିତ ବିବୃତିରେ ଅଧିକାର ସଂଗଠନଗୁଡିକ ପ୍ରଶ୍ନ କରିଛନ୍ତି ଯେ, ସର୍ବନିମ୍ନ ବିବାହ ବୟସ ବୃଦ୍ଧି କରାଗଲେ ଏହା କେମିତି ଏକ ପ୍ରଗତିଶୀଳ ପଦକ୍ଷେପ ହେବ । ଏହା ଦ୍ୱାରା ଅଧିକାଂଶ ମହିଳା ବୈବାହିକ ମାନ୍ୟତା ଓ ଅଧିକାରରୁ ବଂଚିତ ହେବା ସମ୍ଭାବନା ରହିଛି ବୋଲି ଯୁକ୍ତି ଦର୍ଶାଯାଇଛି । ଏହା ଦ୍ୱାରା ପରିବାରଗୁଡିକରେ ଅସୁରକ୍ଷିତ ମନୋଭାବ ବଢିବ ଓ ଝିଅମାନଙ୍କୁ ଶୀଘ୍ର ବିବାହ ଦେବା ପାଇଁ ସେମାନେ ବାଧ୍ୟ ହେବେ । ଅପରାଧ ପ୍ରବଣତା ବୃଦ୍ଧି ପାଇବ ବୋଲି ବିଭିନ୍ନ ନାଗରିକ ଓ ସାମାଜିକ ସଂଗଠନଗୁଡିକ କହିଛନ୍ତି । ସେମାନଙ୍କ ମତରେ ଉଭୟ ପୁଅ ଓ ଝିଅଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ସ୍ଥିର କରାଯିବା ଲିଙ୍ଗଗତ ସମାନତା ବୋଲି କୁହାଯାଇପାରିବ ନାହିଁ । ଏହା କେବଳ ଉଦାରବାଦୀ ମହଲରେ ହିଁ ଗ୍ରହଣୀୟ ହୋଇପାରିବ ।

୧୦୦ରୁ ଅଧିକ ନାଗରିକ ସମାଜ ସଂଗଠନ ଓ ୨୫୦୦ରୁ ଯୁବକ ଏଥିରେ ସମ୍ମତ ହୋଇଛନ୍ତି । ମହିଳା ଅଧିକାର ବିଶେଷଜ୍ଞଙ୍କ ମଧ୍ୟରେ କମ୍ ବୟସ୍କ ପୁଅ ଝିଅଙ୍କ ମଧ୍ୟରେ ବିବାହ ପ୍ରାୟତଃ ହେଉନାହିଁ । ତେଣୁ ଝିଅଙ୍କ ବିବାହ ପାଇଁ ସବ ର୍ନିମ୍ନ ବୟସସୀମା ବଢାଇଲେ କିଛି ଲାଭ ହେବ ନାହିଁ । ଝିଅମାନଙ୍କ ଉଚ୍ଚଶିକ୍ଷା ଓ କର୍ମନିଯୁକ୍ତି ଉପରେ ସରକାର ଅଧିକ ଗୁରୁତ୍ୱ ଦେବା ଉଚିତ । ସେଂଟର ଫର୍ ଓମ୍ୟାନ ଡେଭଲପମେଂଟ୍ ଷ୍ଟଡିଜର ନିର୍ଦ୍ଦେଶକ ମ୍ୟାରୀ ଇ. ଜନ୍ ଇଟିଭି ଭାରତକୁ କହିଛନ୍ତି ଯେ, ଝିଅଙ୍କ ବିବାହ ଯୋଗ୍ୟ ବୟସ ବୃଦ୍ଧି ପ୍ରସ୍ତାବ ଆଦୌ ସମୀଚୀନ ନୁହେଁ ।

ଯେଉଁମାନେ ଶିକ୍ଷିତ ଓ ଧନୀ, ସେମାନେ ଅଧିକ ବୟସରେ ବିବାହ କରିବେ । କିନ୍ତୁ ଗରିବ ପରିବାରଟିଏ ନିଜ ଝିଅକୁ ବିବାହ ଦେବା ପାଇଁ ତିନି ବର୍ଷ ଅଧିକ ଅପେକ୍ଷା କାହିଁକି କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଗରିବଙ୍କ ପାଇଁ ସ୍କୁଲ, କଲେଜ ଶିକ୍ଷା ଓ ନିଯୁକ୍ତି ସୁଯୋଗ ଉପଲବ୍ଧ ହେବା ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହା ନ ହେଲେ କେବଳ ବିବାହ ତିନି ବର୍ଷ ରୋକିଦେଲେ ଫାଇଦା କଣ ବୋଲି ମ୍ୟାରୀ ଇ. ଜନ୍ ପ୍ରଶ୍ନ କରିଛନ୍ତି ।

