ETV Bharat / bharat

ଶୁକ୍ରବାର ସୁଦ୍ଧା ମହାରାଷ୍ଟ୍ରରେ ସରକାର ଗଠନ !

author img

By

Published : Nov 5, 2019, 12:53 PM IST

Updated : Nov 5, 2019, 1:07 PM IST

କ୍ଷମତା ପାଇଁ ଏବେ ମହାରାଷ୍ଟ୍ରରେ ଚାଲିଛି ମହାଯୁଦ୍ଧ । କାହା ହାତରେ କ୍ଷମତା ରହିବ ସେନେଇ ହୋଇପାରୁନି ଫୈସଲା ।

ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଜାରି ରହିଛି ମହାଭାରତ । ଗତକାଲି(ସୋମବାର) ଦିଲ୍ଲୀରେ ସାରାଦିନ ଚାଲିଲା ବୈଠକ, ସାକ୍ଷାତ, ଆଲୋଚନା, ପର୍ଯ୍ୟାଲୋଚନା ଓ ରଣନୀତି । ସୋମବାର ଦେବେନ୍ଦ୍ର ଫଡନାଭିସ ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରି ସ୍ଥିତି ଓ ଆଗକୁ କଣ ହେବ ରଣନୀତି ସେନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ସେହିଭଳି ଶିବସେନାକୁ ସମର୍ଥନ ପ୍ରସଙ୍ଗରେ ମରାଠୀ ରାଜନୀତିରେ ପୋଖତ ଖିଲାଡି ଶରଦ ପାୱାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆଙ୍କୁ ସାକ୍ଷାତ କରିଥିଲେ । ଆଉ ଅନ୍ୟପଟେ ମୁମ୍ବାଇର ବାଦଶାହା ବୋଲାଉଥିବା ଶିବସେନା ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୋମବାର ସଂଧ୍ୟାରେ ଯାଇ ପହଞ୍ଚିଥିଲା ରାଜଭବନରେ । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ସଭାପତି ସୋମବାର ଦେବେନ୍ଦ୍ର ଫଡନାଭିସଙ୍କ ଠାରୁ ପରିସ୍ଥିତି ଉପରେ ଅବଗତ ହେବାପରେ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି ଚାଣକ୍ୟ ବଂର ଧୈର୍ଯ୍ୟର ସହକାରେ ଅପେକ୍ଷା କରିବାକୁ ପରାର୍ମଶ ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଚାହୁଁନାହାନ୍ତି ଯେ ମେଣ୍ଟର ପତନ ଘଟୁ । ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ନିଶ୍ଚିତ ଯେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସମ୍ଭବ ନୁହେଁ । ତେଣୁ ଶିବସେନା ବିରୋଧରେ କୌଣସି ମନ୍ତବ୍ୟ ନଦେଇ ସେନାର ଧୈର୍ଯ୍ୟ ପରୀକ୍ଷା କରୁଛି ବିଜେପି । ଯେଉଁଥିପାଇଁ ଦଳ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୁଝାମଣା ହେବ ନାହିଁ ବୋଲି ବୀରଦର୍ପରେ କହୁଛି । ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ବ୍ୟତୀତ ଯେକୌଣସି ପଦ ବା ବିଭାଗ ଦେବାକୁ ଗୈରିକ ଦଳ ପ୍ରସ୍ତୁତ । 8 ନଭେମ୍ବର ପୂର୍ବରୁ ମହାରାଷ୍ଟ୍ରରେ ସରକାର ଗଠନ ହେବା ଥୟ ବୋଲି ବିଜେପି କେନ୍ଦ୍ରୀୟ ନେତା ଔପଚାରିକତା ଭାବେ ସ୍ପଷ୍ଟ କରିଛନ୍ତି ।

ଏଠି ପ୍ରଶ୍ନ ଉଠୁଛି ବିଜେପି ଚାଣକ୍ୟ କାହିଁକି ଏପର୍ଯ୍ୟନ୍ତ ଗୋଟି ଚାଳନା କରିନାହାଁନ୍ତି? ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ସିଧାସଳଖ ଆଲୋଚନା କରିବାରେ ବିଳମ୍ବ କାହିଁକି? ନା ଏହି ମୌକାରେ ଶାହା କିଛି ଗୁପ୍ତ ଭାବେ ପରୀକ୍ଷା ନିରୀକ୍ଷା କରୁଛନ୍ତି ନିଜ ଗଣିତକୁ ନେଇ ? ଶାହା କେମିତି ନିଶ୍ଚିତ ଯେ ନଭେମ୍ବର 8 ପୂର୍ବରୁ ସରକାର ଗଠନ ହେବ ? ଯଦି ହେବ ତାହାର ଆଧାର କଣ ରହିବ ? ସରକାରରେ କିଏ ସାମିଲ ହେବ ଧନୁତୀର ନା ଘଣ୍ଟା ? ନା କିଛି ନୂଆ ସମୀକରଣ ସୃଷ୍ଟି ହେବ ମହାରାଷ୍ଟ୍ର ରାଜନୀତିରେ ।

ଅନ୍ୟପଟେ ସୋମବାର ଏତେ ଆଲୋଚନାରେ କଣ ନିଷ୍କର୍ଷ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଉଭୟ ଦଳ ବିରୋଧୀ ଆସନରେ ବସିବେ ବୋଲି କହିଛନ୍ତି କିନ୍ତୁ ଏହି ସ୍ବରରେ ସେମିତି ଦମ୍ଭ ନଥିଲା ପରି ମନେ ହେଉଛି । ଫଳରେ ଶେଷ ମୁହୁର୍ତ୍ତରେ କିଛି ଓଲଟ ପାଲଟ ହୋଇପାରେ । କଂଗ୍ରେସ-ଏନସିପିର ଏହି ବୟାନ ପରେ ଶିବସେନାକୁ ଶକ୍ତ ଧକ୍କା ଲାଗିଛି । ଏହି ଦୃଷ୍ଟିରୁ ବିଜେପି ଅଙ୍କ କଷୁ ଥାଇପାରେ ଶିବସେନା ମେଣ୍ଟରେ ସାମିଲ ହେବ ଓ ନିର୍ଦ୍ଧାରିତ ତାରିଖ ସୁଦ୍ଧା ସରକାର ଗଠନ ହେବ ।

Intro:Body:

BLANK FOR LINK 

Conclusion:
Last Updated : Nov 5, 2019, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.