ETV Bharat / bharat

କେଉଁ କାରଣରୁ ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍‌.ରବି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ? - R N Ravi To Write Letter to Chief Minister

ସୀମାବର୍ତ୍ତୀ ନାଗାଲାଣ୍ଡରେ ସାଂପ୍ରତିକ ସ୍ଥିତି ଦୃଷ୍ଟିରୁ, ରାଜ୍ୟପାଳଙ୍କ ପଦବୀ ଉପରେ ନ୍ୟସ୍ତ ନିର୍ଦ୍ଦିଷ୍ଟ କେତେକ କ୍ଷମତାର ଉପଯୋଗ କରିବେ ବୋଲି ଉଲ୍ଲେଖ କରି ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍‌. ରବି ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କୁ ଚିଠି ଦେଇଛନ୍ତି । ତେବେ ଏହି ଚିଠି ଦେବାରେ କୌଣସି ଆଶ୍ଚର୍ଯ୍ୟ ଅଛି କି ଆସନ୍ତୁ ଜାଣିବା...

କେଉଁ କାରଣରୁ ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍‌.ରବି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ

author img

By

Published : Jul 1, 2020, 9:01 AM IST

ରାଜୀବ ଭଟ୍ଟାଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ

ସୀମାବର୍ତ୍ତୀ ନାଗାଲାଣ୍ଡରେ ସାଂପ୍ରତିକ ସ୍ଥିତି ଦୃଷ୍ଟିରୁ, ରାଜ୍ୟପାଳଙ୍କ ପଦବୀ ଉପରେ ନ୍ୟସ୍ତ ନିର୍ଦ୍ଦିଷ୍ଟ କେତେକ କ୍ଷମତାର ଉପଯୋଗ କରିବେ ବୋଲି ଉଲ୍ଲେଖ କରି ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍‌. ରବି ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କୁ ଦେଇଥିବା ଏକ ଶାଣିତ ଚିଠିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।

ବିଭିନ୍ନ ‘ସଶସ୍ତ୍ର ଦଳ’ ଦ୍ବାରା ବ୍ୟାପକ ବେଆଇନ କାର୍ଯ୍ୟକଳାପ ଏବଂ ଜୋରଜବରଦସ୍ତି ଟଙ୍କା ଆଦାୟ ଯୋଗୁଁ ନାଗାଲାଣ୍ଡରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବିଷୟକୁ କାରଣ ରୂପେ ଦର୍ଶାଇ ରାଜ୍ୟରେ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ନିଯୁକ୍ତି କରିବା ଲାଗି ରାଜ୍ୟପାଳ ସଂପୂର୍ଣ୍ଣ କ୍ଷମତା ଚାହିଁଥିଲେ ।

ରାଜ୍ୟପାଳଙ୍କ ଏହି ଚିଠିକୁ ନେଇ ବିଭିନ୍ନ ମହଲ ଏବଂ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଉତ୍ତର ପୂର୍ବ ରାଜ୍ୟ ସମୂହର ନାଗା ଅଧିବାସୀ ବହୁଳ ଅଞ୍ଚଳରେ ସକ୍ରିୟ ରହିଥିବା ବୃହତ୍ତମ ବିଦ୍ରୋହୀ ସଂଗଠନ, ନ୍ୟାସନାଲ ସୋସିଆଲିଷ୍ଟ କାଉନ୍‌ସିଲ ଅଫ୍‌ ନାଗାଲିମ୍‌ର ଆଇଜାକ୍‌-ମୁଇଭା ଗୋଷ୍ଠୀ (NSCIN-IM) ଉତ୍ତର ଦେଇଥିଲା ଯେ ଏହା କେବଳ ‘ଆଇନସଙ୍ଗତ ଟିକସ’ ଲାଗୁ କରେ । ଅନ୍ୟ ଗୋଷ୍ଠୀଗୁଡ଼ିକ କହିଥିଲେ ଯେ ସେମାନେ କେବଳ ‘ଚାନ୍ଦା’ ମାଗନ୍ତି ।

