ETV Bharat / bharat

କୋରୋନା ସହ ବଞ୍ଚିବାକୁ ପଡିବ, ଯୁବପୀଢିଙ୍କୁ ମଧ୍ୟ ସତର୍କ କଲା WHO - କୋରୋନା ଭ୍ୟାକସିନ ତିଆରି କରିବାକୁ ଲାଗିବ ସମୟ

କୋରୋନା ଭାଇରସର ଭ୍ୟାକସିନ ତିଆରି କରିବାକୁ ସମୟ ଲାଗିବ । ଆଉ ସେତେ ସମୟ ଯାଏଁ ସାରା ବିଶ୍ବକୁ କୋଭିଡ-19 ସହ ବଞ୍ଚିବା ଶିଖିନେବା ଆବଶ୍ୟକ ।

covid-19
ଯୁବପୀଢିଙ୍କୁ ମଧ୍ୟ ସତର୍କ କଲା WHO
author img

By

Published : Jul 31, 2020, 3:29 PM IST

ପ୍ୟାରିସ: କୋଭିଡ-19 ନେଇ ବିଶ୍ବ ସ୍ଥାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଚେତାବନୀ । କୋରୋନା ଭାଇରସର ଭ୍ୟାକସିନ ତିଆରି କରିବାକୁ ସମୟ ଲାଗିବ । ଆଉ ସେହି ସମୟ ଯାଏଁ ସାରା ବିଶ୍ବକୁ କୋଭିଡ-19 ସହ ବଞ୍ଚିବା ଶିଖିନେବା ଆବଶ୍ୟକ । ଗୁରୁବାର ଡବ୍ଲୁଏଚଓ ପକ୍ଷରୁ କିଛି ଏଭଳି ସତର୍କ ଓ ଚେତାବନୀ ଦିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାନବ ଜାତିକୁ ଏହି ମହାମାରୀ ସହ ବଞ୍ଚିବା ଶିଖିବାକୁ ପଡିବ । ଏହାସହିତ ଡବ୍ଲୁଏଚ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯୁବପୀଢି ମାନେ ଭାବୁଛନ୍ତି କି, ସେମାନଙ୍କୁ କୋରୋନା ଭାଇରସକୁ ଆଦୌ ବିପଦ ନାହିଁ, ତେବେ ସେମାନେ ଭୁଲ ଭାବୁଛନ୍ତି । ଯୁବପୀଢି ମଧ୍ୟ କୋରୋନା ସଂକ୍ରମଣରେ ମୃତ୍ୟୁ ହେବା ସହ ଏହା ଶରୀରକୁ ଅନେକ ଦିନ ଯାଁଏ ଦୁର୍ବଳ କରିଦେଇଥାଏ ।

ପ୍ରେସ କନଫରେନ୍ସ ମାଧ୍ୟମରେ ଡବ୍ଲୁଏଚଓ ପ୍ରମୁଖ ଟେଡ୍ରୋସ କହିଛନ୍ତି, ଆମ ସମସ୍ତଙ୍କୁ ଏହି ଭାଇରସ ସହ ବଞ୍ଚିବା ଶିଖିବାକୁ ହେବ । ଏହାସହ ଅନ୍ୟର ସୁରକ୍ଷା ପାଇଁ, ନିଜ ଜୀବନରେ ସତର୍କ ଓ ସଚେତନ ରହିବାକୁ ପଡିବ । ଏବେ ଅନେକ ଦେଶ କୋରୋନା ପାଇଁ ପୁଣିଥରେ ଲକଡାଉନ ଜାରି କରିଛନ୍ତି, ଯାହାକୁ ଟେଡ୍ରୋସ ଖୁବ ପ୍ରଶଂସା କରିଛନ୍ତି । ସେ ସାଉଦି ଆରବରେ ଲଗାଇଥିବା କଟକଣା ପ୍ରସଙ୍ଗ ଉଠାଇବା ସହ ସାଉଦି ସରକାରଙ୍କର ପ୍ରଶଂସା କରି କହିଛନ୍ତି ଯେ, ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ଉଦାହରଣ ସୃଷ୍ଟି କରିଛନ୍ତି । ଏହାସହ ପୂର୍ବଭଳି ସବୁକିଛି ସ୍ବଭାବିକ କରିବାକୁ ସେ କିଭଳି ପଦକ୍ଷେପ ଗ୍ରହଣ କରିପାରନ୍ତି, ଅନ୍ୟ ଦେଶ ମାନଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି ।

ଯୁବପୀଢିଙ୍କୁ ମଧ୍ୟ କୋରୋନା ବିପଦ: ଟେଡ୍ରୋସ କହିଛନ୍ତି ଯେ, ଯୁବପୀଢିଙ୍କୁ ମଧ୍ୟ କୋରୋନା ପ୍ରତି ବିପଦ ରହିଛି । ଯାହାକୁ ଅନେଖ ଦେଶର ଯୁବକମାନେ ସାମାନ୍ୟ ସଂକ୍ରମଣ ଭଳି ଭାବୁଛନ୍ତି । ସେ କହିଛନ୍ତି, ଆମେ ପୂର୍ବରୁ ମଧ୍ୟ ଚେତାବନୀ ଦେଇ ସାରିଛୁ, ଯେ କୋରୋନା ଦ୍ବାରା ଯୁବକମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି, ଅନ୍ୟକୁ ସଂକ୍ରମିତ କରିପାରନ୍ତି , ଏପରିକି ଜୀବନ ମଧ୍ୟ ଯିବାର ଆଶଙ୍କା ରହିଛି । ତେଣୁ ଯୁବପୀଢିମାନେ ଏହାକୁ ହେୟଜ୍ଞାନ ନକରି ନିଜେ ସଚେତନ କରିବା ସହ ଅନ୍ୟଙ୍କ ସୁରକ୍ଷା ଚିନ୍ତା ମଧ୍ୟ କରିବା ଦରକାର ।

ଏହାସହ କୋରୋନା ଲଢେଇ ଲଢୁଥିବା ଆମେରିକା, ବ୍ରାଜିଲ, ଭାରତ, ସାଉଥ ଆଫ୍ରିକା ଏବଂ କଲୋମ୍ବିଆରେ ଦିନକୁ ଦିନ ପରିସ୍ଥିତି ଦେଖି ଡବ୍ଲୁଏଚଓ ଚିନ୍ତା ପ୍ରକଟ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.