ETV Bharat / bharat

ମୋଦିଙ୍କ ନେତୃତ୍ବକୁ ନେଇ ପୁଣି ପ୍ରଶ୍ନ କଲେ ରାହୁଲ - କଂଗ୍ରେସ ନେତା ରାହୁଲ ଗାନ୍ଧୀ

ପୁଣି ଟ୍ବିଟ୍ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଥିବା ବେଳେ ଚୀନ କିପରି ଭାରତର ଜମି ଛଡାଇନେଇଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ
author img

By

Published : Jul 12, 2020, 2:11 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ରବିବାର ପୁଣିଥରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଥିବା ବେଳେ ଚୀନ କିପରି ଭାରତର ଜମି ଛଡାଇନେଇଛି ବୋଲି ପ୍ରଶ୍ନ କରିଛନ୍ତି ସେ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ

ରବିବାର ରାହୁଲ ଗାନ୍ଧୀ ଟ୍ବିଟ କରି ଏଭଳି କହିଛନ୍ତି । ନିଜ ଟ୍ବିଟରେ ସେ ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଉଦ୍ଦେଶ୍ୟରେ ଏକ ସମ୍ବାଦ ରିପୋର୍ଟକୁ ମଧ୍ୟ ଟ୍ୟାଗ କରିଛନ୍ତି । ସେ କହିଛନ୍ତି, ମୋଦି ସରକାର ଏଲଏସିରେ ଚୀନର ସୈନ୍ୟ ପ୍ରତ୍ୟାହାରକୁ ନେଇ ଗଣମାଧ୍ୟମକୁ ବିଭ୍ରାନ୍ତ କରୁଛନ୍ତି । ଗଲୱାନ୍ ଉପତ୍ୟକାରୁ ସୈନ୍ୟ ପ୍ରତ୍ୟାହାର ଭାରତ ପାଇଁ ଖରାପ ସାବ୍ୟସ୍ତ ହେବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ରାହୁଲ ଗାନ୍ଧୀ ନିଜ ଟ୍ବିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରି କହିଛନ୍ତି, ମୋଦିଙ୍କ ଶାସନ ଅଧୀନରେ ଚୀନ ଭାରତର ପବିତ୍ର ଜମି ଛଡ଼ାଇ ନେଲା କିପରି । ଲଦାଖରେ ଚାଲିଥିବା ବିବାଦକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସରକାର ଉପରେ ଲଗାତାର ଆକ୍ରମଣ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ଜମି ଚୀନକୁ ସମର୍ପଣ କରିଥିବା ଅଭିଯୋଗ କରୁଛନ୍ତି ରାହୁଲ ଗାନ୍ଧୀ ।

ସୂଚନାଯୋଗ୍ୟ ଯେ, ଗତ ଆଠ ସପ୍ତାହ ଧରି ପୂର୍ବ ଲଦାଖର ଏକାଧିକ ସ୍ଥାନରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଜୁନ୍ 15 ରେ ଗଲୱାନ୍ ଉପତ୍ୟକାରେ ଉଭୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟି 20 ଜଣ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ । ଏହାପରେ ଉଭୟ ଦେଶର ବିବାଦ ଚରମସୀମାରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.