ରାଜ୍ୟପାଳ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ ପାର୍ବତ୍ୟାଞ୍ଚଳରେ ପରିପୂର୍ଣ୍ଣ ଏହି ରାଜ୍ୟରେ ‘ଅଧା ଡଜନରୁ ଅଧିକ ସଂଗଠିତ ସଶସ୍ତ୍ର ଦଳ’ ଟିକସ ଲାଗୁ କରନ୍ତି । ଏଥିରୁ ଅଧିକାଂଶ ଦଳ ହେଉଛନ୍ତି, ଶିଲଂ ବୁଝାମଣାକୁ (1975ରେ) ବିରୋଧ କରିଥିବା ନେତାଙ୍କ ଦ୍ବାରା 1980ରେ ଗଠିତ ଅବିଭାଜିତ ଏନ୍‌ଏସ୍‌ସିଏନ୍‌ର ବିଭିନ୍ନ ଗୋଷ୍ଠୀ ।

ପ୍ରକୃତପକ୍ଷେ, ବିଗତ ଅନେକ ଦଶନ୍ଧି ଧରି ନାଗାଲାଣ୍ଡ ଏବଂ ମିଆଁମାରର ନାଗା ବହୁଳ ଅଞ୍ଚଳରେ ବିଦ୍ରୋହୀଙ୍କର ବିଭିନ୍ନ ଗୋଷ୍ଠୀ ଏକ ସମାନ୍ତରାଳ ସରକାର ଚଳାଇ ଆସୁଛନ୍ତି । ପ୍ରଥମେ ବିଭିନ୍ନ ବାଣିଜ୍ୟିକ ସଂସ୍ଥାକୁ ଟିକସ ପଇଠ କରିଥିବା ସଂପର୍କରେ ରସିଦ ପଠାଇ ଦିଆଯାଏ ଏବଂ ପରେ ଏ ବାବଦ ଅର୍ଥକୁ ଗୋଷ୍ଠୀର କୌଣସି କାର୍ଯ୍ୟକର୍ତ୍ତା କିମ୍ବା ମଧ୍ୟସ୍ଥ ସଂଗ୍ରହ କରନ୍ତି ।

ହେଲେ ଏଭଳି ସ୍ଥିତିରେ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପାଇଁ ରାଜ୍ୟପାଳ ଆର.ଏନ୍‌. ରବିଙ୍କୁ କେଉଁ ସବୁ କାରଣ ବାଧ୍ୟ କଲା ?

କୋଭିଡ୍‌-19ର ପ୍ରଭାବ

ରାଜପଥରେ ସାମଗ୍ରୀ ପରିବହନ ଲାଗି ଯାତାୟାତ କରୁଥିବା ଟ୍ରକ୍‌ଗୁଡ଼ିକ ଉପରେ ବିଦ୍ରୋହୀ ଗୋଷ୍ଠୀମାନଙ୍କ ଦ୍ବାରା ‘ଟିକସ’ ଆଦାୟ ଘଟଣା ଗତ ତିନି ମାସ ଭିତରେ ବଢ଼ିଛି ବୋଲି ନାଗାଲାଣ୍ଡର ବହୁ ଅଧିବାସୀ ଅନୁଭବ କରନ୍ତି । ଏଭଳି କାର୍ଯ୍ୟକଳାପରେ ଜଡ଼ିତ ରହିଥିବା ସନ୍ଦେହରେ କେତେକ ବ୍ୟକ୍ତିଙ୍କୁ ପୋଲିସ ଗତ କିଛି ସପ୍ତାହ ମଧ୍ୟରେ ଗିରଫ କରିଛି ।

