ETV Bharat / bharat

‘କୋରୋନା ଚିକିତ୍ସା ପାଇଁ ବ୍ୟବହାର ହେବନି ରେମଡେସିଭିର’

author img

By

Published : Nov 21, 2020, 2:06 PM IST

ପୂର୍ବରୁ WHO କୋଭିଡ -19 ରୋଗୀଙ୍କ ଉପରେ ରେମଡେସିଭିରର ବ୍ୟବହାର ନ କରିବାକୁ ଚେତାବନୀ ଦେଇଥିବା ବେଳେ ଏବେ କୋରୋନା ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ତାଲିକାରୁ ରେମଡେସିଭିରକୁ ବାଦ୍‌ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) । ଏନେଇ ଶୁକ୍ରବାର WHO ମିଡିଆ ପ୍ରତିନିଧୀ ସ୍ପଷ୍ଟ କରିଛନ୍ତି। ଅଧିକ ପଢନ୍ତୁ...

WHO suspends remdesivir from list of medicines after warning against use on Covid-19 patients
କୋରୋନା ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ତାଲିକାରୁ ରେମଡେସିଭିରକୁ ବାଦ ଦେଲା WHO

ନୂଆଦିଲ୍ଲୀ: କୋରୋନା ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ତାଲିକାରୁ ରେମଡେସିଭିରକୁ ବାଦ୍‌ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) । ରେମଡେସିଭିରକୁ ବାଦ ଦେବା ପୂର୍ବରୁ WHO କୋଭିଡ -19 ରୋଗୀଙ୍କ ଉପରେ ଏହାର ବ୍ୟବହାର ନ କରିବାକୁ ଚେତାବନୀ ଦେଇଥିଲା । WHO ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ୍ ରୋଗୀମାନଙ୍କ ପାଇଁ ରେମଡେସିଭିର ବ୍ୟବହାର ବିରୁଦ୍ଧରେ ନିର୍ଦ୍ଦେଶନାମା ଜାରି କରିଥିଲା ​​। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ପ୍ରାକଯୋଗ୍ୟତା ତାଲିକାରୁ ଉକ୍ତ ଔଷଧକୁ ବାଦ ଦେଇଥିବା ବିଷୟ ଶୁକ୍ରବାର WHO ମିଡିଆ ପ୍ରତିନିଧୀ ତାରିକ ଜାସାରେଭିକ ସ୍ପଷ୍ଟ କରିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏଭଳି ନିଷ୍ପତ୍ତି ନେଇ ଦେଶଗୁଡ଼ିକୁ ଏହି ଔଷଧ ନକିଣିବା ପାଇଁ ସ୍ପଷ୍ଟ ସଙ୍କେତ ଦେଇଛି। ଉଲ୍ଲେଖ‌ଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନାରେ ଆକ୍ରାନ୍ତ ହେବା ସମୟରେ ମଧ୍ୟ ଏହି ଔଷଧ ତାଙ୍କ ଠାରେ ପ୍ରୟୋଗ କରାଯାଇଥିଲା।

ତେବେ 50 ରୁ ଅଧିକ ଦେଶରେ ଏହାକୁ କୋଭିଡ ଚିକିତ୍ସା ଭାବରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା କ୍ଷେତ୍ରରେ ଏହି ଔଷଧ କାମ କରୁଥିବାର ‌ପ୍ରମାଣ ନାହିଁ ବୋଲି WHO କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.