ସରକାର ତରବରିଆ ଭାବେ ଏଭଳି ଏକ ନିଷ୍ପତି ନେଇଥିବା ସେ କହିଛନ୍ତି । ମ୍ୟାରୀ ଇ. ଜନଙ୍କ ମତରେ ଆମ ଭାରତୀୟ ସମାଜରେ ବୟସକୁ ନେଇ ଭିନ୍ନ ପରମ୍ପରା ରହିଛି । ଆମର ସାମାଜିକ ବ୍ୟବସ୍ଥା ଏମିତି ଯେ, ଆମେ ‘ହାଇପରଗେମିଷ୍ଟ’ ହେବା ଚାହୁଁ । ଏହାର ଅର୍ଥ ହେଲା ଯେ, ଏକ ଜାତି ମଧ୍ୟରେ ପୁଅ ହିଁ ଝିଅଠାରୁ ଉଚ୍ଚମାନର ହେବା ଆବଶ୍ୟକ । ପାଶ୍ଚାତ୍ୟଦେଶଗୁଡିକରେ ଏଭଳି ପ୍ରଥା ଆଉ ନାହିଁ । କିନ୍ତୁ ଭାରତରେ ସେ ଭଳି ମନୋଭାବ ଆହୁରି ବଜାୟ ରହିଛି ବୋଲି ମ୍ୟାରୀ କହନ୍ତି । ତେଣୁ ଝିଅଙ୍କ ବିବାହଯୋଗ୍ୟ ସବ ର୍ନିମ୍ନ ବୟସ ୧୮ ବର୍ଷରେ ହିଁ ରହୁ ବୋଲି ସେ କହିଛନ୍ତି ।

ସ୍କୁଲ ଡ୍ରପଆଉଟ୍‌, ଦାରିଦ୍ର‌୍ୟ ଓ ବଢିଲା ଝିଅ ଘରେ ଥିବା ଭଳି ପରିସ୍ଥିତିରେ ବିବାହର ବୟସ ବୃଦ୍ଧି କାମ ଦେଇପାରେ ବୋଲ ଜନ୍ କହିଛନ୍ତି । ବିଭିନ୍ନ ବାଧାବିଘ୍ନ ସତ୍ୱେ କମ୍ ବୟସରେ ବିବାହ ହାର ଯଥେଷ୍ଟ ହ୍ରାସ ପାଇଥିବା ସେ କହିଛନ୍ତି । ରାଜସ୍ଥାନର କିଛି ଗାଁକୁ ଛାଡିଦେଲେ ଦେଶରେ ଶିଶୁ ବିବାହ ପ୍ରଥା ଆଉ ନାହିଁ କହିଲେ ଚଳେ ବୋଲି ମ୍ୟାରୀ ଜନ କହିଛନ୍ତି । ବିଳମ୍ବିତ ବିବାହ ପାଇଁ ଝିଅଙ୍କ ସ୍କୁଲିଂ ଓ କର୍ମନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ମ୍ୟାରୀ ଜନ୍ । ଅଣ୍ଡରଏଜ୍ ବିବାହ ରୋକିବା ପାଇଁ ଦାରିଦ୍ର‌୍ୟ ଦୂର କରିବାକୁ ମଧ୍ୟ ହେବ ବୋଲି ସେ କହିଛନ୍ତି । ବିଶ୍ୱର ଅନେକ ଦେଶରେ ଉଭୟ ପୁରୁଷ ଓ ମହିଳାଙ୍କ ବିବାହ ପାଇଁ ସବ ର୍ନିମ୍ନ ୧୮ ବର୍ଷ ବୟସ ନିୟମ ରଖାଯାଇଛି । ଜାତିସଂଘର ଶିଶୁ ଅଧିକାର ସଂପର୍କିତ ସନନ୍ଦ ଅନୁସାରେ ଜଣେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଭାବେ ହିଁ ଗଣାହେବ । ଭାରତ ୧୯୯୨ରେ ଏହି ସନନ୍ଦକୁ ସ୍ୱୀକୃତି ଦେଇଥିଲା ।