ସରକାର ବିଦ୍ରୋହୀମାନଙ୍କ ସହ ବୁଝାମଣାରେ ସ୍ବାକ୍ଷର କରିବେ ବୋଲି ଗତ ବର୍ଷ କଳ୍ପନାଜଳ୍ପନା ଲାଗି ରହିଥିବା ସମୟରେ, ଏହି ବିଦ୍ରୋହୀ ସଂଗଠନଗୁଡ଼ିକ ଅଧିକ ସଂଖ୍ୟକ ଯୁବକଙ୍କୁ ନିଜ ନିଜ ସଂଗଠନରେ ସାମିଲ କରାଇବା ପରେ ସେମାନଙ୍କର ଖର୍ଚ୍ଚ ବୃଦ୍ଧି ପାଇଥିଲା । ଏହି କ୍ୟାଡରମାନେ ରାଜ୍ୟରେ ନୂତନ ପୋଲିସ ବାଟାଲିଅନ୍‌ ଏବଂ ସେନାର ନାଗା ରେଜିମେଣ୍ଟରେ ଯୋଗ ଦେବେ ବୋଲି ଆଶା କରାଯାଉଥିଲା ।

ସରକାରଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ସୁବିଧା ହାସଲ କରିବା ପାଇଁ ଏହି ସଂଗଠନଗୁଡ଼ିକ ନିଜ ନିଜର ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଥିଲେ । ପୂର୍ବରୁ ଯେତେବେଳେ ବି ଏ ଅଞ୍ଚଳର ଅନ୍ୟ ଉଗ୍ରବାଦୀ ସଂଗଠନ ସହିତ ସରକାରଙ୍କ ବୁଝାମଣା ହୋଇଥିଲା, ସେତେବେଳେ ଅନୁରୂପ ଘଟଣାକ୍ରମ ଲକ୍ଷ୍ୟ କରାଯାଇଥିଲା । 1992ରେ ଆସାମ ସରକାର ଆତ୍ମସମର୍ପଣ କରିଥିବା ଉଲ୍‌ଫା (ULFA) କାର୍ଯ୍ୟକର୍ତ୍ତାଙ୍କର ଅନେକ ନକଲି ତାଲିକା ପ୍ରକାଶ କରିଥିଲେ, ଯେଉଁଥିରେ କି ସେହି ବିଦ୍ରୋହୀ ସଂଗଠନ ସହିତ ଆଦୌ ସଂପୃକ୍ତ ନଥିବା ଲୋକମାନଙ୍କର ନାମ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଗତ ବର୍ଷ ନଭେମ୍ବର 25 ତାରିଖରେ, ନାଗାଲାଣ୍ଡର ମୋନ ଜିଲ୍ଲାରେ ଏନ୍‌ଏସ୍‌ସିଏନ୍‌(ଆଇଏମ୍‌) ପକ୍ଷରୁ ଆୟୋଜିତ ଏକ ଗୋପନ ନିଯୁକ୍ତି ଅଭିଯାନକୁ ଆସାମ ରାଇଫଲ୍‌ସ ଏବଂ ସେନାର ଏକ ମିଳିତ ସ୍କ୍ବାଡ୍‌ ବିଫଳ କରି ଦେଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା । କିନ୍ତୁ ଏହା କେବଳ ଗୋଟିଏ ମାତ୍ର ଉଦାହରଣ ଥିଲା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ମଧ୍ୟ ଅନୁରୂପ ଅଭିଯାନ ସଂଗଠିତ ହେବା କଥା କାହାରିକୁ ଅଜଣା ନୁହେଁ ।

ଦିମାପୁରର ବାଣିଜ୍ୟିକ ପେଣ୍ଠରେ ଅବସ୍ଥିତ ବିଭିନ୍ନ ବ୍ୟାବସାୟିକ ସଂସ୍ଥା ଓ ଦୋକାନରୁ ଆଦାୟ କରାଯାଉଥିବା ଟିକସରୁ ହିଁ ଏହି ସବୁ ଗୋଷ୍ଠୀର ଅଧିକ ଭାଗ ଆୟ ହୋଇଥାଏ । ଚୀନରୁ ଚୋରାରେ ଆସୁଥିବା ଜିନିଷପତ୍ରର ମୁଖ୍ୟ ବିକ୍ରୟସ୍ଥଳ, ସହରର ହଂକଂ ମାର୍କେଟ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଛି । ସାରା ଦେଶର ସ୍ଥିତି ସଦୃଶ, କୋଭିଡ୍‌- 19 ସଂକ୍ରମଣ ଯୋଗୁଁ ସାରା ରାଜ୍ୟର ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ଏବଂ ଏହା ଫଳରେ ବିଭିନ୍ନ ବିଦ୍ରୋହୀ ସଂଗଠନର ଟିକସ ସଂଗ୍ରହ ବି କମ୍‌ ହୋଇଛି ।

