ETV Bharat / bharat

ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବା ଡିଏସପି ଦାଭିନ୍ଦର ସିଂ କିଏ ? - Hizbul militants

ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ପାଇଁ ଗତକାଲି ଜମ୍ମୁକାଶ୍ମୀର ପୋଲିସ ଡିଏସପି ଦାଭିନ୍ଦର ସିଂଙ୍କୁ ଗିରଫ କରିଛି । ଆସନ୍ତୁ ଜାଣିବା ଦାଭିନ୍ଦର ସିଂ ବିଷୟରେ...

Who is Davinder Singh
କିଏ ଡିଏସପି ଦାଭିନ୍ଦର ସିଂ?
author img

By

Published : Jan 13, 2020, 3:05 PM IST

ନୂଆଦିଲ୍ଲୀ: ଗତ 11 ତାରିଖରେ ଜମ୍ମୁକାଶ୍ମୀର ପୋଲିସ ଜଣେ ରାଷ୍ଟ୍ରପତି ପଦକପ୍ରାପ୍ତ ଡିଏସପିଙ୍କ ସମେତ 2 ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀକୁ ଗିରଫ କରିଥିଲା । ସେହି ଡିଏସପି ଜଣକ ହେଉଛନ୍ତି ଦାଭିନ୍ଦର ସିଂ । ଆସନ୍ତୁ ତାଙ୍କ ବିଷୟରେ ଜାଣିବା.....

ଦାଭିନ୍ଦର ସିଂ ଗତବର୍ଷ ଅଗଷ୍ଟ 15 ତାରିଖରେ ରାଷ୍ଟ୍ରପତିଙ୍କ ଠାରୁ ପୋଲିସ ପଦକ ଗ୍ରହଣ କରିଥିଲେ । ସେ ଜମ୍ମୁକାଶ୍ମୀର ପୋଲିସର ଅପହରଣ ବିରୋଧୀ ସ୍କ୍ବାର୍ଡରେ କାମ କରୁଥିବା ବେଳେ ଶ୍ରୀନଗର ଆନ୍ତର୍ଜାତୀୟ ବିମାନବନ୍ଦରରେ ନିୟୋଜିତ ଥିଲେ । ଏହା ପୂର୍ବରୁ ସେ ଏସଓଜିର ଇନସ୍ପେକ୍ଟର ଭାବେ କାର୍ଯ୍ୟ କରିଥିଲେ ।

ଅଫଜଲ ଗୁରୁ ତାଙ୍କ ନାମରେ ଆଣିଥିଲେ ଆରୋପ

2004 ମସିହାରେ ସଂସଦ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଅଫଜଲ ଦାଭିନ୍ଦର ସିଂଙ୍କ ନାମରେ ଅଭିଯୋଗ କରିଥିଲେ । ସେ ତିହାର ଜେଲରେ ଥିବା ବେଳେ ନିଜ ଓକିଲଙ୍କୁ ଦାଭିନ୍ଦରଙ୍କ ବିଷୟରେ ଚିଠି ମାଧ୍ୟମରେ ଜଣାଇଥିଲେ । ଦାଭିନ୍ଦର ତାଙ୍କୁ ଦିଲ୍ଲୀକୁ ଲୋକ ନେବା ପାଇଁ ନିର୍ଦ୍ଦେଶ ଦେବା ସହ ରହିବା ପାଇଁ ବ୍ୟବସ୍ଥା କରିଥିବା ଚିଠିରେ ଲେଖିଥିଲେ । ଅଫଜଲ ଦିଲ୍ଲୀ ନେଇଥିବା ଲୋକ 2001 ଡିସେମ୍ବର 13 ତାରିଖରେ ପାର୍ଲାମେଣ୍ଟ ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଅଫଜଲ ଗୁରୁକୁ 2013 ମସିହାରେ ଫାଶୀ ଦିଆଯାଇଥିଲା ।

ଆତଙ୍କବାଦୀଙ୍କ ଧରିବାକୁ ଥିଲା ଯୋଜନା, ଧରାପଡିଲେ ଦାଭିନ୍ଦର

ଦକ୍ଷିଣ କାଶ୍ମୀରରେ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, କାରରେ ଯାତ୍ରା କରୁଥିବା ଜଣେ ଶୀର୍ଷ ଆତଙ୍କବାଦୀଙ୍କ ବିଷୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଗାଡି ଅଟକ ରଖାଯାଇଥିଲା । ହେଲେ ନିର୍ଦ୍ଦେଶ ଦେଇଥିବା ଅଧିକାରୀ ଜଣକ ତାଙ୍କ ସହ ଥିବା ପୋଲିସ ଅଧିକାରୀଙ୍କ ବିଷୟରେ କୌଣସି ସୂଚନା ଦେଇ ନଥିଲେ । ଏପରିକି ଦାଭିନ୍ଦର ଆତଙ୍କବାଦୀଙ୍କ ସହ ଧରା ପଡିବାପରେ ଡେପୁଟି ଇନିସପେକ୍ଟର ଅଫ ପୋଲିସ ଓ ଅନ୍ୟମାନେ ତାଙ୍କୁ ଚାପୁଡା ମାରିଥିବା ସେ ପ୍ରକାଶ କରିଛନ୍ତି ।

