ETV Bharat / bharat

ଭାରତରେ ହ୍ବାଟ୍ସଆପ୍‌ ଡାଉନ: ପ୍ରାଇଭେସି ସେଟିଂରେ ସମସ୍ୟା ସୃଷ୍ଟି

author img

By

Published : Jun 20, 2020, 7:57 AM IST

ଭାରତରେ ଶୁକ୍ରବାର ସନ୍ଧ୍ୟାରେ କିଛି ସମୟ ପାଇଁ ହଠାତ୍‌ ବନ୍ଦ ହୋଇଥିଲା ହ୍ବାଟ୍ସଆପ୍‌ ସର୍ଭିସ । ଏହାଦ୍ବାରା ଲକ୍ଷ ଲକ୍ଷ ୟୁଜର୍ସ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା । ଏହି ସମୟ ମଧ୍ୟରେ ଅନେକ ଅନଲାଇନ ଷ୍ଟାଟସ ଓ ପ୍ରାଇଭେସି ସମସ୍ୟା ସୃଷ୍ଟି ହୋଇଥିବା ନେଇ ଅଭିଯୋଗ କରିଥିଲେ ।

whatsapp service down, whatsapp latest newsm latest technology news, whatsapp down in india, ହ୍ବାଟ୍ସଆପ୍‌ ସର୍ଭିସ ଡାଉନ, ହ୍ବାଟ୍ସଆପ୍‌ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଭାରତରେ ହ୍ବାଟ୍ସଆପ୍‌ ଡାଉନ
ଭାରତରେ ହ୍ବାଟ୍ସଆପ୍‌ ଡାଉନ: ପ୍ରାଇଭେସି ସେଟିଂରେ ସମସ୍ୟା ସୃଷ୍ଟି

ହାଇଦ୍ରାବାଦ: ଭାରତରେ ଶୁକ୍ରବାର ସନ୍ଧ୍ୟାରେ କିଛି ସମୟ ପାଇଁ ହଠାତ୍‌ ବନ୍ଦ ହୋଇଥିଲା ହ୍ବାଟ୍ସଆପ୍‌ ସର୍ଭିସ । ଏହାଦ୍ବାରା ଲକ୍ଷ ଲକ୍ଷ ୟୁଜର୍ସ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା । ଏହି ସମୟ ମଧ୍ୟରେ ଅନେକ ଅନଲାଇନ ଷ୍ଟାଟସ ଓ ପ୍ରାଇଭେସି ସମସ୍ୟା ସୃଷ୍ଟି ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ଆଉଟେଜ୍‌ ମନିଟର ପୋର୍ଟାଲ ଡାଉନ ଡିଟେକ୍ଟରର ସୂଚନା ମୁତାବକ କିଛି ସମୟ ପାଇଁ ଭାରତରେ ହ୍ବାଟ୍ସଆପ୍‌ ସର୍ଭିସ ଡାଉନ ହୋଇଥିଲା ।

ଏହି ସମୟ ମଧ୍ୟରେ 66 ପ୍ରତିଶତ ଡାଉନ ରିପୋର୍ଟରେ ଅନଲାଇନ ଷ୍ଟାଟସ ବା ଲାଷ୍ଟ ସିନ୍‌ ଷ୍ଟାଟସ ଦେଖାଯାଉନଥିବା ଅଭିଯୋଗ ହୋଇଥିବାବେଳେ 28 ପ୍ରତିଶତ କନେକ୍ସନରେ ସମସ୍ୟା ଦେଖାଦେଇଥିବା ଅଭିଯୋଗ କରିଥିଲେ । କେତେ ଆଣ୍ଡ୍ରଏଡ ଓ ଆଇଓଏସ ୟୁଜର୍ସ ଏହି ସମସ୍ୟାକୁ ଟ୍ବିଟର ପେଜରେ ପ୍ରକାଶ କରିଥିଲେ । ଏଥିରେ ୟୁଜର୍ସମାନେ ପ୍ରାଇଭେସି ସେଟିଂ ଅପଡେଟ କରିବା ସମୟରେ ହ୍ବାଟ୍ସଆପ୍‌ରେ ସମସ୍ୟା ଦେଖାଯାଉଥିବା ଅଭିଯୋଗ କରିଥିଲେ ।

ଏନେଇ ଫେସବୁକ କିମ୍ବା ହ୍ବାଟ୍ସଆପ୍‌ ଏଯାବତ୍‌ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସୂଚନ ମୁତାବକ ଗତ ଜୁନ 16ରେ ବିଶ୍ବର ବିଭିନ୍ନ ସ୍ଥାନରେ ଫେସବୁକ, ମେସେଞ୍ଜର, ଇନଷ୍ଟାଗ୍ରାମରେ ମଧ୍ୟ ସମାନ ଅସୁବିଧା ଦେଖିବାକୁ ମିଳିଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.