ତେଣୁ, ରାଜ୍ୟ ଭିତର ଦେଇ ମଣିପୁର ସମେତ ଭିନ୍ନ ଭିନ୍ନ ଗନ୍ତବ୍ୟସ୍ଥଳକୁ ରାଜପଥରେ ସାମଗ୍ରୀ ପରିବହନ କରୁଥିବା ଶହ ଶହ ଟ୍ରକ୍‌ ହିଁ ଏବେ ଏହି ଗୋଷ୍ଠୀମାନଙ୍କ ପାଇଁ ଆୟର ଏକମାତ୍ର ବିକଳ୍ପ ଉପାୟ ହୋଇଛି । ତେଣୁ, ଗତ ପ୍ରାୟ ଚାରି ମାସ ମଧ୍ୟରେ ନାଗାଲାଣ୍ଡରେ ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ସମାଧାନର ଉପାୟ କ’ଣ ?

ସାମରିକ ଉପାୟରେ ନାଗାଲାଣ୍ଡରେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ସଂଘର୍ଷର ସମାଧାନ କରାଯାଇପାରିବ ନାହିଁ । ଜାମ୍ମୁ ଓ କାଶ୍ମୀରରେ ଯେଉଁ ରଣନୀତି କାର୍ଯ୍ୟକାରୀ ହୋଇପାରିଛି, ତାହା ଉତ୍ତର ପୂର୍ବ ଅଞ୍ଚଳରେ ବିଫଳ ପ୍ରମାଣିତ ହୋଇପାରେ ବୋଲି ବିଜେପି ନେତୃତ୍ବକୁ ହୃଦୟଙ୍ଗମ କରିବାକୁ ହେବ । 1997ରେ ସରକାରଙ୍କ ସହ ଯୁଦ୍ଧବିରତି ରାଜିନାମା ପରବର୍ତ୍ତୀ ସମୟରେ ଏନ୍‌ଏସ୍‌ସିଏନ୍‌ (ଆଇଏମ୍‌) ବାହାରକୁ ବାହାରିଥିଲା ଏବଂ ନାଗାଲାଣ୍ଡରେ ଶାନ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହାର ଗୋଟିଏ ବର୍ଷ ପରେ ଏନ୍‌ଏସ୍‌ସିଏନ୍‌ (ଖାପଲାଙ୍ଗ) ସହିତ ଅନୁରୂପ ଏକ ରାଜିନାମା ସଂପାଦିତ ହୋଇଥିଲା ।

ପରବର୍ତ୍ତୀ ସମୟରେ, ଅନ୍ୟାନ୍ୟ ଗୋଷ୍ଠୀ ମଧ୍ୟ ଏହି ଶାନ୍ତି ପ୍ରକ୍ରିୟାରେ ସାମିଲ ହେଲେ । କାରଣ, ନାଗାଲାଣ୍ଡ ଭଳି ଏକ ଅଶାନ୍ତ ରାଜ୍ୟରେ ଶିଲଂ ରାଜିନାମା ସମୟରେ ଉପୁଜିଥିବା ସଂଘର୍ଷ ଆଗକୁ ସୃଷ୍ଟି ନହେଉ ବୋଲି ସେମାନେ ଚାହୁଁଥିଲେ । କେବଳ ଜାତୀୟ ପତାକା ଏବଂ ସମ୍ବିଧାନ ବ୍ୟତୀତ, ସରକାର ଓ ବିଦ୍ରୋହୀ ନାଗା ଗୋଷ୍ଠୀ (ନାଗା ନ୍ୟାସନାଲ ପଲିଟିକାଲ ଗ୍ରୁପ୍‌ ଭାବରେ ମଧ୍ୟ ପରିଚିତ) ମଧ୍ୟରେ ସମସ୍ତ ପ୍ରସଙ୍ଗ ସମାହିତ ହୋଇସାରିଛି । ଏନ୍‌ଏସ୍‌ସିଏନ୍‌ (ଆଇଏମ୍‌) ନେତୃତ୍ବାଧୀନ କେତେକ ଗୋଷ୍ଠୀ ଏହି ସବୁ ଦାବି ପୂରଣ ପାଇଁ ଲଗାତାର ଭାବେ ଅଡ଼ି ବସିଥିଲେ ହେଁ ସରକାର ଏସବୁକୁ ଗ୍ରହଣ କରିବାକୁ ଅନିଚ୍ଛୁକ ।

