ETV Bharat / bharat

ଜାଣନ୍ତୁ କ’ଣ ରହିଛି ହୋଲିର ପୌରାଣିକ ମାହାତ୍ମ୍ୟ

author img

By

Published : Mar 9, 2020, 11:54 PM IST

ରଙ୍ଗର ପର୍ବ ହୋଲି ପାଇଁ ଚଳଚଞ୍ଚଳ ଭାରତବର୍ଷ । ଦେଶର କୋଣ ଅନୁକୋଣରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପାଳନ ହେଉଥିବା ଏହି ଏକତାର ପର୍ବକୁ ନେଇ ରହିଛି ଅନେକ ବିଶ୍ବାସ । ଅଧିକ ପଢନ୍ତୁ...

why do we celebrate holi, do you know the legend behind this festival of colours
ଜାଣନ୍ତୁ କ’ଣ ରହିଛି ହୋଲିର ପୌରାଣିକ ମାନ୍ୟତା

ହାଇଦ୍ରାବାଦ: ରଙ୍ଗର ପର୍ବ ହୋଲି ପାଇଁ ଚଳଚଞ୍ଚଳ ଭାରତବର୍ଷ । ଦେଶର କୋଣ ଅନୁକୋଣରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପାଳନ ହେଉଥିବା ଏହି ଏକତାର ପର୍ବକୁ ନେଇ ଅନେକ ବିଶ୍ବାସ । ତେବେ ହୋଲି ପୂର୍ବରୁ ହୋଲିକା ଦହନ ପାଳନ ହେଉଥିବା ବେଳେ ବିଶ୍ବାସ ରହିଛି କି ହୋଲିକା ଦହନ ସହ ନିଆଁରେ ପୋଡି ପାଉଁଶ ହୋଇଯାଏ ସମାଜରେ ଥିବା ନକାରାତ୍ମକ ଭାବ । ଈର୍ଷା, କ୍ରୋଧ ଓ ନକାରାତ୍ମକ ଭାବ ସବୁ ନାଶ ହେବା ସହ ଅସତ୍ୟ ଉପରେ ସତ୍ୟର ବିଜୟର ଏହା ପ୍ରତୀକ ସ୍ବରୂପ ।

ତେବେ ହୋଲି ପର୍ବକୁ ନେଇ ରହିଛି କିଛି ପୌରାଣିକ ବିଶ୍ବାସ । ଭାଗବତ ପୁରାଣ ଅନୁଯାୟୀ ଅସୁରଙ୍କ ରାଜା ହିରଣ୍ୟକଶିପୁ ଜଣେ ଏଭଳି ବ୍ୟକ୍ତି ଥିଲେ ଯାହାଙ୍କ ବଦ୍ଧ କୌଣସି ମଣିଷ ବା ପ୍ରାଣୀ ଦ୍ବାରା ସମ୍ଭବ ନଥିଲା । ଯାହା ରାଜାଙ୍କୁ ଦେଇଥିଲା ଏକ କ୍ରୁର ପରିଚୟ ଏବଂ ସେ ଚାହୁଁଥିଲେ କି ଲୋକେ ତାଙ୍କୁ ଭଗବାନଙ୍କ ସଦୃଶ ପୂଜା କରିବେ । ହେଲେ ରାଜାଙ୍କ ପୁଅ ପ୍ରହଲାଦ ଏଥିରେ ବିଶ୍ବାସ ନକରି ପ୍ରଭୁ ବିଷ୍ଣୁଙ୍କ ଆରାଧନା କରିଥିଲେ ।

ଏଥିରେ କ୍ରୋଧାନ୍ବିତ ହୋଇ ରାଜା ପ୍ରହଲାଦଙ୍କୁ ଦଣ୍ଡ ସଦୃଶ ଭଉଣୀ ହୋଲିକା ସହ ନିଆଁରେ ବସାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ନିଆଁରୁ ହୋଲିକା ନିଜକୁ ରକ୍ଷା କରି ପ୍ରହଲାଦକୁ ପାଉଁଶ ହେବା ପାଇଁ ଛାଡି ଦେଇଥିଲେ । ହେଲେ ପ୍ରଭୁ ବିଷ୍ଣଙ୍କ ଆଶୀର୍ବାଦରୁ ସୁରକ୍ଷା କବଚ ହୋଲିକା ଦେହରୁ ବାହାରି ପ୍ରହଲାଦଙ୍କୁ ଆଚ୍ଛାଦିତ କରିଥିଲା । ପରେ ନରସିଂହ (ଅଧା ମଣିଷ, ଅଧା ସିଂହ) ଅବତାରରେ ସ୍ବୟଂ ବିଷ୍ଣୁ ଉଭା ହୋଇ ହୋଲିକାର ବଦ୍ଦ କରିଥିଲେ ।

ସେବେଠାରୁ ଅସତ୍ୟ, ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟକୁ ଦର୍ଶାଇ ପ୍ରତୀକାତ୍ମକ ଭାବେ ହୋଲିକା ଦହନ କରାଯାଇଥାଏ । ପରଦିନ ଖୁସି ପାଇଁ ରଙ୍ଗ ସହ ହୋଲି ପର୍ବ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.