ETV Bharat / bharat

ବିଶ୍ବ ସ୍ଵାସ୍ଥ୍ୟ ସଙ୍ଗଠନର ଚେତାବନୀ, କନ୍ଦେଇବ ଲକ୍-ଡାଉନ୍ କୋହଳ ନିଷ୍ପତ୍ତି

ଅର୍ଥନୈତିକ କ୍ଷତିର ଅଭିପ୍ରାୟ ଦେଖାଇ ମୁକାଵିଲାକୁ କୋହଳ କଲେ, ଏହାର ପରିଣାମ ଭୋଗିବାକୁ ହେଵ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସର୍ଵଦା ସାମାଜିକ ଦୂରତା ଏଵଂ ତାଲାବନ୍ଦ ଉପରେ ଗୁରୁତ୍ୱ ଦେଇ ଆସୁଛି।

author img

By

Published : May 12, 2020, 12:41 PM IST

Updated : May 12, 2020, 12:58 PM IST

who
ବିଶ୍ବ ସ୍ଵାସ୍ଥ୍ୟ ସଂଗଠନର ଚେତାବନୀ, କନ୍ଦେଇବ ଲକ୍-ଡାଉନ୍ କୋହଳ ନିଷ୍ପତ୍ତି

ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷତିର ଅଭିପ୍ରାୟ ଦେଖାଇ ମୁକାଵିଲାକୁ କୋହଳ କଲେ, ଏହାର ପରିଣାମ ଭୋଗିବାକୁ ହେଵ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସର୍ଵଦା ସାମାଜିକ ଦୂରତା ଏଵଂ ତାଲାବନ୍ଦ ଉପରେ ଗୁରୁତ୍ୱ ଦେଇ ଆସୁଛି। କୌଣସି ଦେଶରେ ନିଆଯାଇଥିବା ପ୍ରତିଷେଧକ ଵ୍ୟଵସ୍ଥାକୁ କୋହଳ ନକରି ପରିସ୍ଥିତିର ଗମ୍ଭୀରତା ଏଵଂ ଭୟାଵହତା ଦୃଷ୍ଟିକୋଣରୁ ଲକ୍-ଡାଉନ୍ ବଜାୟ ରଖିବାକୁ ପରାମର୍ଶ ଦେଇଛି ଡଵ୍ଲ୍ୟଏଚଓ।

ଏହାର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ, ପ୍ରତିବନ୍ଧକ ଉଠାଇବା ଜଟିଳ ଏବଂ କଷ୍ଟସାଧ୍ୟ। ଲୋକମାନଙ୍କର ଜୀବନ ରକ୍ଷା କରିବା ପାଇଁ “ଲକଡାଉନ୍ ଧୀର, ସ୍ଥିର ଉଠାଇବା”ଏକ ପ୍ରମୁଖ ବିଷୟ ଅଟେ। ଏଥି ପ୍ରତି ସଂକ୍ରମିତ ଦେଶର ମୁଖିଆମାନେ ଚିନ୍ତା କରି ନିଷ୍ପତ୍ତି ନେଵା ଜରୁରୀ।

କୋଭିଡ୍-19 ର ସଂକ୍ରମଣକୁ ନେଇ ଚିନ୍ତା ବଢିବା ମଧ୍ୟରେ ଗତକାଲି (ସୋମବାର) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ମାରାତ୍ମକ ଜୀବାଣୁ ବିସ୍ତାରକୁ ଯାଞ୍ଚ କରିବା ପାଇଁ ଲଗାଯାଇଥିବା ଲକ୍-ଡାଉନରୁ ବାହାରିବା ଆରମ୍ଭ କରିବା ଅନୁଚିତ୍। ଦେଶଗୁଡିକ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ହେଵ।

ତାଲା ବନ୍ଦ କୋହଳ କରିବାକୁ ନିଷ୍ପତ୍ତି ନେବା ପରେ ଜର୍ମାନୀରେ ମାମଲା ସଂଗୀନ୍ ହୋଇଥିଲା। ପରିସ୍ଥିତି ପୁଣି ଥରେ ବିଗିଵା ଆରମ୍ଭ କରିଥିଲା। କୋଭିଡ୍-19 ମାମଲାରେ ସ୍ପାଇକ୍ ରିପୋର୍ଟ କରିବା ପରେ ଡଵ୍ଲ୍ୟଏଚଓ ଏହି ଚେତାବନୀ ଦେଇଛି। କୋରୋନା ଭାଇରସ୍ ଗ୍ରାଫ୍ ର ବକ୍ରକୁ ସମତଳ କରିବାରେ ସଫଳ ହୋଇଥିବା ଦକ୍ଷିଣ କୋରିଆ ବର୍ତ୍ତମାନ ନାଇଟ୍ କ୍ଲବ୍ ଗୁଡିକରେ ଅତ୍ୟାଧିକ ସତର୍କତା ଅବଲମ୍ଵନ କରୁଛି। ଏଠାରେ ସଂକମଣ ଜୋରଦାର୍ ବ୍ୟାପୁଥିବାରୁ ସ୍ଥାନୀୟ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ଡବ୍ଲୁଏଚଓ ଜରୁରୀକାଳୀନ କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ମାଇକ୍ ରିଆନ୍ ଏକ ଅନଲାଇନ୍ ନ୍ୟୁଜରେ ସଂକ୍ଷିପ୍ତ ବକ୍ତଵ୍ୟ ରଖି କହିଛନ୍ତି ଯେ, ବର୍ତ୍ତମାନ ଆମେ କିଛି ଆସନ୍ନ ବିପଦର ସମ୍ଭାବନା ଦେଖୁଛୁ। ଏହା ମଧ୍ୟରେ ଅନେକ ଦେଶ ଏହି ତଥାକଥିତ ଲକଡାଉନ୍ ଛାଡିଛନ୍ତି। କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତ୍ୟଧିକ ସତର୍କତା ଆବଶ୍ୟକ ନକରି ଲକ୍-ଡାଉନ୍ ଉଚ୍ଛେଦ କରିବା ନିଶ୍ଚିତ ମହଙ୍ଗା ସାଵ୍ୟସ୍ତ ହେଵ।

Last Updated : May 12, 2020, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.