ନାଗାଲାଣ୍ଡର ଅନେକ ବରିଷ୍ଠ ନାଗରିକ ଏବଂ ନାଗରିକ ସମାଜ ଗୋଷ୍ଠୀ, ବିଦ୍ରୋହୀ ସଂଗଠନର ଆଚରଣକୁ ବିରୋଧ କରିଆସୁଥିଲେ ହେଁ ସେମାନେ ଉଠାଇଥିବା ପ୍ରସଙ୍ଗ ପ୍ରତି ବ୍ୟାପକ ସମର୍ଥନ ରହିଛି । ନାଗା ମଦର୍‌ସ’ ଆସୋସିଏସନ୍‌ର ଉପଦେଷ୍ଟା ରୋଜମ୍ୟାରୀ ଜୁଭିଚୁ କହନ୍ତି ଯେ ବୁଝାମଣା ଅମୀମାଂସିତ ଅବସ୍ଥାରେ ରହିଲେ ଏଭଳି ଘଟଣା ଲାଗି ରହିବ । ‘ଦୀର୍ଘ ଦିନ ଧରି ଚାଲିଥିବା ଶାନ୍ତି ଆଲୋଚନାର ପରିସମାପ୍ତି ଘଟାଇବା ସହିତ ନାଗା ରାଜନୈତିକ ସମସ୍ୟାର ସମାଧାନ ପ୍ରସଙ୍ଗକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେବା ଆବଶ୍ୟକ ।’

କେନ୍ଦ୍ର ସରକାର ଉତ୍ତର ପୂର୍ବ ରାଜ୍ୟ ସମୂହ ପାଇଁ ‘ଆକ୍‌ଟ ଇଷ୍ଟ ପଲିସି’ ସମେତ ଅନେକ ମହତ୍ତ୍ବାକାଂକ୍ଷୀ ଯୋଜନା ଆରମ୍ଭ କରିଥିବାରୁ ନାଗାଲାଣ୍ଡ ଏବଂ ଉତ୍ତର ପୂର୍ବାଞ୍ଚଳର ଅନ୍ୟ ରାଜ୍ୟରେ ଚାଲିଥିବା ଶାନ୍ତି ପ୍ରକ୍ରିୟାକୁ ତର୍କସମ୍ମତ ସିଦ୍ଧାନ୍ତରେ ଉପନୀତ କରାଇବା ଯଥାର୍ଥ ମନେହୁଏ । ମିଜୋରାମ ସୀମାସଂଲଗ୍ନ ମିଆଁମାର ଅଞ୍ଚଳରେ ସାଂପ୍ରତିକ ସ୍ଥିତିକୁ ବିଚାର କଲେ, ମିଜୋରାମ ବାଟ ଦେଇ ନୁହେଁ ବରଂ ମଣିପୁର ବାଟ ଦେଇ ମିଆଁମାର ସହ ସଂଯୋଗ ସ୍ଥାପନ ଦୃଷ୍ଟିରୁ ବି ନାଗାଲାଣ୍ଡ ଗୁରୁତ୍ବ ବହନ କରେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.