ETV Bharat / bharat

ଦେଶବ୍ୟାପୀ ଲକ୍ ଡାଉନ୍ ଉଠିବ କେବେ ? ସରକାର ଚିନ୍ତାରେ, ଲୋକେ ଆଶଙ୍କାରେ

author img

By

Published : Apr 5, 2020, 12:50 PM IST

କୋରୋନା ମହାମାରୀରେ କେବେ ପଡିବ ପୂର୍ଣଚ୍ଛେଦ ? ଖୋଦ୍ ସରକାରଙ୍କୁ ବି ଜଣାନାହିଁ । ଦେଶର ଆର୍ଥିକ ମାନଦଣ୍ଡ ଦୋହଲିଗଲାଣି। ଘର ଭିତରେ ସାଧାରଣ ମଣିଷ ତ୍ରାହି ତ୍ରାହି ଡାକ ଦେଲେଣି । ଅଧିକ ଖବର ପଢନ୍ତୁ...

Slug lock down
ଦେଶବ୍ୟାପୀ ଲକ୍ ଡାଉନ୍ ଉଠିବ କେବେ ? ସରକାର ଚିନ୍ତାରେ; ଲୋକେ ଆଶଙ୍କାରେ

ନୂଆଦିଲ୍ଲୀ: କୋଭିଡ୍-19 ମହାମାରୀରେ କେବେ ପଡିବ ପୂର୍ଣଚ୍ଛେଦ ? ଖୋଦ୍ ସରକାରଙ୍କୁ ବି ଜଣାନାହିଁ । ଦେଶର ଆର୍ଥିକ ମାନଦଣ୍ଡ ଦୋହଲିଗଲାଣି । ଘର ଭିତରେ ସାଧାରଣ ମଣିଷ ତ୍ରାହି ତ୍ରାହି ଡାକ ଦେଲେଣି ।

ଏହାଭିତରେ ୨୧ ଦିନିଆ ଲକଡାଉନ ଶେଷ ହେଉଛି। ମନ୍ତ୍ରୀ ଏବଂ ଅମଲାଙ୍କ ମଧ୍ୟରେ ଯାହା ଚର୍ଚ୍ଚା ହୋଇଛି ତାର କିଛି ସଂକେତ ମିଳିଛି। ଗୋଟିଏ ମତ ହେଉଛି ଯେ, ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ବନ୍ଦ ଅବସ୍ଥା ଜାରି ରଖିବା ଉଚିତ ନୁହେଁ। ତେବେ ଆଉ ଗୋଟିଏ ମତ ପ୍ରକାଶ ପାଇଛି ଯେ, ହଠାତ ଲକ ଡାଉନ ଉଠାଇଦେବା ବି ଠିକ ହେବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମନ୍ତ୍ରୀ ଗୋଷ୍ଠୀର ଅଧ୍ୟକ୍ଷ ଅଛନ୍ତି।

ସରକାର ଚିନ୍ତାରେ ଏଵଂ ଲୋକମାନେ ଆଶଙ୍କାରେ । ଭାରତରେ ସାଧାରଣ ଜୀବନ ଯାପନ କେବେ ସମ୍ଭବ ହେବ? ଏନେଇ କୌଣସି ସ୍ପଷ୍ଟ ସଂକେତ ମିଳୁ ନଥିଲା ବେଳେ କେନ୍ଦ୍ରରେ ଏକ ଅଣଔପଚାରିକ ମନ୍ତ୍ରୀ ଗୋଷ୍ଠୀ ଏହି ସମ୍ପର୍କରେ ଚିନ୍ତା ଆରମ୍ଭ କରିଛନ୍ତି ବୋଲି ଜଣାପଡିଛି। ଦେଶବ୍ୟାପୀ ଲକଡ଼ାଉନରୁ ଉପୁଜିଥିବା ପରିସ୍ଥିତିରୁ କିଭଳି ମୁକୁଳିବା ସେ ନେଇ ମନ୍ତ୍ରୀମାନେ ମୁଣ୍ଡ ଖର୍ଚ୍ଚ କରିଛନ୍ତି।

ଏହି ମନ୍ତ୍ରୀ ଗୋଷ୍ଠୀର ତିନି ଥର ବୈଠକ ବସିଥିଲା। ମନ୍ତ୍ରୀମାନେ ପୁଣି ଥରେ ସୋମବାର ଦିନ ବୈଠକ କରିବେ। ତେବେ ଯାହା ଖବର ଆସୁଛି କୋଭିଡ୍-19 ମୃତ୍ୟୁକୁ ନେଇ ଯାହା କିଛି ନିଷ୍ପତ୍ତି ନିଆଯିବ। କେତେ ନୂଆ ପଜିଟିଭ୍ ଆସୁଛି, କେତେ ଜଣ ଦିନକୁ ପ୍ରାଣ ହରାଇଛନ୍ତି ଏସବୁକୁ ଅନୁଧ୍ୟାନ କରିବା ପରେ ଯାଇ ଲକଡାଉନ ଉଠିବ କି ନା ସେ ନିଷ୍ପତ୍ତି କରାଯିବ। ମିଳିଥିବା ସୂଚନା ଅନୁସାରେ ଯାହା ଜଣାପଡୁଛି ୧୦ ତାରିଖରେ ଏ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.