ନୂଆଦିଲ୍ଲୀ: କୋରୋନା ଭାଇରସ୍ ମହାମାରୀ ବିଷୟରେ ସଠିକ୍ ଏବଂ ସମୟାନୁବର୍ତ୍ତୀ ତଥ୍ୟ ପ୍ରଦାନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଫେସବୁକ୍ ମେସେଞ୍ଜରରେ ଏକ ଇଣ୍ଟରାକ୍ଟିଭ୍ ସର୍ଭିସ ଆରମ୍ଭ କରିଛି । ତେବେ ମେସେଞ୍ଜରର ମାସିକ 1.3 ବିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତାଙ୍କୁ ଏହା ପହଞ୍ଚାଯିବ । ଫେସବୁକ ମେସଞ୍ଜର ୟୁଜର୍ସ ପ୍ରଶ୍ନ ପଚାରିବା ମାତ୍ରେ WHO ର “ହେଲଥ ଆଲର୍ଟ” ତତ୍କ୍ଷଣାତ୍ ଏହାର ଉତ୍ତର ଦେବ ।
ସୂଚନାଥାଉ କି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ହ୍ବାଟସ୍ ଆପ୍ ମାଧ୍ୟମରେ 12 ମିଲିୟନରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ସାରିଛି । ମେସେଞ୍ଜରର ଉପରାଷ୍ଟ୍ରପତି ଷ୍ଟାନ୍ ଚୁଡନୋଭସ୍କି କହିଛନ୍ତି, ବର୍ତ୍ତମାନ ମେସେଞ୍ଜର ମାଧ୍ୟମରେ WHO ସୂଚନା ବିସ୍ତାର କରିବାରେ ସକ୍ଷମ ହେଉଛି । ସେହିପରି ୟୁନିସେଫ, ଆର୍ଜେଣ୍ଟିନାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଫ୍ରାନ୍ସ ସରକାର, ଭାରତ ସରକାର ଏବଂ ପାକିସ୍ତାନର ଜାତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରି 20ରୁ ଅଧିକ ସରକାରୀ ସ୍ବାସ୍ଥ୍ୟ ସଂଗଠନ ମେସେଞ୍ଜର ସୂଚନା ଦେବା ଆରମ୍ଭ କରିଛନ୍ତି ।
ତେବେ WHOର ଫେସବୁକ ଇଣ୍ଟରାକ୍ଟିଭ୍ ସେବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଫିସିଆଲ ଫେସବୁକ ପେଜସ ସଂଯୋଗ ହୋଇଛି । ଯାହା ଦ୍ବାରା ୟୁଜର୍ସମାନେ ମେସେଜ ପଠାଇବା ଦ୍ବାରା ସେଠାରୁ ସିଧା ତଥ୍ୟ ପାଇ ପାରିବେ ।
@IANS