ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୟୁନିସେଫ ସାରା ବିଶ୍ବରେ ଜୀବନ ରକ୍ଷାକାରୀ ଟୀକା ଗ୍ରହଣ କରୁଥିବା ଶିଶୁଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଚେତାବନୀ ଦେଇଛି। କୋଭିଡ-19 ମହାମାରୀ ଦ୍ବାରା ଇମ୍ୟୁନାଇଜେସନ୍ ସେବା ବିତରଣରେ ବାଧା ସୃଷ୍ଟି ହେଉଛି । WHO ଓ ୟୁନିସେଫ୍ ଦ୍ବାରା ହୋଇଥିବା ଏକ ସର୍ଭେର ନୂତନ ତଥ୍ୟ ଅନୁଯାୟୀ, ଏହି ବ୍ୟବଧାନ କାରଣରୁ ଟୀକା ଦେବାରେ ଅତ୍ୟଧିକ ବିଳମ୍ବ ହୋଇଛି । ଆମେ ଦୀର୍ଘ ଦଶନ୍ଧୀ ଧରି ଟୀକାକରଣରେ ପଛୁଆ ରହିଛେ ।
ୟୁନିସେଫ ଓ WHO ଅନୁସାରେ, ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର, ସାବିନ ଭ୍ୟାକ୍ସିନ ଇନଷ୍ଟିଚ୍ୟୁଟ ଓ ଜନ୍ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥ୍ ସହଯୋଗରେ ଏକ ସର୍ଭେ କରାଯାଇଥିଲା । ଏହା କୋଭିଡ-19 ବିସ୍ତାର କରିଥିବା 82ଟି ଦେଶରୁ ଜାଣିବାକୁ ପାଇଛି ଯେ, ମେ 2020 ସୁଦ୍ଧା ଇମ୍ୟୁନାଇଜେସନ୍ କାର୍ଯ୍ୟକ୍ରମ ସମ୍ପୁର୍ଣ୍ଣ ବ୍ୟାହାତ ହୋଇଛି ।
ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର କହିଛନ୍ତି ଯେ କୋଭିଡ-19 ଟୀକାକରଣ ପାଇଁ ଏକ ବଡ ଚ୍ୟାଲେଞ୍ଜ ।