ETV Bharat / bharat

କୋରୋନା ପାଇଁ କୌଣସି ଟିକା ପ୍ରସ୍ତୁତ କରାଯାଉ ନାହିଁ: WHO ମୁଖ୍ୟ ଚିକିତ୍ସା ଅଧିକାରୀ - ଡବ୍ଲୁଏଚଓ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ଏକ ବିବୃତ୍ତି ଦିଆଯାଇଛି । ଯାହା ବିଶ୍ବର ଲୋକଙ୍କୁ ନିରାଶ କରିପାରେ । ସେ ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି ଯେ, ବର୍ତ୍ତମାନ କୋରୋନା ଭାଇରସ ପାଇଁ କୌଣସି ଟିକା ପ୍ରସ୍ତୁତ କରାଯାଉ ନାହିଁ।

who
କୋରୋନା ପାଇଁ କୌଣସି ଟିକା ପ୍ରସ୍ତୁତ କରାଯାଉ ନାହିଁ
author img

By

Published : May 20, 2020, 9:06 AM IST

କୋରୋନା ଭାଇରସ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଛି । ଏହା ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହେଉ କିମ୍ବା କୌଣସି ମେଡିକାଲ ଇନଷ୍ଟିଟ୍ୟୁଟ ଦ୍ବାରା କୋରୋନା ଟୀକା ପ୍ରସ୍ତୁତ ହେଇସାରିଥିବା ସୂଚନା ମିଳୁଛି ଏବଂ ଟିକାର ମଣିଷଙ୍କ ଉପରେ ବ୍ୟବହାର ବାକି ରହିଛି । ଏହା ମଧ୍ୟରେ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ଏକ ବିବୃତ୍ତି ଦିଆଯାଇଛି । ଯାହା ବିଶ୍ବର ଲୋକଙ୍କୁ ନିରାଶ କରିପାରେ । ସେ ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି ଯେ, ବର୍ତ୍ତମାନ କୋରୋନା ଭାଇରସ ପାଇଁ କୌଣସି ଟିକା ପ୍ରସ୍ତୁତ କରାଯାଉ ନାହିଁ।

ସୂଚନା ଅନୁଯାୟୀ, ବର୍ତ୍ତମାନ ବିଶ୍ବର କୋଣ ଅନୁକୋଣରେ କୋରୋନା ଟିକା ପ୍ରସ୍ତୁତ ହେବା ସହ ମାନବ ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି ବୋଲି ଖବର ଆସୁଛି । ଏହା ମଧ୍ୟରେ ବିଶ୍ବ ସ୍ବାଶ୍ଥ୍ୟ ସଂଗଠନର କୋରୋନା ଭାଇରସ ସ୍ପେଶାଲ୍ ଦଳର ଡାକ୍ତର ଡେଭିଡ୍ ନେବୈରୋ କହିଛନ୍ତି ଯେ, କୋରୋନା ଭାଇରସ୍ ଟିକା ପ୍ରସ୍ତୁତ ହୋଇସାରିଛି ବୋଲି ଆମେ ବିଶ୍ୱାସ କରିବା ଉଚିତ୍ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, ଏହା ସମ୍ଭବ ମଧ୍ୟ ନୁହେଁ ଯେ କୋରୋନା ଟିକା ପ୍ରସ୍ତୁତ ହୋଇଗଲେ ଏହା କିଛି ମାସ ମଧ୍ୟରେ ସମଗ୍ର ବିଶ୍ୱରେ ଠିକ୍ ଭାବରେ କାମ କରିପାରିବ ଏବଂ ଆକ୍ରାନ୍ତମାନଙ୍କୁ ସଂକ୍ରମଣରୁ ରକ୍ଷା କରିପାରିବ। ସେମାନେ କହିଛନ୍ତି। ଏହି ଭାଇରସ ଏଚଆଇଭି ପରି ଆମ ମଧ୍ୟରେ ରହିବ ଏବଂ ଏଥିରେ ସଂକ୍ରମିତ ନହେବା ପାଇଁ ଆମକୁ ନିଜର ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡିବ ।

ମାତ୍ର ସେ ଏହା ମଧ୍ୟ କହିଛନ୍ତି ଯେ, କୋରୋନା ପାଇଁ ଟିକା ପ୍ରସ୍ତୁତ ହୋଇପାରେ । କିନ୍ତୁ ସେଥିପାଇଁ ବହୁତ ସମୟ ଲାଗିବ । ବର୍ତ୍ତମାନର ସ୍ଥିତିକୁ ଦେଖି ସେ ଆଶଙ୍କା କରିଛନ୍ତି ଯେ କୋରୋନା ଟିକା ସମଗ୍ର ବିଶ୍ୱରେ ଲୋକଙ୍କ ଉପରେ ପ୍ରଭାବ ପକାଇବା ନେଇ ସକ୍ଷମ ହେବନାହିଁ। ଆୟର୍ଲାଣ୍ଡର ସ୍ୱାସ୍ଥ୍ୟ ବିଭାଗର ଡେପୁଟି ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ରୋନନ୍ ଗ୍ଲିନ୍ କହିଛନ୍ତି ଯେ, ଆମକୁ ବର୍ତ୍ତମାନ କୋରୋନା ଭାଇରସ ସହ ବଞ୍ଚିବା ଶିଖିନେବା ଆବଶ୍ୟକ । କାରଣ ଏହା କେତେ ଦିନ ରହିବ ତାହା କହିବା କଷ୍ଟକର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.