ହାଇଦ୍ରାବାଦ: କୋରୋନା କବଳରେ କବଳିତ ସମଗ୍ର ବିଶ୍ବ । ଦିନକୁ ଦିନ ଏହାର ଭୟାବହତା ବଢିବାରେ ଲାଗିଛି । ଭାରତରେ କୋରୋନା ଭାଇରସ୍ ମାମଲା 500 ଛୁଇଁଥିବାବେଳେ ବର୍ତ୍ତମାନ ସମସ୍ତେ ଭୟ ଏବଂ ଆତଙ୍କ ଅବସ୍ଥାରେ ରହିଛନ୍ତି । କୋରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲୋକମାନେ ଘରେ କ୍ୟାରେଣ୍ଟାଇନରେ ରହିବା ଆରମ୍ଭ କରିଛନ୍ତି । ଏହାସହ ପ୍ରଶାସନିକ ସ୍ତରରେ ମଧ୍ୟ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହି ମହାମାରୀ ଚାଇନାର ଉହାନରୁ ଆରମ୍ଭ ହୋଇ ସମଗ୍ର ବିଶ୍ବରେ ବ୍ୟାପି ଯାଇ 192ଟି ଦେଶକୁ ସଂକ୍ରମିତ କରିଛି ।
ଏଯାବତ୍ କୋରୋନା ଭାଇରସର କୌଣସି ଉପଶମ ମିଳିପାରି ନାହିଁ । ଯାହାଦ୍ବାରା COVID-19ରେ ମୃତ୍ୟୁ ହାର 10ରେ ପହଞ୍ଚିଛି । ଏହି ଭାଇରସ୍ 60 ବର୍ଷରୁ ଅଧିକ ବୟସର ଲୋକେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଏହି ଜୀବାଣୁଙ୍କ ଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି । ପୃଥିବୀର ସର୍ବୋତ୍ତମ ବୈଜ୍ଞାନିକମାନେ ଏହାର ଉପଶମ ପାଇବା ପାଇଁ କଠିନ ପରିଶ୍ରମ ଜାରି ରଖିଛନ୍ତି ।
ସମସ୍ତଙ୍କର କେବଳ ଗୋଟିଏ ଅପେକ୍ଷା କେବେ ଦୂର ହେବ ଏହି ମହାମାରୀ । ଆଉ ଏହି ଆଶା ଆଶଙ୍କା ମଧ୍ୟରେ ଅନେକ ଜ୍ୟୋତିଷ ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି । ଏହି ମହାମାରୀର ସମାପ୍ତିକୁ ନେଇ ଜଣେ ଜଣାଶୁଣା ଜ୍ୟୋତିଷ ଆଚାର୍ଯ୍ୟ ବିନୋଦ କୁମାର ପୂର୍ବାନୁମାନ କରିଛନ୍ତି । ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଏହି ଜୀବାଣୁ ଗରମ କାରଣରୁ ଦୂର ହୋଇଯିବେ କାରଣ ଏହା ଗରମ ପାଗରେ ବଞ୍ଚିପାରିବ ନାହିଁ ।
ଗ୍ରୀଷ୍ମ ଆରମ୍ଭରୁ ଆମେ ଏହି ଭୂତାଣୁ ଉପରେ କିଛି ମାତ୍ରାରେ ନିୟନ୍ତ୍ରଣ ପାଇବାରେ ସକ୍ଷମ ହେବୁ । ଏହାସହ ଏହାମଧ୍ୟ ଆକଳନ କରାଯାଉଛି ଯେ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ କୋରୋନା ଭାଇରସ୍ ନିୟନ୍ତ୍ରଣରେ ଆସିଯାଇପାରେ ।
ୟୁଏଇର ଅନ୍ୟ ଜଣେ ଜଣାଶୁଣା ଜ୍ୟୋତିଷ ଆଚାର୍ଯ୍ୟ ସନ୍ଦୀପ ଭର୍ଗାଭା ପୂର୍ବାନୁମାନ କରିଛନ୍ତି ଯେ କୋରୋନା ଭାଇରସ୍ ମହାମାରୀ ମେ ମାସରେ ଶେଷ ହେବ । ଏହାସହ ଦୁବାଇର ଜଣେ ଜ୍ୟୋତିଷ ଉପେନ୍ଦ୍ର ଶାସ୍ତ୍ରୀ ମଧ୍ୟ ଏହା ଦାବି କରିଛନ୍ତି ଯେ, କୋରୋନା ଭାଇରସ୍ ମେ ମାସରେ ନିୟନ୍ତ୍ରଣକୁ ଆସିବ ।
ସେ ଯାହା ହେଉନା କାହିଁକି ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆମକୁ ହିଁ ସଜାଗ ହେବାକୁ ହେବ । ଏହାସହ ସରକାରଙ୍କ ପ୍ରତଟି ପଦକ୍ଷେପକୁ ଗମ୍ଭୀରତାର ସହ ନେବା ଜଣେ ସଚେତନ ନାଗରିକ ହିସାବରେ ଆଗକୁ ଆସିବାକୁ ହେବ । ଏହାଦ୍ବାରା ହିଁ ଆମେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତ ସହ ଲଢେଇ କରି ଜିତିପାରିବା ।