ବିଶେଷଜ୍ଞଙ୍କ ମତରେ ବିବାହ ବୟସ ବୃଦ୍ଧି କଲେ ଶୀଘ୍ର ବିବାହକୁ ରୋକିହେବା ନାହିଁ । ବରଂ ଏହା ଦ୍ୱାରା ବିଭିନ୍ନ ଅପରାଧ ସୃଷ୍ଟି ହେବ । ଶିଶୁ ବିବାହ ନିଷେଧ ଆଇନ୍ ( ପିସିଏମଏ ), ୨୦୦୬ ଅନ୍ତର୍ଗତ ମାମଲାଗୁଡିକୁ ଗଭୀର ଭାବେ ଅନୁଧ୍ୟାନ କଲା ପରେ ଜଣାପଡୁଛି ଯେ, ୨୦୦୮ରୁ ୨୦୧୭ ମଧ୍ୟରେ ୬୫ ପ୍ରତିଶତ ମାମଲାରେ ପିସିଏମଏର ଭୁଲ ବ୍ୟବହାର କରାଯାଇ ଲୁଚି କରି ବିବାହ କରୁଥିବା କିଶୋରକିଶୋରୀଙ୍କୁ ଦଣ୍ଡ ଦିଆଯାଇଛି । ସହମତି ଆଧାରରେ ବିବାହ କରିଥିଲେ ମଧ୍ୟ ସେମାନେ ଦଣ୍ଡା ପାଇଛନ୍ତି । ବାକି ୩୫ ପ୍ରତିଶତ ମାମଲା ମଧ୍ୟରୁ ଅର୍ଧାଧିକ ମାମଲାରେ ପିସିଏମଏ ପ୍ରୟୋଗ କରାଯାଇ ଶିଶୁ ବିବାହକୁ ଅବୈଧ ଘୋଷଣା କରାଯାଇଛି ।

କିନ୍ତୁ ଆଇନ ଭାଙ୍ଗିଥିବାରୁ ପିତାମାତାମାନଙ୍କୁ ଦଣ୍ଡିତ କରାଯାଇ ନାହିଁ । ୮୩ଟି ମାମଲାର ମଧ୍ୟରୁ ୫୬ଟି ମାମଲାରେ ପିତାମାତା ଓ ସଂପର୍କୀୟମାନେ ହିଁ ପିସିଏମଏର ସାହାର ନେଇଛନ୍ତି । କେବଳ ୧୪ ପ୍ରତିଶତ ମାମଲା ହିଁ ଚାଇଲଡ ମ୍ୟାରେଜ୍ ପ୍ରୋହିବିସନ ଅଫିସରଙ୍କ ଭଳ ଆଇନଜ୍ଞମାନଙ୍କ ପକ୍ଷରୁ ରୁଜୁ କରାଯାଇଛି । ଅଧ୍ୟୟନରୁ ଆହୁରି ଜଣାପଡିଛି ଯେ, ଅଂଡରଏଜ୍ ବିବାହ ଆୟୋଜନ ପାଇଁ ୪୮ ପ୍ରତିଶତ ମାମଲା ପିତାମାତା/ପତିଙ୍କ ବିରୋଧରେ ରୁଜୁ ହୋଇଛି ।

ଏଠାରେ ଉଲ୍ଲେଖେଯାଗ୍ୟ ଯେ, ୨୦୦୫ -୦୬ର ନ୍ୟାସନାଲ ଫ୍ୟାମିଲି ହେଲଥ ସଭେ ର୍( ଏନଏଫଏଚଏସ୍ )-୩ ଓ ଏନଏଫଏଚଏସ-୪ ଅନୁସାରେ ମହିଳାଙ୍କ ଅଣ୍ଡରଏଜ୍ ବିବାହ ୨୫ ଦଶମିକ ୪ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ ପାଇଛି । ତେବେ, ୨୦୧୫-୨୦୧୬ର ନ୍ୟାସନାଲ ଫ୍ୟାମିଲି ହେଲଥ ସଭେ ର୍ ଅନୁସାରେ ୬ ପ୍ରତିଶତ ମହିଳା ମାତ୍ର ୧୫ ବର୍ଷ ବୟସରେ ବିବାହ କରିଛନ୍ତି । ୨୬ ପ୍ରତିଶତ ୧୮ ବର୍ଷ ବୟସ ଓ ୪୮ ପ୍ରତିଶତ ୨୦ ବର୍ଷ ବୟସ ମଧ୍ୟରେ ବିବାହ କରିଛନ୍ତି ।

For All Latest Updates

TAGGED:

marriage
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.