ଏକ ସମ୍ବେଦନଶୀଳ ଘଟଣା

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦାଭିନ୍ଦର ଆତଙ୍କବାଦୀଙ୍କୁ ନିରାପଦରେ ନେବା ଆଣିବା କାମ କରୁଥିଲେ । ଜଣେ ଡିଏସପି କୌଣସି ଗାଡିରେ ଯାତ୍ରା କରୁଥିଲେ ତାଙ୍କୁ କେହି ବି ଅଟକାଇ ପାରିବେ ନାହିଁ ବୋଲି ଯୋଜନା ରହିଥିଲା । ଏପରିକି ସେ ଟଙ୍କା ପାଇଁ ଏପରି କରିଥିବା ତଦନ୍ତରୁ ଜଣାପଡିଛି । ଏବେ ବି ଏ ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି ।

ଏପରିକି ଗତକାଲି(ରବିବାର) ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦାଭିନ୍ଦର ଅନେକବାର ଆତଙ୍କବାଦ ବିରୋଧୀ ଅପରେସନରେ ସାମିଲ ହୋଇଛନ୍ତି । ହେଲେ ଏବେ ସେ ଆତଙ୍କବାଦୀଙ୍କ ସହ ଧରା ପଡିଛନ୍ତି ।

ଆତଙ୍କବାଦୀଙ୍କ ସହ ଘନିଷ୍ଠ

ଦକ୍ଷିଣ କାଶ୍ମୀର ପୋଲିସ ଅଧିକାରୀମାନେ ଜାନୁଆରୀ 11 ତାରିଖରେ ପୂର୍ବତନ ଓକିଲ ଇର୍ଫାନ ସାଫିଙ୍କୁ ଗିରଫ କରାଯାଇଥିଲା । ପୋଲିସ ଅଧିକାରୀଙ୍କ ଅନୁସାରେ ଇର୍ଫାନ ଚଳାଉଥିବା କାରରେ ଦାଭିନ୍ଦର ରହିଥିଲେ । ଏପରିକି କାରର ପଛରେ ହିଜବଲ ମୁଜାହିଦ୍ଦିନର ବରିଷ୍ଠ କମାଣ୍ଡର ରହିଥିବା ଦେଖାଯାଇଥିଲା । ଅନ୍ୟ ପକ୍ଷରେ ଛାତ୍ରମାନଙ୍କୁ ପାକିସ୍ତାନରେ ପାଠ ପଢାଇବାପାଇଁ ଇର୍ଫାନ ସାଫି ଅଭିଭାବକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଦାଭିନ୍ଦରଙ୍କୁ ଗିରଫ କରିବା ପରେ ଆଖପାଖ ଅଞ୍ଚଳରେ ତଲାସୀ କରାଯାଇଥିଲା ।

ପୋଲିସ କେସ ଲଗାଇବାକୁ ଦେଉଥିଲା ଧମକ

ଦାଭିନ୍ଦର ଶ୍ରୀନଗରର ଇନ୍ଦ୍ର ନଗର ଅଞ୍ଚଳରେ ବସବାସ କରୁଥିବା ବେଳେ ଅପହରଣ ନିରୋଧି ସ୍କ୍ବାର୍ଡରେ କାର୍ଯ୍ୟ କରୁଥିଲେ । ସେ ସ୍ବତନ୍ତ୍ର ଭାବରେ ଏହି ଟିମରେ କାର୍ଯ୍ୟ କରୁଥିଲେ । ସେ ଏହି ୱିଙ୍ଗରେ 1990 ମସିହାରୁ କାର୍ଯ୍ୟାରମ୍ଭ କରିଥିଲେ । ଏହା ଜମ୍ମୁ କାଶ୍ମୀର ପୋଲିସରୁ ଏହି ୱିଙ୍ଗ 1994ରେ ବାଦ ପଡି ସ୍ପେଶାଲ ଅପରେସନ୍ସ ଗ୍ରୁପ ନାମରେ ନାମିତ ହୋଇଥିଲା । ସେହିପରି ଦାଭିନ୍ଦର ଓ ଅନ୍ୟ ଡିଏସପିଙ୍କ ନାମରେ ପୋଲିସ କେସ ଲଗାଇବାକୁ ଧମକ ଦେଇ ଟଙ୍କା ଆଦାୟ କରୁଥିବାର ଅଭିଯୋଗ ହୋଇଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.