ETV Bharat / bharat

ହ୍ବାଟ୍ସଆପ୍ ଆଣୁଛି ନୂଆ ଫିଚର, ଜାଣନ୍ତୁ କଣ ରହିଛି ଖାସ୍

ହ୍ବାଟ୍ସଆପ ମଲ୍ଟି ଡିଭାଇସ ଫିଚର ଉପରେ କାମ କରୁଛି । ଯାହାଦ୍ବାରା ଏହି ଫିଚର ମାଧ୍ୟମରେ ୟୁଜର ନିଜ ଆକାଉଣ୍ଟକୁ ଅନେକ ଡିଭାଇସ ଅର୍ଥାତ୍ ଅତି କମରେ 4ଟି ଡିଭାଇସରେ ଖୋଲି ପାରିବେ ।

_whatsapp
ହ୍ବାଟ୍ସଆପ୍ ଆଣୁଛି ନୂଆ ଫିଚର
author img

By

Published : Jun 15, 2020, 5:36 PM IST

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ ୟୁଜରଙ୍କ ପାଇଁ ଖୁବଶୀଘ୍ର ନୂଆ ଫିଚର ଆଣିବାକୁ ଯାଉଛି । ଶୁଣିବାକୁ ମିଳୁଛି ଯେ ହ୍ବାଟ୍ସଆପ ମଲ୍ଟି ଡିଭାଇସ ଫିଚର ଉପରେ କାମ କରୁଛି । ଏହି ଫିଚର ମାଧ୍ୟମରେ ୟୁଜର ନିଜ ଆକାଉଣ୍ଟକୁ ଅନେକ ଡିଭାଇସ ଅର୍ଥାତ୍ ଅତି କମରେ 4ଟି ଡିଭାଇସରେ ଖୋଲିପାରିବେ ।

ଖବର ମୁତାବିକ, ହ୍ବାଟ୍ସଆପ୍ ଏହି ଫିଚର ଉପରେ କାମ କରୁଛି ଏବଂ ଖୁବଶୀଘ୍ର ଏହି ଫିଚରକୁ ବିଟା ଭର୍ଜନରେ ଆରମ୍ଭ କରିବ । ମାତ୍ର କମ୍ପାନୀ ପକ୍ଷରୁ ଏହି ଫିଚର ବିଷୟରେ କୌଣସି ସରକାରୀ ଘୋଷଣା କରାଯାଇନାହିଁ। କିନ୍ତୁ ଶୁଣିବାକୁ ମିଳୁଛି ଯେ ଖୁବଶୀଘ୍ର ଏହି ଫିଚର ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ।

ତେବେ ବର୍ତ୍ତମାନ ୟୁଜର ହ୍ବାଟ୍ସଆପ ଆକାଉଣ୍ଟକୁ ଏକାସାଙ୍ଗରେ ଅଲଗା ଅଲଗା ଡିଭାଇସରେ ବ୍ୟବହାର କରିପାରିବେ ନାହିଁ । କାରଣ ଆପ ମଲ୍ଟି-ଡିଭାଇସକୁ ସପୋର୍ଟ କରିବ ନାହିଁ । କିନ୍ତୁ ଡୁଆଲ ଆପ ଫୋନରେ ଏକାସହ ଦୁଇଟି ହ୍ବାଟ୍ସଆପ ଆକାଉଣ୍ଟ ଚଲାଯାଇପାରିବ ।

ଏହାଛଡା ହ୍ବାଟ୍ସଆପ ସର୍ଚ୍ଚ ଫିଚର ମଧ୍ୟ ଆଣିବାକୁ ଯାଉଛି । ଯାହାଦ୍ବାରା ତାରିଖ ଆଧାରରେ ୟୁଜର ପୁରୁଣା ମେସେଜ ପାଇପାରିବେ । ଏହି ଫିଚର ପାଇଁ କ୍ୟାଲେଣ୍ଡରର ଏକ ଆଇକନ ସ୍କ୍ରିନରେ ଦେଖାଯିବ । ଏଥିପାଇଁ ସର୍ଚ ବାର ଉପରେ ଟଚ୍ କରିବା ଦ୍ବାରା କିପ୍ୟାଡ ସାମ୍ନାରେ ଆସିବ । ଯେଉଁଥିରେ ଏକ କ୍ୟାଲେଣ୍ଡର ଆଇକନ ଦେଖାଯିବ । ଏହି ଆଇକନକୁ ସିଲେକ୍ଟ କରି ୟୁଜର କୌଣସି ତାରିଖର ମେସେଜ ଦେଖିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.